ରୋଷେଇ ଘର ଉପରେ ପଡ଼ିଲା ଯୁଦ୍ଧର ପ୍ରଭାବ, ଖାଇବା ତେଲର ମୂଲ୍ୟ ବୃଦ୍ଧି ହେଲା ୫୦ ଟଙ୍କା

ତେବେ ବର୍ତ୍ତମାନ ଗତ କିଛିଦିନ ହେଲାଣି ରାଜ୍ୟରେ ସୂର୍ଯ୍ୟମୁଖ୍ୟ ତେଲ ସମେତ ବିଭିନ୍ନ ଖାଇବାର ତେଲର ଦର ମଧ୍ୟ ବଢ଼ିଯାଇଛି। ଏହା ପଛରେ କାରଣ ୟୁକ୍ରେନ ଓ ରୁଷର ଯୁଦ୍ଧ ବୋଲି କୁହାଯାଉଛି। ତେବେ ଅଚାନକ ତେଲର ଦର ବୃଦ୍ଧି ସାଧାରଣ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ରୋଷେଇ ଶାଳ ଉପରେ ବର୍ତ୍ତମାନ ଯୁଦ୍ଧର ପ୍ରଭାବ। ଖାଇବା ତେଲର ଦାମ ୫୦ଟଙ୍କା ବଢିଲା। ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ତ୍ତମାନ ରୋଷେଇଶାଳା ଉପରେ ମାଡ କରିଛି। ରାଜଧାନୀ ଭୁବନେଶ୍ୱର ସମେତ ଓଡିଶାର ବିଭିନ୍ନ ସ୍ଥାନରେ ଖାଇବା ତେଲ ଲିଟର ପିଛା ୪୦ ରୁ ୫୦ ଟଙ୍କା ଅଧିକ ଦାମରେ ବିକ୍ରି ହେଉଅଛି। ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ଖାଇବା ତେଲ ବର୍ତ୍ତମାନ ୧୬୦ ରୁ ୧୮୦ଟଙ୍କା ଦରରେ ବିକ୍ରି ହେଉଅଛି। ଓଡିଶା ବଜାରରେ ସୂର୍ଯ୍ୟମୁଖୀ, ପାମୋଲିନ୍ ତେଲର ଦର ଆକାଶ ଛୁଆଁ ହୋଇଯାଇଛି। ବିଭିନ୍ନ ସ୍ଥାନରେ ତେଲର କୃତ୍ରିମ ସଂକଟ ସୃଷ୍ଟି କରୁଥିବା କଳାବଜାରୀ କରାଯାଉଥିବାର ଅଭିଯୋଗ ହୋଇଛି।

ଯୁଦ୍ଧ ପାଇଁ ଖାଇବା ତେଲର ଆମଦାନୀରେ ବାଧାପ୍ରାପ୍ତ ହୋଇଛି। ବିଶେଷ ଭାବରେ ୟୁକ୍ରେନ ଓ ରୁଷରୁ ସୂର୍ଯ୍ୟମୁଖୀ ଓ ପାମୋଲିନ୍ ତେଲ ଆମଦାନୀ ବର୍ତ୍ତମାନ ଯୁଦ୍ଧ ପାଇଁ ଅଟକି ରହିଛି, ଓ ଏପଟେ ବଜାରରେ ଦର ବଢୁଛି। ସେପଟେ ଓଡିଶା ବ୍ୟବସାୟୀ ମହାସଂଘ କହିଛିକି, ବଜାରରେ ତେଲର ସଙ୍କଟ ଆଦୌ ନାହିଁ। ଯୁଦ୍ଧ ପାଇଁ ତେଲର ଦର କିଛିଟା ବଢିଯାଇଛି। ଏକ ରିପୋର୍ଟ ଅନୁଯାୟୀ,

– ଭାରତ ବର୍ଷକୁ ୨ କୋଟି ଟନ ଖାଇବା ତେଲ ବାହାରୁ ଆମଦାନୀ କରିଥାଏ।

– ଓଡିଶାରେ ବର୍ଷକୁ ୫ଲକ୍ଷ ଟନରୁ ୬ ଲକ୍ଷ ଟନ ଖାଇବା ତେଲ ଆବଶ୍ୟକ।

– ରାଜ୍ୟରେ ପ୍ରତ୍ୟେକ ଦିନ ଦେଢରୁ ୨ ହଜାର ଟନ ଖାଇବା ତେଲ ଆବଶ୍ୟକ।

– ଏଥିରୁ ୨୫ ପ୍ରତିଶତ ସୂର୍ଯ୍ୟମୁଖୀ ଓ ୨୦ ପ୍ରତିଶତ ପାମୋଲିନ ତେଲ ଅଟେ।

ଯୁଦ୍ଧ ପାଇଁ ସୂର୍ଯ୍ୟମୁଖୀ ପାମୋଲିନ ତେଲର ଆମଦାନୀ ବାଧାପ୍ରାପ୍ତ ହୋଇଯାଇଛି। କିନ୍ତୁ ତୈଳ ସଂକଟର ସ୍ଥିତି ସୃଷ୍ଟି ହୋଇନାହିଁ, ତେଣୁ କଳାବଜାରୀ କରୁଥିବା ବ୍ୟବସାୟୀମାନଙ୍କ ବିରୋଧରେ ଓଡିଶା ବ୍ୟବସାୟୀ ମହାସଂଘ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

odia sambada
Comments (0)
Add Comment