କ୍ରିକେଟ ଜଗତରେ ଶୋକର ଛାୟା :ଏହି ପ୍ରସିଦ୍ଧ କ୍ରିକେଟରଙ୍କର ହଠାତ ହେଲା ଦେହାନ୍ତ

ବର୍ତ୍ତମାନ କ୍ରିକେଟ ଜଗତରେ ଶୋକର ଛାୟା ଖେଳି ଯାଇଛି। କାହିକିଁନା ଅଷ୍ଟ୍ରେଲିଆର କ୍ରିକେଟ ଖେଳାଳୀ ରୋଡ୍ ମାର୍ଶ ଆଜି ଆଉ ନାହାନ୍ତି। ଫିଲ୍ଡରେ ଚମତ୍କାର ପ୍ରଦର୍ଶନ କରୁଥିବା ସମୟରେ ତିନି ଶତକରେ ସେ ୩୬୩୩ ରନ ସଂଗ୍ରହ କରିଛନ୍ତି। ଇଂଲଣ୍ଡରେ ସର୍ବାଧିକ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଥିବା ଏହି ଖେଳାଳି ହେଉଛନ୍ତି ତୃତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ। ଏହି ବ୍ୟାଟ୍ସମ୍ୟାନ ୯୨ ଦିନକିଆ ମ୍ୟାଚରେ ୧୨୪ ୱିକେଟ ନେଇ ୧୨୨୫ ରନ ହାସଲ କରିଥିଲେ। ତାଙ୍କର ନିଧନ କ୍ରିକେଟ ପ୍ରେମୀମାନଙ୍କ ପାଇଁ ସବୁଠାରୁ ବଡ଼ ଦୁଃଖ ଖବର ଅଟେ। କାରଣ କ୍ରିକେଟ ପ୍ରେମୀମାନେ ଆଜି ଜଣେ କିମ୍ବଦନ୍ତୀ କ୍ରିକେଟରଙ୍କୁ ହରାଇଛନ୍ତି।

ଅଷ୍ଟ୍ରେଲିଆର କିମ୍ବଦନ୍ତୀ ୱିକେଟ୍ କିପର ବ୍ୟାଟର ରୋଡ୍ ମାର୍ଶଙ୍କ ୭୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। କ୍ରିକେଟ୍ ଅଷ୍ଟ୍ରେଲିଆ ଏହି ବିଷୟରେ ସୂଚନା ଦେଇଛନ୍ତି। ରୋଡ ମାର୍ଶଙ୍କର ମୃତ୍ୟୁକୁ ନେଇ କ୍ରିକେଟ୍ ଜଗତରେ ବର୍ତ୍ତମାନ ଶୋକର ଲହରୀ ଖେଳିଯାଇଛି। ସୂଚନା ଅନୁସାରେ ସେ କୋମାରେ ଥିଲେ।

ବୁଲ୍ସ ମାଷ୍ଟର୍ସ ଚ୍ୟାରିଟି ଗ୍ରୁପ୍ ପାଇଁ ସେ ଏକ କାର୍ଯ୍ୟକ୍ରମ ପାଇଁ ଗତ ସପ୍ତାହରେ ବୁଣ୍ଡାବର୍ଗ ରୋଡ୍ ମାର୍ଶ ଯାଇଥିଲେ। ହାର୍ଟଆଟାକ ହେବା କାରଣରୁ ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଡିଲେଡର ଏକ ଡାକ୍ତରଖାନାରେ ରୋଡ ମାର୍ଶଙ୍କର ମୃତ୍ୟୁ ହୋଇ ଯାଇଥିଲା। ସେ ଅଷ୍ଟ୍ରେଲିଆ ପାଇଁ ୧୯୭୦ ରୁ ୧୯୮୪ ମଧ୍ୟରେ ସେ ୯୬ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ତାଙ୍କର ତିନୋଟି ସନ୍ତାନ ଅଛନ୍ତି ଏବଂ ପତ୍ନୀଙ୍କ ସହିତ ସେ ରହୁଥିଲେ। ତାଙ୍କର ଏପରି ହଠାତ ମୃତ୍ୟୁ ହେବା ଯୋଗୁଁ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି।

odia sambada
Comments (0)
Add Comment