ୟୁକ୍ରେନ ଉପରେ ରୁଷ ପକାଇବ ” ପରମାଣୁ ବମ ” ? 500 ବର୍ଷ ପୁର୍ବରୁ ନାସ୍ତ୍ରେଦମସ କରିଛନ୍ତି ଏହି ଭବିଷ୍ୟବାଣୀ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଲଗାତାର ଭାବେ ଯୁଦ୍ଧ ଦଶମ ଦିନରେ ଜାରି ରହିଛି ଏବଂ ଆକ୍ରମଣ ପରେ ୟୁକ୍ରେନ ରେ ଅବସ୍ଥା ବହୁତ୍ ଖରାପ ହୋଇ ଚାଲିଛି । ଦୁନିଆର ସବୁଠାରୁ ମହାନ୍ ଭବିଷ୍ୟବକ୍ତା ନାସ୍ତ୍ରେଦମସ 500 ବର୍ଷ ପୂର୍ବରୁ ହିଁ 2022 ପାଇଁ ବଡ ଭବିଷ୍ୟବାଣୀ କରି ଦେଇଥିଲେ । ନାସ୍ତ୍ରେଦମସଙ୍କ ଦ୍ଵାରା କରାଯାଇଥିବା ଭବିଷ୍ୟବାଣୀ କେବେ ହେଲେ ଭୁଲ ପ୍ରମାଣିତ ହୋଇନାହିଁ ।

ନାସ୍ତ୍ରେଦମସ ହିଟଲରଙ୍କ ଶାସନ, ଦ୍ୱିତୀୟ ବିଶ୍ୱଯୁଦ୍ଧ, 9\11 ଆତଙ୍କ ଆକ୍ରମଣ ଏବଂ ଫ୍ରାନ୍ସ ଆକ୍ରମଣକୁ ନେଇ କରାଯାଇଥିବା ସଠିକ୍ ଭବିଷ୍ୟବାଣୀ ଗୁଡ଼ିକ ସତ ପ୍ରମାଣିତ ହୋଇଛି । ନାସ୍ତ୍ରେଦମସଙ୍କ ଜନ୍ମ ଜର୍ମାନୀରେ ଡିସେମ୍ବର 14 ତାରିଖ 1503 ରେ ଏବଂ ମୃତ୍ୟୁ ଜୁଲାଇ 2 ତାରିଖ 1566 ମସିହାରେ ହୋଇଥିଲା । ଆସନ୍ତୁ ଆପଣଙ୍କୁ କହିବା ଯେ ନାସ୍ତ୍ରେଦମସ ରୁଷ ଏବଂ ୟୁକ୍ରେନ ଯୁଦ୍ଧ ବିଷୟରେ କେଉଁ ଭବିଷ୍ୟବାଣୀ କରିଥିଲେ ।

ରୁଷ – ୟୁକ୍ରେନ ଯୁଦ୍ଧକୁ ନେଇ ଲେଖିଥିଲେ ଏହି କଥା :-

ନାସ୍ତ୍ରେଦମସ ରୁଷ – ୟୁକ୍ରେନ ଯୁଦ୍ଧକୁ ନେଇ ମଧ୍ୟ ନିଜ ପୁସ୍ତକରେ ଭବିଷ୍ୟବାଣୀ ଲେଖିଥିଲେ । ସେ ଲେଖିଥିଲେ ଯେ ” ୟୁରୋପର ଗୋଟିଏ ଦେଶ ସାରା ଦୁନିଆରେ ନିଜ ଶକ୍ତି ଦ୍ଵାରା ପ୍ରଭାବିତ କରିବାକୁ ଚେଷ୍ଟା କରିବ ଏବଂ ଏଥିପାଇଁ ସେ ନିଜ ସୀମା ଠାରୁ କିଛି ଦୂରରେ ଥିବା ଅନ୍ୟ ଛୋଟ ଦେଶ ସହିତ ଯୁଦ୍ଧ କରିବ । ଏହି ଯୁଦ୍ଧରେ ହଜାର ହଜାର ଲୋକ ମରିଯିବେ ଏବଂ ବହୁତ୍ ଲୋକ ନିଜ ଘର ଛାଡ଼ି ଅନ୍ୟ ଦେଶକୁ ପଳାଇ ଯିବାକୁ ବାଧ୍ୟ ହେବେ । ”

ସେ ଆଗକୁ ଲେଖିଛନ୍ତି ଯେ “ବଡ ଦେଶର ଶାସକ ନିଜ ହାର ହେଉଥିବା ଦେଖି ପରମାଣୁ ବୋମା ବ୍ୟବହାର କରିବା ବିଷୟରେ ଚିନ୍ତା କରିବ, କିନ୍ତୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଏବଂ ତୃତୀୟ ବିଶ୍ୱଯୁଦ୍ଧ ହେବା ଭୟରେ ସେ ମାଟିରେ ଲଢେଇ ଜାରି ରଖିବାକୁ ନିଷ୍ପତ୍ତି ନେବ ଏବଂ ତାପରେ ସେହି ଦେଶ ଉପରେ ବିଜୟ ହାସଲ କରିନେବ । ”

ଇନ୍ଦିରା ଗାନ୍ଧୀ ଏବଂ କରୋନା ଭାଇରସ ଉପରେ କରାଯାଇଥିବା ଭବିଷ୍ୟବାଣୀ ହେଲା ସତ :-

ନାସ୍ତ୍ରେଦମସଙ୍କ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କୁ ନେଇ କରିଥିବା ଭବିଷ୍ୟବାଣୀ ବିଲକୁଲ ସତ ପ୍ରମାଣିତ ହୋଇଥିଲା । ନାସ୍ତ୍ରେଦମସ ପ୍ରାୟ 500 ବର୍ଷ ପୂର୍ବରୁ ହିଁ କରୋନା ଭାଇରସକୁ ନେଇ ଦୂନିଆକୁ ଚେତାବନୀ ଦେଇଥିଲେ ।

odia sambada
Comments (0)
Add Comment