Flipkart Big Bachat Dhamaal Sale: ସ୍ମାର୍ଟ ଫୋନ୍ ଏବଂ ସ୍ମାର୍ଟ୍ ଟିଭି ଉପରେ ପାଆନ୍ତୁ ଜବରଦସ୍ତ ଡିସକାଉଣ୍ଟ

ଦେଶର ଅନଲାଇନ୍ ସପିଙ୍ଗ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ ହେଉଛି ଫ୍ଲିପକାର୍ଟ, ଯିଏକି ସମୟ ସମୟରେ ନୂତନ ସେଲ ଏବଂ ଅଫର୍ ନେଇ ଆସିଥାଏ । ଯାହାଦ୍ଵାରା ଗ୍ରାହକ ନିଜର ପସନ୍ଦ ଏବଂ ଆବଶ୍ୟକୀୟ ଜିନିଷ ବହୁତ୍ ଶସ୍ତାରେ କିଣି ପାରିବେ । କାଲି ଅର୍ଥାତ୍ ମାର୍ଚ୍ଚ 4 ତାରିଖରୁ ତିନିଦିନ ପାଇଁ ଫ୍ଲିପକାର୍ଟରେ ବିଗ ବଚତ ଧମାଲ ସେଲ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ଆପଣଙ୍କୁ ସ୍ମାର୍ଟ ଫୋନ୍, ସ୍ମାର୍ଟ ଟିଭି ଏବଂ ଏପରି ଅନେକ ଜିନିଷ ଉପରେ ଡିସକାଉଣ୍ଟ ଦିଆଯିବ । ଆସନ୍ତୁ ଦେଖିବା ଯେ ଏହି ସେଲରେ ଆପଣ କେଉଁ ପ୍ରକାରର ଅଫର୍ ଆଶା କରିପାରିବେ ।

ବର୍ତ୍ତମାନ ସେଲରେ କିଣିବା ହେଉଛି ବେଷ୍ଟ ଅପସନ :-

ଏହି ସେଲ ଆଜି ରାତି 12ଟାସମୟରୁ ଫ୍ଲିପକାର୍ଟ ର ଆପ ଏବଂ ୱେବସାଇଟରେ ଲାଇଭ ହୋଇଯିବ । ଆପଣଙ୍କୁ କହିରଖୁଛୁ ଯେ ଏହି ସେଲ ସମୟରେ ଆପଣଙ୍କୁ ସକାଳ 8ଟା, ଦିନ 12ଟା ଏବଂ ସନ୍ଧ୍ୟା 4ଟା ସମୟରେ ନୂତନ କମ୍ବୋ ଅଫରର ସୂଚନା ଦିଆଯିବ । ଦ୍ବିପ୍ରହର 12ଟା ସମୟରୁ ନେଇ ରାତି 10ଟା ମଧ୍ୟରେ ଆପଣଙ୍କୁ ସବୁଠାରୁ କମ୍ ମୂଲ୍ୟରେ ପ୍ରଡକ୍ଟ ମିଳିଯିବ ।

ବ୍ୟାଙ୍କ୍ ଅଫର ଏବଂ ଇଏମଆଇ ଅପ୍ସନ୍ :-

ଏହି ସେଲ ସମୟରେ ଆପଣଙ୍କୁ ପ୍ରତ୍ୟେକ ଡିଲରେ ନୋ- କୋଷ୍ଟ ଇଏମଆଇର ମଧ୍ୟ ଅପ୍ସନ୍ ଦିଆଯିବ । ଆପଣଙ୍କୁ କହିରଖୁଛୁ ଯେ ଯେକୌଣସି ପ୍ରଡକ୍ଟ କିଣିବା ସମୟରେ ଯଦି ଆପଣ ୟୁପିଆଇ ଟ୍ରାଞ୍ଜାକ୍ସନ୍ କରନ୍ତି, ତେବେ ଆପଣଙ୍କୁ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦିଆଯିବ । ଯଦି ଆପଣ ଆଇଡିଏଫସି ବ୍ୟାଙ୍କ୍ କିମ୍ବା ୟେସ ବ୍ୟାଙ୍କର କ୍ରେଡିଟ କାର୍ଡ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ 10%ର ଇନ୍ସ୍ତାଣ୍ଟ ଡିସକାଉଣ୍ଟ ମିଳିଯିବ । ଆପଣ ନିଜ ମନ ପସନ୍ଦର ପ୍ରଡକ୍ଟକୁ ଇଏମଆଇ କିମ୍ବା ନୋ- କୋଷ୍ଟ ଇଏମଆଇରେ ମଧ୍ୟ କିଣି ପାରିବେ ।

ଏହି ପ୍ରଡକ୍ଟ ଉପରେ ମିଳୁଛି ଡିସକାଉଣ୍ଟ :-

ଯଦି ଆପଣ ଭାବୁଛନ୍ତି ଯେ ଏହି ସେଲରେ ଆପଣଙ୍କୁ କେଉଁ କେଉଁ ପ୍ରଡକ୍ଟ ଉପରେ ଡିସକାଉଣ୍ଟ ଦିଆଯିବ, ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଫ୍ଲିପକାର୍ଟର ବିଗ୍ ବଚତ ଧମାଲ୍ ସେଲ ରୁ ଆପଣ ସବୁ ପ୍ରକାରର ପ୍ରଡକ୍ଟକୁ ଶସ୍ତାରେ କିଣି ପାରିବେ । ସ୍ମାର୍ଟ୍ ଟିଭି, ସ୍ମାର୍ଟ୍ ଫୋନ୍, ସ୍ପିକର, ସ୍ମାର୍ଟ୍ ୱାଚ, ଇୟରବଡସ, ଇୟରଫୋନ୍, ମନିଟର୍ସ, ପାୱାର ବ୍ୟାଙ୍କ, ଲାପଟପ୍ ଇତ୍ୟାଦି ଅନେକ ଇଲେକ୍ଟ୍ରୋନିକ ଆଇଟମ ଉପରେ ବହୁତ୍ ଡିସକାଉଣ୍ଟ ଦିଆଯାଉଛି ।

ଆପଣଙ୍କୁ କହି ରଖୁଛୁ ଯେ ଏହି ସେଲର ଆରମ୍ଭ କାଲି ଅର୍ଥାତ୍ ମାର୍ଚ୍ଚ 4ତାରିଖରୁ ହେଉଛି ଏବଂ ମାର୍ଚ୍ଚ 6 ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

Comments (0)
Add Comment