କିଏ ଏହି ୱାଗନର ଗ୍ରୁପ ? ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହତ୍ୟା କରିବାକୁ ଯାହାକୁ ଭଡାରେ ପଠାଇଛି ରୁଷ !

ରୁଷ ଏବଂ ୟୁକ୍ରେନର ଯୁଦ୍ଧରେ ରୁଷ ନିଜର ଭଡାଟିଆ ସୈନିକମାନଙ୍କୁ ମଧ୍ୟ ସାମିଲ କରିଛି। ବ୍ରିଟେନର ଖବର କାଗଜ ଦ ଟାଇମର ରିପୋର୍ଟ ଅନୁଯାୟୀ, ୪୦୦ରୁ ଅଧିକ ଭଡାଟିଆ ସୈନିକ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ତାଙ୍କର କ୍ୟାବିନେଟ ମନ୍ତ୍ରୀମାନଙ୍କୁ ହତ୍ୟା କରିବା ପାଇଁ ଆସିଛନ୍ତି। ଏହି ସୈନିକମାନେ ୱାଗନର ନାମକ ଏକ ଗ୍ରୁପ ପାଇଁ କାମ କରୁଛନ୍ତି। ଏହି ଗ୍ରୁପ ଅନୁଷ୍ଠାନିକ ରୁପରେ ରୁଷ ସରକାରଙ୍କ ପାଇଁ କାମ କରିପାରିବ ନାହିଁ। ଏହି ସୈନିକମାନେ ସେନାର ପୋଷାକକୁ ପିନ୍ଧନ୍ତି ନାହିଁ। ଲୋକମାନଙ୍କ ମଧ୍ୟରେ ଲୁଚି ରହି ସେମାନେ ଆକ୍ରମଣ କରିଥାନ୍ତି।

ୱେଗନର ଏକ ମିଲିସିୟା ସଂଗଠନ ଅଟେ। ଏହି ଗ୍ରୁପର କାମ ହେଉଛି ଟଙ୍କା ନେଇ ଭଡାରେ ସୈନିକ ଯୋଗାଇବା। ଏହି କୁଖ୍ୟାତ ଗ୍ରୁପର ସଦସ୍ୟ ବଳାତ୍କାର, ଡକାୟତି, ହତ୍ୟା ଏବଂ ଯୁଦ୍ଧ ଅପରାଧରେ ଜଡିତ ଅଟନ୍ତି। ଏହାର ଅଧିକାଂଶ ସୈନ୍ୟ ରୁଷ ସେନାରେ କାମ କରିଥିବା ଋଷ ସୈନିକ। ସୈନ୍ୟକ ପ୍ରଶିକ୍ଷଣ ନେଇଥିବା ଏହି କୁଖ୍ୟାତ ଯୋଦ୍ଧାମାନେ ସେହି ସ୍ଥାନରେ ଲଢେଇ କରନ୍ତି ଯେଉଁଠି ଋଷ ନିଜର ସୈନ୍ୟମାନଙ୍କୁ ଆଦୌ ପଠାଇ ପାରିନଥାଏ। ସିରିଆ, ମୋଜାମବିକ୍ୟୁ, ମାଲି, ସୁଦାନ ଏବଂ ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକରେ ରୁଷ ଏହି ଭଡାଟିଆ ସୈନିକମାନଙ୍କୁ ନିୟୋଜିତ କରିଛି।

ଏହି ସଂଗଠନକୁ ରୁଷର ପୂର୍ବତନ ସୈନ୍ୟ ଅଧିକାରୀ ଦିମିତ୍ରୀ ଉତ୍କିନ ପ୍ରତିଷ୍ଠା କରିଥିଲେ। ଦିମିତ୍ରୀ ହିଟଲରକୁ ନିଜର ଆଦର୍ଶ ମାନନ୍ତି ଏବଂ ତାଙ୍କ ନିକଟରେ ଚେଚନ୍ୟାରେ ଦୁଇ ଯୁଦ୍ଧର ମଧ୍ୟ ଅନୁଭବ ରହିଛି। ହିଟଲର ପସନ୍ଦ କରୁଥିବା ଓପେରା ସଙ୍ଗୀତକାର ରିଚର୍ଡ ୱେଗନରଙ୍କ ନାଁରେ ହିଁ ରଖାଯାଇଥିଲା। କୁହାଯାଏକି ଏହି ଗ୍ରୁପର ମାଲିକ ୟେବଦେନୀ ପ୍ରିଗୋଝିନ ଅଟନ୍ତି। ପୁଟିନଙ୍କ ସହିତ ପ୍ରିଗୋଝିନଙ୍କ ସମ୍ପର୍କ ଭଲ ଥିଲା। ତେବେ ସେ କେବଳ ଏକ ବାହାର ଚେହେରା ଥିବା ବୋଲି କୁହାଯାଉଛି।

୨୦୧୭ ମସିହାରେ ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଏହି ଗ୍ରୁପରେ ୬ ହଜାର କୁଖ୍ୟାତ ଯୋଦ୍ଧା ସାମିଲ ଅଛନ୍ତି। କାଗଜପତ୍ରରେ ୱାଗନର ଗ୍ରୁପ ଏକ ଘରୋଇ ମାଲିକାନାରେ ଅଛି। କିନ୍ତୁ ଏହା ରୁଷିଆ ମିଲିଟାରୀ ଦ୍ୱାରା ପରିଚାଳିତ ହେଉଛି ବୋଲି ଆମେରିକା ନିଜ ଉକ୍ତିରେ ଦାବି କରିଛି।

odia sambada
Comments (0)
Add Comment