ଗୁଗୁଲ ବ୍ୟାନ କଲା ଏହି ଖତରନାକ ଆପ୍ଲିକେସନ, ଆପଣ ବି ଏହି ଆପ୍ଲିକେସନକୁ ଆପଣଙ୍କ ଫୋନରେ ରଖି ନାହାନ୍ତି ତ !

ଆଜିର ଏହି ଟେକ୍ନୋଲୋଜି ଯୁଗରେ ଲୋକଙ୍କୁ ବହୁତ ସୁବିଧା ମିଳିଥାଏ , ସେତେ ଅଧିକ ଠକାମୀର ଶିକାର ହେବାର ବିପଦ ମଧ୍ୟ ରହିଥାଏ । ଆଣ୍ଡ୍ରଏଡ ଫୋନ୍ ପାଇଁ ଗୋଟିଏ ବିଶେଷ ଭାବେ ମ୍ୟାଲିସୀୟସ ବ୍ୟାଙ୍କିଙ୍ଗ ଟ୍ରୋଜନ ଆପ ବର୍ତ୍ତମାନ୍ ସାମ୍ନାକୁ ଆସିଛି । ଏହା ପଇସା ଚୋରି କରୁଥିବା ସ୍କାମ ଆପ ଡାଟା ଏବଂ ପାସୱାର୍ଡ ଚୋରି କରିବାପାଇଁ ବ୍ୟାଙ୍କିଙ୍ଗ ଆପ , ଅନଲାଇନ ୱାଲେଟ , ଇନ୍ସ୍ୟୁରାନ୍ସ ଆପ , କ୍ରିପ୍ଟ ୱାଲେଟ୍ ଏବଂ ବହୁତ୍ କିଛି ଆପକୁ ଟାର୍ଗେଟ କରୁଥିଲା ।

ଥରେ ଦୁଇଥର ହେବାପରେ ହ୍ୟାକର୍ସଙ୍କ ସହିତ ଆକ୍ସେସ୍ ସେୟାର କରିବ , ଯେଉଁମାନେ ସେହି ପୀଡ଼ିତଙ୍କ ପଇସା ଚୋରି କରିବେ । ଏହି ଅନଲାଇନ୍ ସ୍କାମ ବିଷୟରେ ଖରାପ କଥା ଏହା ଯେ ଆପ ଗୁଗଲ ପ୍ଲେ ଷ୍ଟୋରରେ ମିଳିଥିଲା ଏବଂ ନିରୀହ ୟୁଜର୍ସ ଦ୍ଵାରା ୧୦ ହଜାରରୁ ଅଧିକ ଥର ଡାଉନଲୋଡ କରାଯାଇଥିଲା ।

ଏହାକୁ ‘ କ୍ୟୁଆର କୋଡ ଏବଂ ବାରକୋଡ଼ ସ୍କାନର’ ଆପ କୁହାଯାଏ । ଏହାକୁ ଗୁଗଲ ପ୍ଲେ ଷ୍ଟୋରରୁ ବ୍ୟାନ କରିଦିଆଯାଇଛି । ଏହା ଦେଖନ୍ତୁ ଯେ ଗୁଗଲ ପ୍ଲେ ଷ୍ଟୋର ଦ୍ୱାରା ବ୍ୟାନ କରାଯାଇଥିବା ଆପ କିପରି କାମ କରୁଥିଲା ।

ଏହି ସ୍କାମ ଗୋଟିଏ ଅନଲାଇନ୍ ଫ୍ରଡ ମ୍ୟାନେଜମେଣ୍ଟ ଏବଂ ପ୍ରିଭେଂସନ୍ ଫର୍ମ Cleafy ର ଗୋଟିଏ ରିପୋର୍ଟ୍ ପରେ ସାମ୍ନାକୁ ଆସିଥିଲା । ଯେଉଁଥିରେ ଏହି କଥା ଉପରେ ଜୋର୍ ଦିଆଗଲା ଯେ TeaBot ନାମକ ଆପ ଦ୍ଵାରା ଜାରି ଟ୍ରୋଜନ୍ ମ୍ୟାଲବେୟର 2021 ର ଆରମ୍ଭରେ ଆସିଥିଲା । ଟ୍ରୋଜନକୁ ୟୁଜରଙ୍କ ” କ୍ରେଡେନ୍ସିଆଲସ ଏବଂ ଏସଏମଏସ” ଚୋରି କରିବାପାଇଁ ତିଆରି କରାଯାଇଥିଲା । ମ୍ୟାଲବେୟର ବହୁତ୍ ଶକ୍ତିଶାଳୀ ଥିଲା ଏବଂ ଏହାକୁ ଏମିତି ଭାବେ ତିଆରି କରାଯାଇଥିଲା, ଯେପରି ଏହା ସହଜରେ ନଜରକୁ ଆସିପାରିବ ନାହିଁ ।

ଯଦି ଆପଣଙ୍କ ସ୍ମାର୍ଟ ଫୋନରେ ମଧ୍ୟ ଏପରି ଆପ ଅଛି, ତେବେ ଏହାକୁ ତୁରନ୍ତ ଡିଲିଟ କରି ଦିଅନ୍ତୁ । ଏହାସହିତ ଆଗାମୀ ସମୟରେ ମଧ୍ୟ ଏପରି ଆପ କୁ କେବେ ବି ପର୍ମିସନ୍ ଦିଅନ୍ତୁ ନାହିଁ, ଯାହାର ତାକୁ ଦରକାର ନାହିଁ ।

ଏହାଦ୍ବାରା ଅନୁରୋଧ କରାଯାଉଛି ଯେ ପର୍ମିସନ କୁ ପଢ଼ିବାପାଇଁ କିଛି ସମୟ ବାହାର କରିବା ଉଚିତ୍ ଏବଂ ଯଦି ଏହା ଉପରେ ସନ୍ଦେହ ହୁଏ, ତେବେ ତାକୁ ତୁରନ୍ତ ଅନ୍ ଇନଷ୍ଟଲ୍ କରିବା ଉଚିତ ଏବଂ ଆପ କୁ ରିପୋର୍ଟ କରିବା ଉଚିତ୍ ।

odia sambada
Comments (0)
Add Comment