Shane Warne Death : ଶେନ ଓ୍ଵାର୍ଣ୍ଣଙ୍କ ମୃ-ତ୍ୟୁ କିପରି ହେଲା ? ଯାଞ୍ଚ୍ ପରେ ଥାଇଲ୍ୟାଣ୍ଡ ପୋଲିସ କଲା ଏହି ଖୁଲାସା

ଅଷ୍ଟ୍ରେଲିଆର ପ୍ରସିଦ୍ଧ ସ୍ପିନର ଶେନ ଓ୍ଵାର୍ଣ୍ଣଙ୍କର ଥାଇଲ୍ୟାଣ୍ଡରେ ହୋଇଥିବା ମୃତ୍ୟୁକୁ ନେଇ ଯାଞ୍ଚ ଜାରି ରହିଛି । ସୋମବାର ଦିନ ଥାଇଲ୍ୟାଣ୍ଡ ପୋଲିସ ଶେନ ଓ୍ଵାର୍ଣ୍ଣଙ୍କ ପୋଷ୍ଟମର୍ଟମ ରିପୋର୍ଟର ସୂଚନା ସମସ୍ତଙ୍କୁ ଦେଇଛି । ପୋଲିସ କହିଛି ଯେ ଶେନ ଓ୍ଵାର୍ଣ୍ଣଙ୍କ ମୃତ୍ୟୁ ନେଚୁରାଲ ଅଟେ, ଏଥିରେ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦେହଜନକ କଥା ମିଳିନାହିଁ ।

ଥାଇଲ୍ୟାଣ୍ଡ ପୋଲିସ ତରଫରୁ ସୋମବାର ଦିନ ବୟାନ ଜାରି କରାଯାଇଛି । ସମାଚାର ଏଜେନ୍ସୀଙ୍କ ଅନୁଯାୟୀ, ‘ ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ୍ ମିଳିଯାଇଛି । ଯେଉଁଥିରେ ମେଡିକାଲ୍ ମତାମତ ଏହା ଯେ ଶେନ ଓ୍ଵାର୍ଣ୍ଣଙ୍କ ମୃତ୍ୟୁ ନେଚୁରାଲ୍ ଭାବେ ହୋଇଛି । ପୋଲିସ ଶୀଘ୍ର ଏହା ଅନୁଯାୟୀ ଓକିଲ ସହିତ କଥା ହେବ । ‘

52 ବର୍ଷର ଶେନ ଓ୍ଵାର୍ଣ୍ଣ ଥାଇଲ୍ୟାଣ୍ଡରେ ଛୁଟି ମନାଇବା ପାଇଁ ଯାଇଥିଲେ । ମାର୍ଚ୍ଚ 4ତାରିଖ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ଶେନ ଓ୍ଵାର୍ଣ୍ଣ ଗୋଟିଏ ବିଲା ରେ ଅଟକି ଯାଇଥିଲେ, ଯେଉଁଠାରେ ତାଙ୍କ ରୁମରେ ତାଙ୍କୁ ହାର୍ଟ ଆଟାକ ଆସିଥିଲା । ଶେନ ଓ୍ଵାର୍ଣ୍ଣଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଗଲା, କିନ୍ତୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ।

ମ୍ୟାନେଜର ଶେନ ଓ୍ଵାର୍ଣ୍ଣଙ୍କୁ ନେଇ ଦେଇଥିଲେ ଏହି ସୂଚନା :-

ଆପଣଙ୍କୁ କହି ରଖୁଛୁ ଯେ ଶେନ ଓ୍ଵାର୍ଣ୍ଣଙ୍କ ମୃତ୍ୟୁକୁ ନେଇ ତାଙ୍କ ମ୍ୟାନେଜର ଙ୍କର୍ ମଧ୍ୟ ବୟାନ ସାମ୍ନାକୁ ଆସିଛି । ଶେନ ଓ୍ଵାର୍ଣ୍ଣଙ୍କ ମ୍ୟାନେଜର ଜେମ୍ସ ଏର୍ଷକିନେ ଖୁଲାସା କରିଛନ୍ତି ଯେ ଅଷ୍ଟ୍ରେଲିଆର ଏହି ମହାନ ସ୍ପିନର ଛୁଟିରେ ଯିବା ପୁର୍ବରୁ ଦୁଇ ସପ୍ତାହ କେବଳ ତରଳ ଆହାର କରୁଥିଲେ, ଯାହା ଦ୍ଵାରା ଛାତିରେ ଯନ୍ତ୍ରଣା ଏବଂ ଝାଳ ବାହାରୁଥିବା ଅଭିଯୋଗ ମଧ୍ୟ କରିଥିଲେ ।

ମ୍ୟାନେଜର ଆଗକୁ କହିଛନ୍ତି, ” ସେ ଅଜବ ପ୍ରକାରର ଡାଇଟରେ ରହୁଥିଲେ । ଏହି ଡାଇଟରେ ସେ 14 ଦିନରେ କେବଳ ତରଳ ପଦାର୍ଥ ନେଉଥିଲେ । ଏପରି ସେ ତିନି ଚାରି ଥର କରି ସାରିଥିଲେ । ସେ ଏହି ଡାଇଟରେ କେବଳ କଳା ଆଉ ସବୁଜ ରଙ୍ଗର ଜୁସ ନେଉଥିଲେ କିମ୍ବା ଧଳା ବନ୍ ଏବଂ ମସ୍କା କିମ୍ବା ମଝିରେ ଲଶାନୀୟା ବନ ଥିଲା । ସାରା ଜୀବନ ସେ ସିଗାରେଟ ପିଇ ଚାଲିଲେ । ମତେ ବି ଲାଗୁଛି ଯେ ହାର୍ଟ ଆଟାକ୍ ହିଁ ହୋଇଥିବ ।’

odia sambada
Comments (0)
Add Comment