ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରୀ,ଜାଣନ୍ତୁ ତାଙ୍କ ବିରୋଧରେ କଣ ରହିଛି ମାମଲା !

ବଲିଉଡ ଜଗତର ବହୁ ଚର୍ଚ୍ଚିିତ ଅଭନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ପାଇଁ ଅସୁବିଧା ଆହୁରି ବଢିଲା। ୨୦୧୮ ମସିହାର ଏକ ମାମଲାକୁ ନେଇ ବର୍ତ୍ତମାନ ତାଙ୍କ ବିରୋଧରେ ଜାମିନବିହୀନ ଗିରଫକୁ ପରୱାନା ଜାରି କରାଯାଇଛି। ସେ ନିଜ ତରଫରୁ ଥାନାରେ ହାଜର ନେହେଲେ ତାଙ୍କୁ ତୁରନ୍ତ ପୋଲିସ ଗିରଫ କରିପାରେ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ ଟଙ୍କା ନେଇ ଏକ କାର୍ଯ୍ୟକ୍ରମରେ ଯୋଗ ନଦେବା ମାମଲାରେ କୋର୍ଟ ଏଭଳି ଏକ ୱାରେଣ୍ଟ ଜାରି କରିଛନ୍ତି। ଉତ୍ତରପ୍ରଦେଶର ମୁରାଦାବାଦର ଏସଜିଏମ-୪ କୋର୍ଟ ତରଫରୁ ଏହି ୱାରେଣ୍ଟକୁ ଜାରି କରାଯାଇଛି। ସୋନାକ୍ଷୀ ଲଗାତର କୋର୍ଟରେ ଅନୁପସ୍ଥିତ ରହିବା କାରଣରୁ କୋର୍ଟ ଏଭଳି ଏକ ୱାରେଣ୍ଟ ଜାରି କରିଛନ୍ତି।

ମୁରାଦାବାଦରେ ରହୁଥିବା ପ୍ରମୋଦ ଶର୍ମା ୨୦୧୮ ମସିହାରେ ମୁରାଦାବାଦର କଟଘର ଥାନାରେ ସୋନାକ୍ଷୀ ସିହ୍ନାଙ୍କ ସମେତ ମୋଟ ୫ ଜଣ ଲୋକଙ୍କ ନାମରେ ଏକ ଠକେଇ ଅଭିଯୋଗ ଆଣିଥିଲେ। ଏଥିରେ ଅଭିଯୋଗକାରୀ କହିଥିଲେକି ସେମାନେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସଂପୃକ୍ତ ୫ ଜଣ ୩୬ ଲକ୍ଷ ଟଙ୍କା ଦେଇଥିଲେ। ଏହି ମାମଲା କୋର୍ଟକୁ ଯିବା ପରେ ବାରମ୍ବାର କୋର୍ଟର ନୋଟିସ ପାଇବା ପରେ ମଧ୍ୟ ସୋନାକ୍ଷୀ କୋର୍ଟରେ ଆଦୌ ହାଜର ହୋଇନଥିଲେ। ଏହି ମାମଲାର ଶୁଣାଣି କରି କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତିକି ତୁରନ୍ତ ଏପ୍ରିଲ ୨୪ ତାରିଖ ସୁଦ୍ଧା ସୋନାକ୍ଷୀଙ୍କୁ ଗିରଫ କରି ତାଙ୍କୁ କୋର୍ଟରେ ହାଜର କରାଯାଉ।

ପ୍ରମୋଦ ଶର୍ମା କଟଘର ଥାନାରେ କରିଥିବା ଅଭିଯୋଗ ଅନୁସାରେ ସୋନାକ୍ଷୀ ସିହ୍ନା ଏକ ଏଗ୍ରିମେଣ୍ଟ ସାଇନ କରିବା ପରେ ମଧ୍ୟ ଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେଇନଥିଲେ। କିନ୍ତୁ ଏଗ୍ରିମେଣ୍ଟ ସମୟରେ ତାଙ୍କୁ ତାଙ୍କର ପ୍ରାପ୍ୟ ସହିତ ବିମାନର ଭଡା ମଧ୍ୟ ଦିଆଯାଇଥିଲା ବୋଲି ଅଭିଯୋଗକାରୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

odia sambada
Comments (0)
Add Comment