ଅପେକ୍ଷା କରି ରହିଲା କନ୍ୟା,ମଣ୍ଡପରେ ତିନି ଘଣ୍ଟା ବିଳମ୍ବରେ ପହଁଚିଲା ବର… ବିଳମ୍ବର କାରଣ ଜାଣିବା ପରେ ସମସ୍ତେ ପ୍ରଶଂସା କରିବାକୁ ଲାଗିଲେ ।

ଭାରତରେ ଆଜିକାଲି ବିବାହର ମାହୋଲ୍ ଚାଲିଛି । ଏପରି ପରିସ୍ଥିତିରେ ବିବାହ ସମ୍ବନ୍ଧୀୟ କିଛି ରୋଚକ ତଥ୍ୟ ଆଉ ଅନନ୍ୟ ଖବର ମଧ୍ୟ ସାମ୍ନାକୁ ଆସିଥାଏ । ଏବେ ଏହି ମଧ୍ୟପ୍ରଦେଶର ଛତ୍ରପୁରର ମାମଲା ହିଁ ଦେଖିନିଅନ୍ତୁ । ଏଠାରେ ଏକ କନ୍ୟା ହାତରେ ମେହେନ୍ଦୀ ଲଗାଇ ମଣ୍ଡପରେ ପ୍ରାୟ ତିନି ଘଣ୍ଟା ଧରି ତାଙ୍କ ବରକୁ ଅପେକ୍ଷା କରି ରହିଥିଲା । ଯଦିଓ ତାଙ୍କୁ ଏହି ଅପେକ୍ଷା କରିବା ଆଦୌ ବି କଷ୍ଟ ଦେଇନଥିଲା ବରଂ ଯେତେବେଳେ ବର ତିନି ଘଣ୍ଟା ବିଳମ୍ବରେ ଆସିଲା ସେତେବେଳେ ସେ ତାଙ୍କର ପ୍ରଶଂସା କରିଥିଲେ ।

ତିନି ଘଣ୍ଟା ବରକୁ ଅପେକ୍ଷା କରି ରହିଥିଲା କନ୍ୟା

ବାସ୍ତବରେ ଛତ୍ରପୁରର କଲ୍ୟାଣ ମଣ୍ଡପରେ ବୁନ୍ଦେଲଖଣ୍ଡ ପରିବାର ଦ୍ୱାରା ସାମୁହିକ ବିବାହ ସମ୍ମିଳନୀ ଆୟୋଜିତ କରାଯାଇ ଥିଲା । ଏହି ସମୟରେ 11 ଯୋଡି ବର-କନ୍ୟା ଏକା ସାଥେ ବିବାହ ବନ୍ଦନରେ ବାନ୍ଧି ହେବାର ନଜର ଆସିଥିଲେ ।
କିନ୍ତୁ ସେମାନଙ୍କ ମଧ୍ୟରେ ଗୋଟେ ଯୋଡ଼ା ଏମିତି ଥିଲା ଯେଉଁମାନେ ମିଡିଆର ହେଡଲାଇନରେ ଆସିଗଲେ | ଏଠାରେ କନ୍ୟା ପ୍ରୀତି ସେନ୍ ତାଙ୍କ ବର ରାମଜୀ ସେନ୍ ଙ୍କର ପ୍ରାୟ ତିନି ଘଣ୍ଟା ଅପେକ୍ଷା କରି ରହିଥିଲେ । ରାମଜୀଙ୍କ ବିଳମ୍ବରେ ଆସି ପହଂଚିବାର ଏକ ବିଶେଷ କାରଣ ଥିଲା ।

ବିବାହ ପୂର୍ବରୁ ଦଶମ ପରୀକ୍ଷା ଦେବାକୁ ଯାଇଥିଲା ବର ।

ବର ରାମଜୀଙ୍କର ତାଙ୍କ ବିବାହ ଦିନ ଦଶମ ଶ୍ରେଣୀର ସାମାଜିକ ବିଜ୍ଞାନ ପରୀକ୍ଷା ରହିଥିଲା ​​। ଏଭଳି ପରିସ୍ଥିତିରେ ସେ ତାଙ୍କ ବିବାହ ଠୁ ଅଧିକ ଏହି ପରୀକ୍ଷାକୁ ଗୁରୁତ୍ୱପୂର୍ଣ୍ଣ ଭାବିଥିଲେ । ସେ ଗତ ଏକ ବର୍ଷରୁ ମନ ଲଗେଇ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଏଭଳି ପରିସ୍ଥିତିରେ ସେ ତାଙ୍କ ଜୀବନର ନୂତନ ଇନିଂସ ଆରମ୍ଭ କରିବା ପୂର୍ବରୁ ପରୀକ୍ଷା ଦେଇ ନିଜର ଭବିଷ୍ୟତକୁ ସୁଧାରିବା ଉଚିତ୍ ବୋଲି ଭାବିଥିଲେ । ତେଣୁ ସେ ତାଙ୍କ ବିବାହ ପୂର୍ବରୁ ପରୀକ୍ଷା ଦେବାକୁ ଯାଇଥିଲେ ।

କନିଆ କଲା ବରର ପ୍ରଂଶସା :-

ବର ତିନି ଘଣ୍ଟା ପରେ ଯେତେବେଳେ ପରୀକ୍ଷା ଦେଇ ଫେରିଲେ ଆଉ ପ୍ରୀତିଙ୍କ ସହ ସାତ ଫେରା ନେଲେ | ସେଠାରେ ପ୍ରୀତିକୁ ମଧ୍ୟ ନିଜ ବରର ଅପେକ୍ଷା କରିବାରେ କୌଣସି ଅସୁବିଧା ହେଲା ନାହିଁ | ସେ ବି ବରଙ୍କର ପାଠ ପଢାକୁ ନେଇକରି ଗମ୍ଭୀରତାକୁ ପ୍ରଶଂସା କଲା | ସେ ବି ବହୁତ ଭଲରେ ଜାଣିଛି ଯେ ଯଦି ବର ଏହି ପରୀକ୍ଷା ଦେଇନଥାନ୍ତେ ତେବେ ତାଙ୍କର ପୁରା ବର୍ଷଟା ହିଁ ଖରାପ ହୋଇଯାଇଥାନ୍ତା |

ଗୋଟିଏ ଦିନରେ ଦେଲେ ନିଜ ଜୀବନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା :-

ଏହି ଘଟଣା ପରେ ବର ମିଡ଼ିଆଙ୍କ ଖବରରେ ଛାଇ ହୋଇଗଲା | ସେ ମେଡ଼ିଆକୁ କହିଲା କି ଆଜି ମୁ ମୋ ଜୀବନର 2ଟି ପରୀକ୍ଷା ଦେଲି | ପ୍ରଥମ ପରୀକ୍ଷା ପାଠ-ପଢାର ଆଉ ଦ୍ୱିତୀୟ ଟି ଜୀବନର | ଏବେ ଆଶା ଅଛି କି ଦୁଇଟାରେ ହିଁ ମତେ ସଫଳତା ମିଳିବ” |

ବିବାହ କରି ବହୁତ ଖୁସି ଦେଖାଗଲେ ବର-କନ୍ୟା :-

ଆମେ ଆପଣଙ୍କୁ କହିରଖୁଛୁ ଯେ ଛତ୍ରପୁରର କଲ୍ୟାଣ ମଣ୍ଡପ ରେ ବୁନ୍ଦେଲଖଣ୍ଡ ପରିବାର ଏକ ସାମୁହିକ ବିବାହ ସମ୍ମିଳନୀ ଆୟୋଜନ କରିଥିଲେ | ଏହି ସମୟରେ 11 ଯୋଡି ବର-କନ୍ୟା ଏକା ସାଥେ ବିବାହ ବନ୍ଦନରେ ବାନ୍ଧି ହୋଇଥିଲେ | ସେ ସମସ୍ତେ ବିବାହ ସମୟରେ ବହୁତ ଖୁସି ଦେଖା ଯାଉଥିଲେ | ଖାସ କରି ବର ରାମଜୀ ଆଉ କନ୍ୟା ପ୍ରୀତିଙ୍କ ଚେହେରାରେ ଏକା ଅଲଗା ପ୍ରକାରର ହିଁ ଖୁସି ଥିଲା |

odia sambada
Comments (0)
Add Comment