MBBS ପଢିବା ପାଇଁ ଆଉ ଏବେ ଯିବାକୁ ପଡିବ ନାହିଁ ବିଦେଶ, ୟୁକ୍ରେନ ସଙ୍କଟକୁ ଦେଖି ଆନନ୍ଦ ମହିନ୍ଦ୍ରା ନେଲେ ଏହି ବଡ ନିଷ୍ପତ୍ତି

ୟୁକ୍ରେନରେ ଜାରି ହୋଇଥିବା ଯୁଦ୍ଧ ସଙ୍କଟ ମଧ୍ୟରେ ଭାରତର ସାମ୍ନାରେ ଯେଉଁ ଵଡ ସଙ୍କଟ ଆସିଛି ତାହା ହେଲା ସେଠାରେ ମେଡିକାଲ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା|ଏହି ସଙ୍କଟରେ ଭାରତର ଲୋକଙ୍କ ମନରେ ପ୍ରଶ୍ନ ଉଠେ ଯେ ପ୍ରକୃତରେ ଏତେ ବଡ ସଂଖ୍ୟାରେ ଛାତ୍ର ବାହାରକୁ କାହିଁକି ଯାଆନ୍ତି|ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ୟୁକ୍ରେନରେ ଫସିଥିବା ମେଡିକାଲ ଛାତ୍ରଛାତ୍ରୀ ଙ୍କ ଅବସ୍ଥା ଦେଖି ଏକ ବଡ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି|

ଆନନ୍ଦ ମହିନ୍ଦ୍ରା ଟୁଇଟ କରି କହିଛନ୍ତି ଯେ ତାଙ୍କୁ ଜଣାନଥିଲା ଯେ ଭାରତରେ ମେଡିକାଲ କଲେଜର ଏତେ ଅଭାବ ରହିଛି|ସେ ନିଜ କମ୍ପାନୀ ଟେକ ମହିନ୍ଦ୍ରାର ଏମଡି ଓ ସିଇଓ ସିପି ଗୁରନାମିକୁ ଟ୍ୟାଗ କରି ଲେଖିଛନ୍ତି,”କ’ଣ ଆମେ ମହିନ୍ଦ୍ରା ୟୁନିଭରସିଟିରେ ମେଡିକାଲ ପଢାଇ କରୁଥିବା ସଂସ୍ଥାନ ସ୍ଥାପନ ସମ୍ପର୍କରେ ବିଚାର କରିପାରିବା?

ମହିନ୍ଦ୍ରାଙ୍କ ଏହି ଟୁଇଟ ପରେ ବହୁ ୟୁଜର୍ସ କହିଛନ୍ତି ଭାରତର ବହୁ ସଂଖ୍ୟାରେ ଛୁଆ ମେଡିକାଲ ପଢିବାକୁ କେବଳ ଭାରତରେ ସିଟ କମ ପାଇଁ ଯାଇ ନଥାନ୍ତି ,ଏହାର ଆଉ ଏକ କାରଣ ଏଠି ପଢାଇ ମହଙ୍ଗା ଅଟେ|ଏହାକୁ ନେଇ ଜଣେ ୟୁଜର‌ କହିଛନ୍ତି ଆପଣ ସଂସ୍ଥାନରେ ପଢାଇ ଖର୍ଚ୍ଚ ଅନ୍ୟ ଭଳି କୋଟିରେ ଯେମିତି ନହେବ ଧ୍ୟାନ ଦେବା ଆବଶ୍ୟକ|ସେ କହିଛନ୍ତି ମୁଁ ଧ୍ୟାନ ଦେବି|

ଆନନ୍ଦ ମହିନ୍ଦ୍ରା ଯେଉଁ ଟୁଇଟ କରିଛନ୍ତି ସେ ଅନୁସାରେ ଭାରତର‌ ପାଖାପାଖି ୧୮୦୦୦ ଛୁଆ ୟୁକ୍ରେନରେ ମେଡିକାଲ ପଢୁଛନ୍ତି|ସବୁଠାରୁ ଅଧିକ ୨୩୦୦୦ ଚୀନରେ ମେଡିକାଲ ଡିଗ୍ରୀ ପାଇଁ ଯାଇଛନ୍ତି|

ସେ ନିଜ ଟୁଇଟରରେ ବହୁ ଡ୍ରିମ ପ୍ରୋଜେକ୍ଟ ସମ୍ପର୍କରେ ଲୋକଙ୍କୁ ସୂଚନା ଦେଇଥାନ୍ତି|ସେ ପ୍ରତି ମୁଦ୍ଦାରେ ଖୋଲିକି କଥା ହୋଇଥାନ୍ତି|ତାଙ୍କ ସମକକ୍ଷ ସୋସିଆଲ ମିଡିଆରେ ସକ୍ରିୟ ରହି ଓ ସାଧାରଣ ଲୋକଙ୍କ ରାୟ ନେବାରେ ସେ ଲୋକଙ୍କ ମନରେ ରହିଛନ୍ତି ଓ ସେ ଏପରି ଉଦ୍ୟୋଗପତି ଭାରତୀୟ ସମାଜକୁ ଆଗକୁ ବଢାଇବାକୁ ଚାହାନ୍ତି|

odia sambada
Comments (0)
Add Comment