ମୃତକକୁ ବାହାରକୁ ଆଣ, ମୁଁ ତାକୁ ବଞ୍ଚେଇ ଦେବି: ତାନ୍ତ୍ରିକର ଅଜବ ଯୁକ୍ତି

ମଧ୍ୟପ୍ରଦେଶର ଦାମୋହର ଜିଲ୍ଲାର ଡାକ୍ତରଖାନାରେ ଏକ ତାନ୍ତ୍ରିକର କାରନାମା ସବୁ ଦେଖିବାକୁ ମିଳିଛି। ଏଠାରେ ଜଣେ ତାନ୍ତ୍ରିକ ଶବ ଘର ସାମ୍ନାରେ ପହଞ୍ଚି ଦାବି କରିଛିଯେ,“ଶବକୁ ବାହାରକୁ ବାହାର କରିଆଣ ଓ ତାକୁ ମୁଁ ଜୀବିତ କରିଦେବି”। କେବଳ ସେତିକି ନୁହେଁ ମୁର୍ଦାଘର ସାମ୍ନାରେ ଅଜବ ହରକତ କରିବାକୁ ମଧ୍ୟ ଲାଗିଥିଲା।

ବାସ୍ତବରେ ଉକ୍ତ ସହରର ପଲିଟେକ୍ନିକ୍ କଲେଜରେ ପଢ଼ୁଥିବା ସୋନୁ ଆଦିବାସୀ ନିଜ ଘରେ ଆତ୍ମହତ୍ୟା କରିଦେଇଛନ୍ତି। ଏହାପରେ ତାଙ୍କର ମୃତଦେହକୁ ଜିଲ୍ଲାର ହସ୍ପିଟାଲରେ ଆଣି ରଖାଯାଇଥିଲା। ପ୍ରଥମରେ ତ ପରିବାର ଲୋକେ ଶବକୁ ରଖି ସେଠାରୁ ଚାଲି ଯାଇଥିଲେ। ହେଲେ କିଛି ସମୟ ପରେ ଜଣେ ବାବାଙ୍କ ସହିତ ପରିବାର ଲୋକେ ପୁଣି ଜିଲ୍ଲା ହସ୍ପିଟାଲରେ ଆଗରେ ପହଞ୍ଚିଥିଲେ। ଆଉ ଶବକୁ ବାହାରକୁ ଆଣିବା ପାଇଁ ଜିଦ କରିବାକୁ ଲାଗିଲେ।

ପରିବାର ଲୋକଙ୍କ ସହ ଉକ୍ତ ତାନ୍ତ୍ରିକ ବାବା ଥିଲେ, ଯିଏ ନିଜକୁ ଶକ୍ତିଶାଳୀ ବୋଲି ସେଠାରେ ଦାବି କରୁଥିଲେ ଏବଂ ମୃତ ଦେହକୁ ପୁନରୁତ୍ଥାନ କରିବା ପାଇଁ ଆଉ କିଛି ମିନିଟର ସମୟ ଅଛି ଯଦି ତାକୁ ବାହାର ଅଣାଯାଏ ତେବେ ସେ ତାଙ୍କୁ ଜୀବିତ କରିଦେବେ ବୋଲି ଦାବି କରିଥିଲେ। ମୃତକଙ୍କ ପରିବାର ସଦସ୍ୟ ସେହି ବାବାଙ୍କ କଥାରେ ଏତେ ବିଶ୍ୱାସ କରୁଥିଲେଯେ ସେମାନେ ବି ଶବକୁ ବାହାରକୁ ଆଣିବାକୁ ଡାକ୍ତରଖାନା କର୍ମଚାରୀଙ୍କୁ ଆଗରେ ଜିଦ କରିଥିଲେ। ଯେତେବେଳେ କେହି ତାଙ୍କର କଥା ଆଦୌ ଶୁଣିଲେ ନାହିଁ, ବାବା କ୍ରୋଧିତ ହୋଇ ଶବ ବ୍ୟବଚ୍ଛେଦ ଦ୍ୱାର ଭାଙ୍ଗିବା ପାଇଁ ଚେଷ୍ଟା କଲେ।

କିଛି ସମୟ ପରେ ପରିବାରର କଥା ଅନୁସାରେ ଶବ ବ୍ୟବଚ୍ଛେଦ ଦ୍ୱାରକୁ ଖୋଲା ଯାଇଥିଲା ଯେଉଁଠାରେ ମୃତକଙ୍କର ଭଉଣୀ ନିଜ ଭାଇକୁ ଯାଇ ଦେଖିଥିଲେ। ସେ ଚାହୁଁଥିଲେ ଶବକୁ ବାହାରକୁ ଆଣନ୍ତୁ ଯାହା ଦ୍ୱାରା ବାବା ଏହାକୁ ଜୀବନ୍ତ କରିପାରିବେ। ବାହାରେ ଠିଆ ହୋଇଥିବା ବାବା ଦୀର୍ଘ ସମୟ ଧରି ନାଟକ କରୁଥିଲେ। କିନ୍ତୁ ପରିଶେଷରେ କିଛି ଘଟିଲା ନାହିଁ ଏବଂ ଏହା ପରେ ପୋଲିସ ଉକ୍ତ ଶବକୁ ବନ୍ଦ କରି ପରିବାର ଲୋକମାନଙ୍କୁ ଘରକୁ ପଠାଇ ଦେଇଥିଲା।

odia sambada
Comments (0)
Add Comment