ମୁମ୍ବାଇର ଯୁବତୀ ବିହାରରେ ପହଞ୍ଚି ଲଗେଇ ଦଉଥିଲେ ସିନ୍ଦୁର,ଆଉ ପାର୍ଟନର ସହ ମିଶିକି ମେଳାରେ କରୁଥିଲେ ଏମିତି ଖରାପ କାମ,ଜାଣନ୍ତୁ ପୁରା ଘଟଣା

ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ମୁମ୍ବାଇର ଜଣେ ଯୁବତୀ ସିନ୍ଧୁର ଲଗେଇକରି ପାର୍ଟନରଙ୍କ ସହ ଯାଇ ବିହାର ପହଞ୍ଚନ୍ତି ଆଉ ତା’ପରେ ତାଙ୍କ ସହ ମିଶିକରି ବିହାରର ମେଳାରେ ଖରାପ କାମ କରିବା ଆରମ୍ଭ କରିଦିଅନ୍ତି |

ବିହାରର ଔରଙ୍ଗାବାଦ ଜିଲ୍ଲାର ଓବ୍ରା ପୋଲିସ ମେଳାରେ ପିଲା ଚୋରି କରୁଥିବା ଗ୍ୟାଙ୍ଗର ଫରଦା ଫାସ୍ କରି ତାଙ୍କର ଖରାପ କାମକୁ ପ୍ରକାଶ କରିଛନ୍ତି | ଏହି ଦୁହିଁ ମହିଳା ପିଲା-ଚୋର ଗ୍ୟାଙ୍ଗର ସଦସ୍ୟ ଅଟନ୍ତି | ଗିରଫ ହେଇଥିବା ମହିଳାମାନଙ୍କ ନାମ ଇନ୍ଧୁ ଦେବି ଆଉ ରଜନୀ କୁମାରୀ ଅଟନ୍ତି | ଇନ୍ଦୁ ଭାଗଲପୁର ସହରର ବାସିନ୍ଦା ଅଟନ୍ତି, ଯାହାଙ୍କର ଔରଙ୍ଗାବାଦର ଓବ୍ରା ବଜାରରେ ବାପ ଘର ଅଛି |

ସେଇଠାରେ ରଜନୀ ମୁମ୍ବାଇ ସହରର କାଲା ନାଗରର ବାସିନ୍ଦା, ଯାହାର ମାଉସୀଙ୍କ ଘର ଓବ୍ରା ବଜାରରେ ଅଛି । ଦୁଇ ଅଭିଯୁକ୍ତ ମହିଳା ଦେବକଳି ଶିବ ମନ୍ଦିର ନିକଟସ୍ଥ ଶିବରାତ୍ରୀ ମେଳାରୁ ମଙ୍ଗଳବାର ଦିନ ଚାଙ୍ଗା ବିଗହା ଗ୍ରାମରେ ରହୁଥିବା ଜଣେ ମହିଳାଙ୍କ ଦୁଇ ମାସର ପିଲାକୁ ତାଙ୍କ କୋଳରୁ ଜବରଦସ୍ତି ଛଡ଼ାଇ ଭିଡ଼ର ସୁଯୋଗ ନେଇ ଫେରାର ହୋଇ ଯାଇଥିଲେ ।

ପିଲାର ମାଆ ଚିଲେଇବା ଦ୍ୱାରା ଦୁଇ ମହିଳା ଚୋରମାନଙ୍କୁ ଭିଡରେ ଧରିପକେଇଥିଲେ । ଧରାଯିବା ପରେ ମହିଳା ଚୋରଙ୍କୁ ମାଡ ଦିଆଯାଇଥିଲା । ମହିଳା ଜଣକ ଓବ୍ରା ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ । ସୂଚନା ମୁତାବକ ଥାନା ଅଧିକାରୀ ପଙ୍କଜ କୁମାର ସୈନି ଦୁଇ ମହିଳା ଚୋରଙ୍କୁ ଗିରଫ କରିନେଇଥିଲା ଏବଂ ଚୋରି ହୋଇଥିବା ପିଲାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଥାନା ଅଧିକାରୀ କହିଛନ୍ତି ଯେ ଇନ୍ଦୁ ଙ୍କୁ ମେଳା କ୍ଷେତ୍ରରୁ ପଳାୟନ କରୁଥିବାବେଳେ ଗ୍ରାମବାସୀ ଧରିଦେଇଥିଲେ ଏବଂ ରଜନୀଙ୍କୁ ଦୌଡ଼ିଥିବା ଅବସ୍ଥାରେ କାରା ବଜାର ନିକଟରରୁ ଧରାଯାଇଥିଲା ।

ପରିଚୟ ଲୁଚାଇବା ପାଇଁ ଲଗାଉଥିଲା ସିନ୍ଦୁର

ଥାନାଅଧିକାରୀ କହିଛନ୍ତି ଯେ ରଜନୀ ଅବିବାହିତ କିନ୍ତୁ ନିଜର ପରିଚୟ ଲୁଚାଇବା ପାଇଁ ସେ ମଥାରେ ସିନ୍ଦୁର ଲଗାଉଥିଲା । ଆଉ ମଧ୍ୟ କହିଛନ୍ତି କି ମହିଳା ଚୋରମାନଙ୍କର ଯୋଜନା ଚୋରି କରିଥିବା ପିଲାକୁ ମୁମ୍ବାଇ ନେଇ ବିକ୍ରି କରିଦେବାର ଥିଲା । ଗିରଫ କରିବା ପରେ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ବିଷୟରେ ପଚରାଉଚରା ଜାରିରହିଛି । ଗିରଫ ମହିଳା ଚୋରମାନେ ଯାହା କହିଛନ୍ତି ତାହା ଆଧାରରେ ଯାଞ୍ଚ କରାଯାଉଛି । ଦୁହିଁଙ୍କ ପରିବାରକୁ ମଧ୍ୟ ଯୋଗାଯୋଗ କରାଯାଉଛି । ଦୁହିଁଙ୍କ ଅତୀତର ଅପରାଧିକ ଇତିହାସ ଅନୁସନ୍ଧାନ କରାଯାଉଛି।

ଜବରଦସ୍ତ ପିଲାକୁ ନେଇ ପଳେଇଲେ :-

କୁହାଯାଉଛି ଯେ ଶିବରାତ୍ରି ମେଳାରେ ରାଜକୁମାରୀ ନିଜ ପିଲାକୁ ନେଇକରି ଶିବ ମନ୍ଦିରରେ ପୂଜା କରିବାପାଇଁ ପହଞ୍ଚୀଥିଲେ | ପୂଜା ସମୟରେ ଦୁହେଁ ମହିଳା ଚୋର ମହିଳାଙ୍କ ଠାରୁ ଏହା କହିକି ପିଲା ମାଗିଲେ କି ଆପଣ ପୂଜା କରନ୍ତୁ ଆମେ ପିଲାକୁ ସୁରକ୍ଷିତ ରଖିବୁ |

ଯେତେବେଳେ ମହିଳା ଜଣଙ୍କ ତାଙ୍କ ପିଲାକୁ ଦେବାପାଇଁ ମନା କଲେ ସେତେବେଳେ ଦୁଇ ମହିଳା ଚୋର ଜବରଦସ୍ତ ତାଙ୍କ ପିଲାକୁ ତାଙ୍କ କୋଳରୁ ଟାଣି ନେଇ ଦଉଡିବାକୁ ଲାଗିଲେ | ପଚରା-ଉଚରା ସମୟରେ ପୋଲିସକୁ ଜଣାପଡିଲା ଯେ ରଜନୀ ଏବଂ ଇନ୍ଦୁ ଦୁହେଁ ସମ୍ପର୍କୀୟ ଅଟନ୍ତି | ଥାନା ଅଧିକାରୀ କହିଲେ ଯେ ଦୁଇ ମହିଳା ଚୋରଙ୍କ ବିରୁଦ୍ଧରେ ରାଜକୁମାରୀଙ୍କ ବୟାନ ଅନୁସାରେ ଏଫଆଇଆର ଦର୍ଜ କରାଯାଇ,ବୁଧବାର ଦିନ କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରୁ ସେ ଦୁହିଁଙ୍କୁ ଜେଲ ପଠାଇ-ଦିଆଯାଇଥିଲା |

odiasambada
Comments (0)
Add Comment