ଦେଖନ୍ତୁ ଲାଇଭ ଭିଡ଼ିଓ : ବ୍ୟକ୍ତିଙ୍କ ପଛରେ ପଡ଼ିଗଲା ଚିତା ବାଘ,ଆଉ ତା ପରେ ଭୟରେ କଲେ ଏମିତି କିଛି …

ଉତ୍ତରପ୍ରଦେଶ ମେରଠ ନିକଟରେ ଏକ ଚିତାବାଘକୁ ନେଇ ବର୍ତ୍ତମାନ ଏକ ଭୟର ବାତାବରଣ ଖେଳିଯାଇଥିଲା। ଶୁକ୍ରବାର ଦିନ ସକାଳେ ଏହି ଚିତାବାଘଟି ମେରଠର ପଲ୍ଲବପୁରମର କ୍ୟୁ ପକେଟ କଲୋନୀର ଗୋଟିଏ ଘରେ ଭିତରେ ପ୍ରବେଶ କରିଥିଲା। ଯାହାକୁ ନେଇ ପରିବାର ଲୋକ ଭୟରେ ହୋହାଲ୍ଲା କରିଥିଲେ ଏବଂ ସେଠାରେ ଭିଡ଼ ମଧ୍ୟ ଏକାଠି ହୋଇଯାଇଥିଲା। ଏହାପରେ ପୋଲିସ ଏବଂ ବନବିଭାଗକୁ ମଧ୍ୟ ଖବର ଦିଆଯାଇଥିଲା ଏବଂ ସେମାନେ ପହଞ୍ଚିବା ପରେ ଉକ୍ତ ଚିତବାଘକୁ ଧରିବା ପାଇଁ ଏକ ଜାଲ ମଧ୍ୟ ବିଛାଇଥିଲେ ଓ ଚିତାବାଘଟି ଜାଲରେ ପଡ଼ି ଯାଇଥିଲା ମଧ୍ୟ କିନ୍ତୁ ସେ ଜାଲରୁ ବାହରି ଦୌଡ଼ିବାକୁ ଲାଗିଥିଲା ପ୍ରାୟ ୪୦୦ ମିଟର ପାଖାପାଖି ସେ ଦୌଡ଼ିବା ପରେ ଏକ ବୁଦା ମୂଳରେ ଯାଇ ଲୁଚିଯାଇଥିଲା।

ଏହାରି ମଧ୍ୟରେ ଗୌରବ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ସହିତ କିଛି ଏମିତି ଘଟିଥିଲା ଯାହାକୁ ସେ କେବେବି ଭୁଲିପାରିବେ ନାହିଁ। ଗୌରବ ନା କେବଳ ସେହି ଚିତାବାଘକୁ ଦେଖିନଥିଲେ ବରଂ ତା ସହିତ ଏକ ପ୍ରକାର ରେସ ମଧ୍ୟ କରିଥିଲେ। ଆଉ ଏହି ଭୟଙ୍କର ଘଟଣାକୁ ସେ କେବେବି ଭୁଳିପାରିବେ ନାହିଁ।

ଗୌରବ ଶର୍ମା କହିଛନ୍ତିକି ଚିତାବାଘଟି ଯେଉଁଭଳି ତାଙ୍କର ପିଛା କରିଥିଲା ତାହାକୁ ଦେଖି ସେ ସମ୍ପୂର୍ଣ ଡରିଯାଇଥିଲେ ଏବଂ ଭୟରେ ଦୌଡ଼ିବା ପାଇଁ ଲାଗିଥିଲେ। ସେ କହିଛନ୍ତି ଏତେ ନିକଟରୁ ଚିତାବାଘକୁ ଦେଖି ସେ ଭୟରେ ଡରି ଯାଇଥିଲେ। ଗୌରବ କହିଛନ୍ତିକି ସେ ପ୍ରଥମେ ଚେଷ୍ଟା କରିଥିଲେ କାର ଭିତରେ ପଶିବା ପାଇଁ କିନ୍ତୁ ମାତ୍ର ଏମିତି ହୋଇନଥିଲା ଆଉ ସେ କାରର ପଛପଟକୁ ଚାଲିଯାଇଥିଲେ। ଏହାରି ମଧ୍ୟରେ ଚିତାବାଘ ସିଧାସଳଖ ପଳାଇଯାଇଥିଲା। ସେ କହିଛନ୍ତିକି ସେହି ଘଟଣା ପ୍ରକୃତରେ ଭୟଙ୍କର ଅଟେ।

ପାଖାପାଖି ୯ ଘଣ୍ଟା ପରେ ଏହି ଚିତାବାଘଟି ଧରାପଡ଼ିଥିଲା। ଯାହାପରେ ପଲ୍ଲବପୁରମର କ୍ୟୁ ପକେଟ କଲୋନୀର ବାସିନ୍ଦା ଶାନ୍ତିରେ ନିଶ୍ୱାସ ନେଇଛନ୍ତି।

odia sambada
Comments (0)
Add Comment