ରାସନକାର୍ଡ ନଥିଲେ ମଧ୍ୟ ବର୍ତ୍ତମାନ ଆପଣ ରାସନ ନେଇ ପାରିବେ,କିପରି ଜାଣନ୍ତୁ ?

ବର୍ତ୍ତମାନ ରାସନ କାର୍ଡକୁ ନେଇ ଏକ ବଡ ଖବର ଆସିଲା। ବର୍ତ୍ତମାନ ବିନା ରାସନକାର୍ଡରେ ମଧ୍ୟ ଆପଣମାନେ ମାଗଣାରେ ଜିନିଷ ପାଇପାରିବେ। ଲୋକମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏକ ନୂଆ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ବର୍ତ୍ତମାନ ଦେଶର ପ୍ରତ୍ୟେକ ରାଜ୍ୟରେ ମାଗଣା ରାସନ କାର୍ଡର ନିୟମକୁ ଲାଗୁ କରିଛନ୍ତି। ଏହି ନିୟମ ଅନ୍ତର୍ଗତ ବର୍ତ୍ତମାନ ସବୁ ରାଜ୍ୟରେ ମାଗଣା ଖାଦ୍ୟ ସାମଗ୍ରୀକୁ ବଣ୍ଟନ କରାଯିବ। ଏହାକୁ ପ୍ରାଥମିକ ଭାବରେ ଦିଲ୍ଲୀ-ଏନସିଆରରେ ଲାଗୁ କରାଯାଇଛି।

କେନ୍ଦ୍ର ସରକାର ଓ୍ଵାନ ନେସନ ଓ୍ଵାନ ରାସନ କାର୍ଡର ସ୍କିମ ବାହାର କରିଛନ୍ତି। ଏଥିରେ ସମସ୍ତଙ୍କୁ ମାଗଣାରେ ରାସନ କାର୍ଡ ଅନ୍ତର୍ଗତ ସମସ୍ତ ପ୍ରକାର ସୁବିଧା ମିଳିବ। ବର୍ତ୍ତମାନ ଏହାର ଲାଭ କେମିତି ଉଠାଇବେ ଜାଣନ୍ତୁ।

ସରକାରଙ୍କ ଏହି ସ୍କିମର ଲାଭ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଝାଡ଼ଖଣ୍ଡରେ ଲାଗୁ ହୋଇସାରିଛି। ଏଠାରେ ବିନା ରାସନ କାର୍ଡରେ ମାଗଣାରେ ଖାଦ୍ୟ ସାମଗ୍ରୀ ମିଳୁଛି। ଯାହାର ଫାଇଦା ବର୍ତ୍ତମାନ ସମସ୍ତେ ଉଠାଇବେ। ଅନ୍ୟପକ୍ଷରେ ସରକାର ନୂଆ ରାସନ କାର୍ଡ ଓ ପୁରୁଣା ରାସନ କାର୍ଡରେ ନାମ ଯୋଡ଼ିବା ସହିତ ଅଯୋଗ୍ୟ ଥିବା ପ୍ରାର୍ଥୀମାନଙ୍କର ନାମକୁ ହଟାଇବାର କାମ ଆରମ୍ଭ କରିଛନ୍ତି। ତେବେ ଏହାରି ମଧ୍ୟରେ ସବୁଠାରୁ ଜରୁରୀ କଥା ହେଉଛିକି ରାସନ କାର୍ଡଧାରୀଙ୍କ ଏହି ଖାତା ଆଧାର କିମ୍ବା ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ରହିବା ଦରକାର। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିଆଣା, ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଏବଂ ଦିଲ୍ଲୀ ଏନସିଆରରେ ସସ୍ପେଣ୍ଡ କୋଡକୁ ଲିଙ୍କ କରିଦିଆଯାଇଛି।

ବର୍ତ୍ତମାନ ଦିଲ୍ଲୀ ସରକାର ଏହି ସ୍କିମ ଅନ୍ତର୍ଗତ ସମସ୍ତ ଖାଦ୍ୟ ସାମଗ୍ରୀକୁ ଇ-ପିଓଏସ୍ ମାଧ୍ୟମରେ ଲାଗୁ କରାଯାଇଛି। ଏହା ଅନ୍ତର୍ଗତ ସମସ୍ତ ଲାଭାର୍ଥିୀଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ମିଳିବ। ଏଥିପାଇଁ ଆପଣଙ୍କର କାର୍ଡ ଆଧାର କିମ୍ବା ବ୍ୟାଙ୍କ ସହିତ ଲିଙ୍କ ହେବା ଆବଶ୍ୟକ। ଏହା ସହିତ ଯଦି ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନାହିଁ ତେବେ ମଧ୍ୟ ଆପଣଙ୍କର କାର୍ଡ ସାହାଯ୍ୟରେ ଅନ୍ୟମାନେ ରାସନ ଉଠାଇପାରିବେ। ବର୍ତ୍ତମାନ ଏହାର ଲାଭ ସାରା ଦେଶବାସୀ ଉଠାଇ ପାରିବେ।

odia sambada
Comments (0)
Add Comment