ଇଣ୍ଡିଆନ ନେଭୀରେ ଚାକିରି କରିବା ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ! ୧୫୩୧ଟି ପଦବୀ ଖାଲି ପଡିଛି, ୬୦ ହଜାର ଉପରେ ଦରମା

ସେନାରେ ଚାକିରି କରିବା ପାଇଁ ଇଚ୍ଛା ରଖିଥିବା ଯୁବାଗୋଷ୍ଠୀମାନଙ୍କ ପାଇଁ ଆସିଲା ଏକ ଖୁସି ଖବର। ଇଣ୍ଡିଆନ ନେଭିରେ ଟ୍ରାନ୍ସମ୍ୟାନ ସ୍କିଲଡ ପଦବୀରେ ଅନେକ ଭେକେନ୍ସୀ ବାହାରିଛି। ଯାହାକୁ ନେଇ ଆବେଦନ ଆରମ୍ଭ ହୋଇଛି। ୧୫୩୧ଟି ପଦ ପାଇଁ ନିଯୁକ୍ତି ବାହାରିଛି, ଯେଉଁଥିରେ ୧୦ମ ଶ୍ରେଣୀ ପାସ କରିଥିଲେ ମଧ୍ୟ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଆବଦନ କରିବାକୁ ଇଚ୍ଛା କରୁଥିବା ପ୍ରାର୍ଥୀ ନେଭୀର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନର ଫର୍ମକୁ ଭରିପାରିବେ।

ଆବେଦନର ଆରମ୍ଭ ଓ ଶେଷ ତାରିଖ:-

ଆବେଦନ ପ୍ରକ୍ରିୟା ପାଇଁ ଆରମ୍ଭ ହୋଇଗଲାଣି ଏବଂ ଶେଷ ତାରିଖ ୨୦ ତାରିଖ ପର୍ଯ୍ୟନ୍ତ ରହିଛି।

ଏହିସବୁ ପଦବୀ ଖାଲି ପଡିଛି:-

ଇଣ୍ଡିଆନ ନେଭୀରେ ଟ୍ରେଡ୍ସମ୍ୟାନ୍‌ ସ୍କିଲଡରେ ମୋଟ ୧୫୩୧ଟି ପଦବୀ ପାଇଁ ଭର୍ତ୍ତୀ କରାଯିବ। ଯେଉଁଥିରେ ୬୯୭ଟି ପଦ ସାମାନ୍ୟ ଜାତିଙ୍କ ପାଇଁ। ଓବିସିଙ୍କ ପାଇଁ ୩୮୫ଟି ପଦ, ଅନୁସୂଚିତ ଜାତିଙ୍କ ପାଇଁ ୨୧୫ଟି ପଦ, ଆର୍ଥିକ ରୂପରେ ଦୁର୍ବଳ ବର୍ଗମାନଙ୍କ ପାଇଁ ୧୪୧ଟି ପଦ ଏବଂ ଅନୁସୂଚିତ ଜନଜାତି ବର୍ଗମାନଙ୍କ ପାଇଁ ୯୩ଟି ପଦ ରହିଛି।

ଶିକ୍ଷାଗତ ଯୋଗ୍ୟତା:-

ଏହି ପଦବୀରେ ଆବେଦନ କରିବା ପାଇଁ ଆଶା କରୁଥିବା ପ୍ରାର୍ଥିଙ୍କୁ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ୧୦ମ ଶ୍ରେଣୀ ପାସ୍‌ କରିଥିବା ଆବଶ୍ୟକ। ଏହାସହ ଆଇଟିଆଇର ସାର୍ଟିଫିକେଟ ମଧ୍ୟ ରହିଥିବା ଜରୁରୀ।

ବୟସର ସୀମା:-

ପଦବୀରେ ଆବେଦନ କରିବା ପାଇଁ ୨୦ ମାର୍ଚ୍ଚ ୨୦୨୧ ସୁଦ୍ଧା ଆବେଦନକାରୀଙ୍କର ନ୍ୟୁନତମ ବୟସ ୧୮ ବର୍ଷରୁ କମ ଏବଂ ୨୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ। ଏଥିରେ ଆରକ୍ଷିତ କ୍ୟାଟୋଗରୀର ଆବେଦନକାରୀଙ୍କର ଅଧିକତମ ବୟସ ସୀମାକୁ ଛାଡ କରାଯାଇଛି।

ଚୟନ ପ୍ରକ୍ରୀୟା ଏବଂ ଦରମା:-

ଆବେଦନକାରୀଙ୍କ ମଧ୍ୟରୁ ସ୍କ୍ରୀନିଙ୍ଗ କରି ମଧ୍ୟ ଚୟନ କରାଯିବ। ଇଚ୍ଛା କରୁଥିବା ପ୍ରାର୍ଥୀମାନଙ୍କର ଲିଖିତ ପରୀକ୍ଷା କରାଇ ମେରିଟ ଆଧାରରେ ସିଲେକ୍ସନ କରାଯିବ। ମନୋନୀତ ହୋଇଥିବା ପ୍ରାର୍ଥୀମାନଙ୍କର ମ୍ୟାଟ୍ରେିକଲ ଲେବଲ ୨ ଅନୁସାରେ ୧୯,୯୦୦ ରୁ ୬୩,୨୦୦ ଟଙ୍କା ପର୍ଯ୍ୟନ୍ତ ଦରମା ଦିଆଯିବ।

ଆବେଦନ କେମିତି କରିବେ:-

ଆବେଦନ କରିବା ପାଇଁ ଇଚ୍ଛା କରୁଥିବା ପ୍ରାର୍ଥୀମାନଙ୍କୁ ସର୍ବପ୍ରଥମେ ଇଣ୍ଡିଆନ ନେଭୀର ଅଫିସିଆଲ ୱେବସାଇଟ joinindiannavy.gov.inକୁ ଯିବାକୁ ହେବ। ଆପଣଙ୍କୁ ୱେବସାଇଟରେ ନିଜର ରେଜିଷ୍ଟ୍ରେସନ କରନ୍ତୁ ଏବଂ ଆବେଦନ ଫର୍ମ ଭରନ୍ତୁ। ଏହାପରେ ଫର୍ମର ଏକ କପିକୁ ଡାଉନଲୋଡ କରି ନିଜ ପାଖରେ ମଧ୍ୟ ରଖିପାରିବେ। ଏହି ଆବେଦନର ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ହେଉଅଛି।

odia sambada
Comments (0)
Add Comment