ସାବଧାନ !! ମାତିଛନ୍ତି ଡିଜିଟାଲ ସୁନ୍ଦରୀ,ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଅଶ୍ଳୀଳ ଚାଟ୍ କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି

ବର୍ତ୍ତମାନ ସମୟରେ ଦୁନିଆରେ ମାତିଛନ୍ତି ଡିଜିଟାଲ ସୁନ୍ଦରୀ। ଡିଜିଟାଲ ପ୍ଲାଟଫର୍ମରେ ଅଶ୍ଳୀଳ ଚାଟ କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି। ଉପାନ୍ତରୁ ଉପକୂଳ ସବୁଆଡେ ବର୍ତ୍ତମାନ ଡିଜିଟାଲ ସୁନ୍ଦରୀଙ୍କର ମାୟାଜାଲ। ଫେକ ଆକାଉଣ୍ଟ ମାଧ୍ୟମରେ ଅଶ୍ଳୀଳ ଭିଡିଓ ଚାଟ କରି ବ୍ଲାକମେଲିଂ କରି ଲୁଟି ନେଉଛନ୍ତି।

ଠକେଇ କେମିତି କରୁଛନ୍ତି:-

ସୋସିଆଲ ମିଡିଆର ପ୍ରୋଫାଇଲରେ ସୁନ୍ଦରୀ ଝିଅମାନଙ୍କ ଫଟୋ ରଖିଥାନ୍ତି ଏହି ସାଇବର ଠକ। ଏହାପରେ ଝିଅଙ୍କର ଫେସବୁକ ଆକାଉଣ୍ଟରୁ ଫ୍ରେଣ୍ଡ ରିକ୍ୱେଏଷ୍ଟ ପଠାଇଥାନ୍ତି। ଫେସବୁକ, ଇନଷ୍ଟାଗ୍ରାମ କିମ୍ବା ଅନ୍ୟାନ୍ୟ ଚାଟିଂ ଆକାଉଣ୍ଟ ମାଧ୍ୟମରେ ଥିବା ସୁନ୍ଦରୀ ଝିଅଙ୍କର ଫଟୋକୁ ଦେଖି ଉକ୍ତ ବ୍ୟକ୍ତି ଜଣଙ୍କ ଫ୍ରେଣ୍ଡ ରିକ୍ୱେଏଷ୍ଟ ଆକସେପ୍ଟ କରିଥାନ୍ତି। ପରେ ମେସେଞ୍ଜରରେ ଦୁଇ ଜଣଙ୍କ ଭିତରେ ବନ୍ଧୁତା ବଢିଯାଏ। ଆଉ ସେହି ବନ୍ଧୁତା ଧୀରେ ଧୀରେ ନିବିଡ ସମ୍ପର୍କରେ ପରିଣତ ହୋଇଯାଏ। ଆଉ ଏହି ସମ୍ପର୍କରୁ ଲୁଟ ଆରମ୍ଭ ହୁଏ।

ଦୁଇ ପକ୍ଷ ମଧ୍ୟରେ ପରସ୍ପରର ହ୍ୱାଟ୍ସଆପ ନମ୍ବର ନେଣଦେଣ ହୁଏ। କିଛି ଦିନ ପରେ ଅଶ୍ଳୀଳ ଚାଟିଂ ଆରମ୍ଭ ହୁଏ। ଅଡିଓ ଏବଂ ତା ପରେ ଭିଡିଓ ଚାଟିଂ କରିବା ପାଇଁ ଡିଜିଟାଲ ସୁନ୍ଦରୀମାନେ ଅନୁରୋଧ କରନ୍ତି। ଏହି ଭିଡିଓ ଚାଟିଂକୁ ଟାର୍ଗେଟ କରି ସାଇବର ଠକ ଲୁଟ ଆରମ୍ଭ କରନ୍ତି। ନିଜ ମୋବାଇଲ ଫୋନରେ ସଫ୍ଟୱେର ଜରିଆରେ ସ୍କ୍ରିନ ରେକର୍ଡିଂ କରନ୍ତି। ପରେ ବ୍ଲାକମେଲିଂ କରିବା ସହିତ ଅନେକ ଟଙ୍କା ମାଗନ୍ତି। ଟଙ୍କା ନ ଦେଲେ ପରିବାର ଲୋକ, ବନ୍ଧୁ ପରିଜନ ଏବଂ ସାମାଜିକ ଗଣମାଧ୍ୟମରେ ଛାଡି ଦେବେ ବୋଲି ଧମକ ଦେଉଥିବା ନଜର ମଧ୍ୟ ଆସେ।

ସୂଚନା ଅନୁସାରେ, ଗତବର୍ଷ ରାଜଧାନୀରୁ ୮କୋଟି ଟଙ୍କାର ଠକେଇ ଅଦୃଶ୍ୟ ଠକ କରି ନେଇଥିଲେ। ସେଥିମଧ୍ୟରୁ ୨୨ପ୍ରତିଶତ ଠକେଇ ଡିଜିଟାଲ ସୁନ୍ଦରୀ କରିଥିଲେ। ବରିଷ୍ଠ ନାଗରିକମାନଙ୍କ ଠାରୁ ଆରମ୍ଭ କରି ଯୁବପୀଢି ପର୍ଯ୍ୟନ୍ତ ସମସ୍ତଙ୍କୁ ଡିଜିଟାଲ ସୁନ୍ଦରୀ ମାୟାଜାଲରେ ଫସାଇଛନ୍ତି। ଲୋକଲଜ୍ଜା ଭୟରେ ଥାନାରେ ଅଭିଯୋଗ ମଧ୍ୟ କରିନାହାନ୍ତି ଲୋକେ। କେବଳ ସେତିକି ନୁହେଁ ଟଙ୍କା ନ ଦେବାରୁ ବ୍ଲାକମେଲିଂର ଶିକାର ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ମଧ୍ୟ ଯୁବପିଢୀ ନେଉଛନ୍ତି। ଚଳିତ ବର୍ଷ ସମାନ ଧରଣର ଠକେଇ ହେଉଥିବାର ସାମ୍ନାକୁ ଆସିଛି। ତେବେ ଏପରି କିଛି ଅଭିଯୋଗ ସାମ୍ନାକୁ ଆସିବା ପରେ ଓଡିଶା ପୋଲିସ ତରଫରୁ ଲୋକମାନଙ୍କୁ ସଚେତନ କରାଯାଇଛି।

ଏଥିରୁ କିପରି ବର୍ତ୍ତିବେ?

– ଅଜଣା ଲୋକମାନଙ୍କର ଭିଡିଓ କଲକୁ ଉଠାନ୍ତୁ ନାହିଁ।

– ଲୋକଲଜ୍ଜ୍ୟା ଭୟରେ ଏମାନଙ୍କୁ ପ୍ରଶ୍ରୟ ମଧ୍ୟ ଦିଅନ୍ତୁ ନାହିଁ।

– ଯଦି ଏପରି ପରିସ୍ଥିତିର ସାମ୍ନା କରୁଛନ୍ତି ତୁରନ୍ତ ପୋଲିସକୁ ଏହି ବିଷୟରେ ଜଣାନ୍ତୁ।

odia sambada
Comments (0)
Add Comment