ସିମର ଗୋଟିଏ କୋଣ କଣ ପାଇଁ କଟାଯାଇଥାଏ,ଜାଣନ୍ତୁ ଏମିତି ଡିଜାଇନ କରିବାର ରୋଚକ କଥା !

ସମୟ ସହିତ ମଣିଷ ପାଇଁ ମୋବାଇଲ ଫୋନର ମଧ୍ୟ ବହୁତ ଆବଶ୍ୟକତା ଅଛି। ପ୍ରଥମେ ଯେତେବେଳେ ଫିଚର ଫୋନ ଥିଲା ସେତେବେଳେ କେବଳ କଲ କରିବା ଓ କଲ ଉଠାଇବା ପାଇଁ ବ୍ୟବହାର ହେଉଥିଲା। କିନ୍ତୁ ଯେତେବେଳେ ସ୍ମାର୍ଟଫୋନ ତାଙ୍କର ସ୍ଥାନ ନେଇନେଲା, ସେତେବେଳେ ମୋବାଇଲ ଫୋନ କଲିଙ୍ଗ ବ୍ଯତୀତ ଅନ୍ୟ ଜିନିଷରେ ବହୁ ମାତ୍ରାରେ ବ୍ୟବହାର ହେଲା। କିନ୍ତୁ ମୋବାଇଲ ଫୋନ ସିମ କାର୍ଡ ବିନା କୌଣସି କାମରେ ନୁହେଁ। ସିମ କାର୍ଡ ଦ୍ଵାରା ଫୋନ କରାଯାଏ। କିନ୍ତୁ କଣ ଆପଣ ଜାଣିଛନ୍ତିକି ସିମର ଡିଜାଇନ ଏମିତି କାହିଁକି ହୋଇଥାଏ।

ଆପଣ ଯଦି ସିମ କାର୍ଡ ଦେଖିଥିବେ ତେବେ ନିଶ୍ଚିତ ଲକ୍ଷ୍ୟ କରିଥିବେକି ଗୋଟିଏ କୋଣରୁ କଟା ହୋଇଥାଏ। କେବେ ଆପଣ ଚିନ୍ତା କରିଛନ୍ତିକି ଏହାର କାରଣ କଣ ହୋଇପାରେ? ତେବେ ଆସନ୍ତୁ ଆଜି ଜାଣିବା ଏମିତି କାହିଁକି ହୋଇଥାଏ? କିଛି ବର୍ଷ ପୂର୍ବେ ସିଡିଏମଏ କୌଶଳରେ ଫୋନ ଥିଲା ଯେଉଁଥିରେ ସିମ ବ୍ୟବହାର ହେଉନଥିଲା। ତାହା କେବଳ ଗୋଟିଏ କ୍ଯାରିୟର ସହିତ ଲିଙ୍କ ଥିଲା। କିନ୍ତୁ ପରେ ସିମ ବ୍ୟବହାର ହେବା ପରେ ଜିଏସଏମ ଉପାୟ ବ୍ୟବହାର ହେବାକୁ ଲାଗିଲା। ସେତେବେଳେ ସିମର ଡିଜାଇନ ଆୟତାକାର ଥିଲା। ଏହି ଉପାୟ ଜରିଆରେ ସିମ ଲଗାଇବାର ଆବଶ୍ୟକତା ହେବାକୁ ଲାଗିଲା।

ସିମ କାର୍ଡର ସଠିକ ପାର୍ଶ୍ଵ ଜାଣିବା ହେଉଥିଲା କଷ୍ଟ:-

ସେହି ସମୟର ସିମର କୋଣଗୁଡ଼ିକ କଟାଯାଇ ନଥିଲା। ତା’ପରେ ସିମ୍ ଅପସାରଣ ଏବଂ ସଂସ୍ଥାପନ କରିବା ଅତ୍ୟନ୍ତ କଷ୍ଟକର। କେବଳ ଏତିକି ନୁହେଁ, ଲୋକମାନେ ସିମର ସିଧା ଏବଂ ଓଲଟା ପାର୍ଶ୍ୱକୁ ମଧ୍ୟ ବୁଝିହୁଏ ନାହିଁ। ଏପରି ସ୍ଥିତିରେ, ଲୋକମାନେ ସିମ ସହ ଜଡିତ ଅନେକ ସମସ୍ୟା ଦେଖାଉଥିଲେ। ତା’ପରେ ନେଟୱର୍କ ପ୍ରଦାନକାରୀମାନେ ସିମ ପାଇଁ ଏକ ଭିନ୍ନ ଡିଜାଇନ୍ ସ୍ଥିର କଲେ। ସିମର ଗୋଟିଏ କୋଣ ଯାହା ଦ୍ଵାରା ଏହା ସହଜରେ ମୋବାଇଲରେ ଫିଟ ହୋଇ ଅପସାରିତ ହୋଇପାରିବ।

ସିମ କାର୍ଡକୁ ଫିଟ କରିବା ପାଇଁ ଏମିତି ପରିବର୍ତ୍ତନ କରାଯାଇଛି:-

ସିମ ବ୍ଯତୀତ ମୋବାଇଲରେ ଯେଉଁଠି ସିମ ଲଗାଯାଏ, ସେଠାରେ ଡିଜାଇନରେ ପରିବର୍ତ୍ତନ କରାଯାଇଛି। ସେଥିରେ ମଧ୍ୟ ଏମିତି ଖାଞ୍ଚା ପ୍ରସ୍ତୁତ କରାଯାଇଥିଲା। ଯାହାଫଳରେ ସିମ ସହଜରେ ଫିଟ ହୋଇଯିବ। ଓ ବାହାର କରିବା ପାଇଁ ଏକ ସ୍ଥାନ ପ୍ରସ୍ତୁତ କରାଗଲା। ଯେଉଁଠି ଭଲ ଭାବରେ ଭର୍ତ୍ତି ହୋଇପାରିବ ଓ ବାହାରିପାରିବ। ଟେଲିକମ କମ୍ପାନୀର ଏହି ବ୍ୟବସ୍ଥା କାରଣରୁ ଲୋକଙ୍କୁ ସିମ ଅପରେଟ କରିବାରେ କମ କଷ୍ଟର ସାମ୍ନା କରିବାକୁ ପଡିବ। ବର୍ତ୍ତମାନ ଆପଣ ଫୋନରେ ଦେଖିବେ ସିମ ଟ୍ରେରେ ମଧ୍ୟ ସିମକୁ ସଠିକ ଭାବରେ ଲଗାଇବା ପାଇୟନ ଚିହ୍ନ ଥିବା।

odia sambada
Comments (0)
Add Comment