ସ୍ବାମୀ ଏବଂ ସ୍ତ୍ରୀର ସମ୍ପର୍କ ପ୍ରେମ ଓ ଭରଷା ସାହାରାରେ ଦୃଢ଼ ହୋଇଥାଏ । ଯେତେବେଳେ ଏହି ସମ୍ପର୍କରେ ପରସ୍ପର ମଧ୍ୟରେ ପ୍ରେମ ହୁଏ, ସେତେବେଳେ ଟିକେ ଅଧିକ ଈର୍ଷା ମଧ୍ୟ ସୃଷ୍ଟି ହୁଏ । ବିଶେଷକରି ସେତେବେଳେ ଯେତେବେଳେ ଆପଣଙ୍କ ପାର୍ଟନର ଆଉ କାହା ନିକଟକୁ ଯାଆନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ସ୍ତ୍ରୀ ସହିତ ପରିଚିତ କରାଇବାକୁ ଯାଉଛୁ, ଯିଏ ନିଜ ସ୍ବାମୀ ଉପରେ ଏଥିପାଇଁ ରାଗିଗଲା, କାରଣ ସେ ନିଜ ସ୍ୱପ୍ନରେ ଝିଅମାନଙ୍କୁ ଦେଖିଦେଲା ।
ସ୍ବାମୀ ଦେଖିଲା ଝିଅମାନଙ୍କ ସ୍ବପ୍ନ :-
ବାସ୍ତବରେ ସୋସିଆଲ ମିଡିଆରେ ଆଜିକାଲି ଜଣେ ସ୍ତ୍ରୀର ରାଗ ବହୁତ୍ ଭାଇରାଲ ହେଉଛି । ସ୍ବାମୀ ନିଜ ସ୍ତ୍ରୀକୁ ନିଜ ସ୍ବପ୍ନ ବିଷୟରେ କହିଦିଏ । ସେ କୁହେ ଯେ ସେ ଏମିତି ଏକ ସ୍ବପ୍ନ ଦେଖିଲା, ଯେଉଁଥିରେ ସେ ବହୁତ୍ ଝିଅମାନଙ୍କ ଭିତରେ ଥିଲା । କିନ୍ତୁ ତାଙ୍କର ଏହି ସ୍ବପ୍ନ କଥା ଶୁଣି ସ୍ତ୍ରୀ ରାଗିଯାଏ । ଏହାପରେ ସେ ସ୍ୱାମୀକୁ ଏପରି କିଛି କଥା ଶୁଣାଏ, ଯାହାକୁ ଦେଖିଲେ ହସ କମିବାର ନା ନେଉନାହିଁ ।
କ୍ରୋଧିତ ସ୍ତ୍ରୀ କହିଲା – ମତେ ରୋଟି ତିଆରି କରିବାପାଇଁ ରଖିଛ :-
ଭିଡିଓର ଆରମ୍ଭ ରୋଷେଇ ଘରୁ ହୋଇଥାଏ । ଏଠାରେ ସ୍ତ୍ରୀ ରୋଟି ତିଆରି କରୁଥାଏ ଏବଂ ଠିକ୍ ସେତିକିବେଳେ ସ୍ବାମୀ ଆସି ନିଜ ଝିଅମାନଙ୍କ ସ୍ବପ୍ନ ଦେଖିବା କଥା ଆରମ୍ଭ କରିଦିଏ । ଝିଅମାନଙ୍କୁ ସ୍ୱପ୍ନରେ ଦେଖିବା କଥା ଦ୍ଵାରା ସ୍ତ୍ରୀ ବହୁତ୍ ରାଗିଯାଏ । ସ୍ତ୍ରୀ ଏ କଥା ହଜମ କରିପାରେ ନାହିଁ ଯେ ତାର ସ୍ବାମୀ ସ୍ୱପ୍ନରେ ଅନେକ ଝିଅମାନଙ୍କ ଭିତରେ ଥିଲା । ତେବେ ସ୍ବାମୀ ସ୍ତ୍ରୀକୁ ମନାଇବା ପାଇଁ ଏହା ମଧ୍ୟ କୁହନ୍ତି ଯେ ତୁମେ ଶେଷରେ ଆସିଥିଲ ।
ଏହା ଉପରେ ସ୍ତ୍ରୀ ପୁଣି ରାଗିଯାଏ ଏବଂ କୁହନ୍ତି ଯେ ” ଶେଷରେ ଆସିଲେ କଣ୍ ହେବ । ତୁମେ ତ ମଜା ନେଇଗଲ । ଝିଅମାନଙ୍କ ମଧ୍ୟରେ ଘେରି ହେଇକି । ମତେ କେବଳ ଘରେ ରୋଟି ତିଆରି କରିବାପାଇଁ ଛାଡିଦେଲ ।” ଏହାପରେ ସ୍ତ୍ରୀ ବୁଲିପଡ଼ି ପୁଣି କୁହନ୍ତି ” ଏଥର ମୁଁ ବି ପୁଅମାନଙ୍କ ସ୍ବପ୍ନ ଦେଖିବି ଏବଂ ତୁମକୁ ଶେଷରେ ଆସିବାକୁ ମଧ୍ୟ ଦେବିନାହିଁ ।”
ଲୋକେ କହିଲେ – ସବୁ ସ୍ବାମୀ ଏକାପରି :-
ସ୍ତ୍ରୀର ଏହି କ୍ୟୁଟ ରାଗ ଲୋକମାନଙ୍କୁ ବହୁତ୍ ଭଲ ଲାଗୁଛି । ଲୋକମାନେ ଏହା ଉପରେ ବହୁତ୍ କମେଣ୍ଟ କରୁଛନ୍ତି । ଜଣେ ୟୁଜର କହିଛନ୍ତି ” ଆରେ ୟାର ଇଏ କେତେ କ୍ୟୁଟ ।” ସେହିପରି ଅନ୍ୟ ଜଣେ ଲେଖିଛନ୍ତି ” ଏଥର ଆଉ କଥା ହୁଅ । ବର୍ତ୍ତମାନ ସ୍ୱାମୀକୁ ନିଜ ସ୍ବପ୍ନ ଶୁଣାଇବା ହିଁ ମହଙ୍ଗା ପଡ଼ିଗଲା । ” ତାପରେ ଆଉ ଜଣେ ୟୁଜର କହିଛନ୍ତି ” ସବୁ ସ୍ବାମୀ ଏକାପରି ଅଟନ୍ତି । ଦିନସାରା ଝିଅମାନଙ୍କ ବିଷୟରେ ଭାବନ୍ତି । ତାପରେ ରାତିରେ ସେମାନେ ସ୍ୱପ୍ନରେ ହିଁ ଆସିବେ ନା ।”