ଜୁନରେ ଆସିବ କରୋନାର ଚତୁର୍ଥ ଲହର ? ଜାଣନ୍ତୁ ଏହାକୁ ନେଇ ସରକାର କଣ କହୁଛନ୍ତି !

ଆଇଆଇଟି- କାନପୁରର ଗୋଟିଏ ଅଧ୍ୟୟନରେ ଏହି ବର୍ଷ ଜୁନରେ କୋଭିଡ-19 ର ଚତୁର୍ଥ ଲହର ଆସିବାର ପୂର୍ବାନୁମାନ ବ୍ୟକ୍ତ କରିବା ମଧ୍ୟରେ ସରକାର ବୁଧବାର ଦିନ କହିଛନ୍ତି ଯେ ସେ ଏହିପରି ଅଧ୍ୟୟନ ଗୁଡ଼ିକୁ ଉଚିତ୍ ସମ୍ମାନ ସହିତ ଦେଖନ୍ତି, କିନ୍ତୁ ବର୍ତ୍ତମାନ ଏହା ପରୀକ୍ଷା କରିବା ବାକି ରହିଛି ଯେ ଏହି ବିଶେଷ ରିପୋର୍ଟର କୌଣସି ବୈଜ୍ଞାନିକ ମୂଲ୍ୟ ରହିଛି କି ନାହିଁ ।

ଜାଣନ୍ତୁ ନୀତି ଆୟୋଗର ସଦସ୍ୟ ବି କେ ପଲ କଣ୍ କହିଛନ୍ତି :-

ନୀତି ଆୟୋଗର ସଦସ୍ୟ ବି କେ ପଲ ଏଠାରେ ଗୋଟିଏ ସମ୍ବାଦଦାତା ସମ୍ମିଳନୀରେ କହିଛନ୍ତି ଯେ ଆଇଆଇଟି କାନପୁର ର ଅଧ୍ୟୟନ ପ୍ରତିଷ୍ଠିତ ଲୋକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ‘ ମୂଲ୍ୟବାନ ଇନପୁଟ’ ଅଟେ । ପଲ କହିଛନ୍ତି ଯେ ‘… ମହାମାରୀ ବିଜ୍ଞାନ… ବିଶାନୁ ବିଜ୍ଞାନକୁ ଦେଖିବା ଆମର ଚେଷ୍ଟା ରହିଛି । ସବୁ ଅନୁମାନ ଡାଟା ଏବଂ ବିଶ୍ୱାସ ଉପରେ ଆଧାରିତ ତଥା ଆମେ ସମୟ ସମୟରେ ଅଲଗା ଅଲଗା ଅନୁମାନ ଦେଖିଛୁ । ତାହା ବେଳେବେଳେ ଏତେ ଭିନ୍ନ ହୋଇଥାଏ ଯେ ନିର୍ଣ୍ଣୟ କେବଳ ଅନୁମାନ ଗୁଡ଼ିକର ଗୋଟିଏ ପର୍ଯ୍ୟାୟ ଉପରେ ଆଧାରିତ ହେବା ସମାଜ ପାଇଁ ବହୁତ୍ ଅସୁରକ୍ଷିତ ହେବ । ସରକାର ଏହି ଅନୁମାନ ଗୁଡ଼ିକୁ ଉଚିତ୍ ସମ୍ମାନ ସହିତ ଦେଖନ୍ତି, କାରଣ ଏହା ପ୍ରତିଷ୍ଠିତ ଲୋକଙ୍କ ଦ୍ୱାରା କରାଯାଇଥିବା ବୈଜ୍ଞାନିକ କାର୍ଯ୍ୟ ଅଟେ ।’

ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବା :-

ସେ କହିଛନ୍ତି ଯେ ସରକାରଙ୍କ ଦୃଷ୍ଟିକୋଣ ଅପ୍ରତ୍ୟାଶିତ ଭାଇରସ ସହିତ ମୁକାବିଲା କରିବାପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବା ଅଟେ । କିନ୍ତୁ ଆଇଆଇଟିର ଅଧ୍ୟୟନ ର ବୈଜ୍ଞାନିକ ମୂଲ୍ୟ ଅଛି କି ନାହିଁ, ଏହାକୁ ଯାଞ୍ଚ କରିବା ବର୍ତ୍ତମାନ ବାକି ରହିଛି ।

କରୋନା ର ଚତୁର୍ଥ ଲହର ଜୁନ 22 ତାରିଖ ପାଖାପାଖି ଆସିବ ?

ଆଇଆଇଟି କାନପୁରର ଅନୁସନ୍ଧାନକାରୀଙ୍କ ଦ୍ଵାରା କରାଯାଇଥିବା ଗୋଟିଏ ମଡେଲିଙ୍ଗ ଅଧ୍ୟୟନ ରେ କୁହାଯାଇଛି ଯେ ଭାରତରେ କୋଭିଡ-19 ମହାମାରୀର ଚତୁର୍ଥ ଲହର ଜୁନ 22 ତାରିଖ ପାଖାପାଖି ଆରମ୍ଭ ହୋଇପାରେ ଏବଂ ଏହା ଅଗଷ୍ଟ ମାସର ଶେଷ ସୁଦ୍ଧା ଚରମ ସୀମାକୁ ଯାଇପାରେ ।

odia sambada
Comments (0)
Add Comment