ଯୁବକଙ୍କ ପାଖରେ ରହିଛି ଅଜବ ଟେକ୍ନୋଲୋଜି, ରୁଷ ପାଇଁ ପାଲଟିଛି ବିପଦ, ପୁଟିନଙ୍କ ପ୍ଲେନକୁ କରୁଛନ୍ତି ଟ୍ରାକ….

ଟିକେ ଭାବନ୍ତୁ, ଯେଉଁ ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ କରି ଆମେରିକା, ନାଟୋ ଏବଂ ଅନ୍ୟ ପଶ୍ଚିମୀ ଦେଶ ଗୁଡିକ ସହିତ ପଙ୍ଗା ନେଇଛନ୍ତି, ଯଦି ତାଙ୍କ ବିମାନର ଲୋକେସନ୍ ଟ୍ରାକ ହୋଇଯାଏ ତେବେ ଏହା ତାଙ୍କ ପାଇଁ କେତେ ଖତରନାକ ହୋଇପାରିବ । କିନ୍ତୁ ଏମିତି ହିଁ ହୋଇଯାଇଛି ଏବଂ ରୁଷର ରାଷ୍ଟ୍ରପତିଙ୍କ ସୁରକ୍ଷା କରୁଥିବା ଲୋକଙ୍କ ଚ୍ୟାଲେଞ୍ଜ ବଢ଼ି ଯାଇଛି ।

ଆମେରିକୀୟ ଯୁବକ ପୁଟିନଙ୍କ ପ୍ଲେନକୁ ଟ୍ରାକ କଲେ :-

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମେରିକାର ଜଣେ 19 ବର୍ଷୀୟ ଯୁବକ ଭ୍ଲାଦିମିର ପୁଟିନଙ୍କ ବିମାନକୁ ଟ୍ରାକ କରୁଛନ୍ତି । ଯୁବକଙ୍କ ନାମ ଜ୍ୟାକ ସ୍ଵିନି ଅଟେ । ଇଏ ହେଉଛି ସେହି ଯୁବକ, ଯିଏ ସ୍ପେସ ଏକ୍ସ ଏବଂ ଟେଶ୍ଲାର ସିଇଓ ଏଲନ ମସ୍କଙ୍କ ଜେଟକୁ ଟ୍ରାକ କରିବା କାରଣରୁ ଚର୍ଚ୍ଚାକୁ ଆସିଥିଲେ । ଏଥର ଯ୍ୟାକ ସ୍ୱିନି ରୁଷର ରାଷ୍ଟ୍ରପତିଙ୍କ ଜେଟକୁ ଟ୍ରାକ କରିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି ।

ରୁଷରେ ଅନେକ ଲୋକଙ୍କ ବିମାନ ହେଉଛି ଟ୍ରାକ :-

ଯ୍ୟାକ ସ୍ୱିନି ପୁଟିନ ଙ୍କ ବ୍ୟତୀତ ରୁଷର ଅନେକ ଜେଟକୁ ଲାଇଭ ଟ୍ରାକ କରୁଛନ୍ତି । କୁହାଯାଉଛି ଯେ ଯେଉଁ ଲୋକଙ୍କ ଜେଟର ଲୋକେସନକୁ ଯ୍ୟାକ ସ୍ୱିନି ଟ୍ରାକ କରୁଛନ୍ତି, ସେମାନେ ସମସ୍ତେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବହୁତ୍ ନିକଟତର ଅଟନ୍ତି ।

ଚିନ୍ତିତ ହୋଇଯାଇଥିଲେ ଏଲନ ମସ୍କ :-

ଆମେରିକୀୟ ଯୁବକ ଜ୍ୟାକ ସ୍ଵିନୀଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ଜେଟ୍ ଲୋକେସନ୍ ଟ୍ରାକିଙ୍ଗ କରିବାର କ୍ଷମତା ରହିଛି । ତାଙ୍କର ଏହି କ୍ଷମତା କାରଣରୁ ଟେଶ୍ଲାର ସିଇଓ ଏଲନ୍ ମସ୍କ୍ ଚିନ୍ତିତ ହୋଇ ପଡ଼ିଥିଲେ । ପ୍ରାୟ ଏକ ମାସ ପୁର୍ବରୁ ଟେକ୍ କୋଟି ପତି ଏଲନ୍ ମସ୍କ୍ କଥିତ ଭାବରେ 19 ବର୍ଷର ଜ୍ୟାକ ସ୍ଵିନୀଙ୍କୁ ନିଜର ପ୍ରାଇଭେଟ୍ ଜେଟର ଲୋକେସନ୍ ଟ୍ରାକିଙ୍ଗକୁ ବନ୍ଦ୍ କରିବାପାଇଁ 5000 ଆମେରିକୀୟ ଡଲାର ଦେବାକୁ ଘୋଷଣା କରିଥିଲେ ।

ସୋସିଆଲ ମିଡିଆରେ ପଠାଉଛି ପୁଟିନଙ୍କ ଲୋକେସନ :-

ଫ୍ଲୋରିଡାର 19 ବର୍ଷୀୟ ଯୁବକ ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଙ୍କ ସହିତ ଜଡିତ ବିମାନର ଗତିବିଧିକୁ ସେହି ସମୟରୁ ପୋଷ୍ଟ କରିବା ଆରମ୍ଭ କରି ଦେଇଛନ୍ତି, ଯେତେବେଳେ ରୁଷର ସୈନିକ ଲଗାତାର ୟୁକ୍ରେନ ଉପରେ ଆକ୍ରମଣ କରୁଛନ୍ତି । ଏହି ଯୁବକ ରାଷ୍ଟ୍ରପତି ପୁଟିନ ଙ୍କ ସହିତ ସେଠିକାର ଧନୀ ଶ୍ରେଣୀର ଲୋକଙ୍କ ବିମାନର ଲାଇଭ ଲୋକେସନର ସୂଚନା ଦେଉଛନ୍ତି । ସେ ଟୁଇଟର ଆକାଉଣ୍ଟ RUOligarchJets ଏବଂ @Putinjet ତିଆରି କରିଛନ୍ତି, ଯାହା ମାଧ୍ୟମରେ ସେ ସବୁବେଳେ ଲୋକଙ୍କୁ ଜଣାଉଛନ୍ତି ଯେ ଋଷୀୟ ରାଷ୍ଟ୍ରପତି ପୁଟିନ ଏବଂ ଅନ୍ୟ ଧନୀ ଶ୍ରେଣୀର ଲୋକଙ୍କ ପ୍ରାଇଭେଟ୍ ବିମାନ ଯେଉଁଠାରେ ଅଛି ।

odia sambada
Comments (0)
Add Comment