ସି ଜିନପିଙ୍ଗଙ୍କୁ ଖୋଲାପତ୍ର ଦେଲେ ଚୀନ୍‌ ଐତିହାସିକ, ଆମକୁ ମୁର୍ଖ ବନାଉ ନାହାନ୍ତି ତ ପୁତିନ ?

‘ଚୀନ୍‌କୁ ଏପରି ଏକ ପରିସ୍ଥିତିକୁ ଘୋଷଡ଼ା ଯାଉଛି ଯାହାକୁ ସାଂପ୍ରତିକ ବିଶ୍ୱର ମୌଳିକ କ୍ରମକୁ ସମ୍ପୂର୍ଣ ରୂପରେ ବ୍ୟାଘାତ କରୁଛି’। ଚୀନ୍‌ ଐତିହାସିକମାନେ ଏପରି ଆଶଙ୍କା କରିଛନ୍ତି। ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରିପ୍ରେକ୍ଷୀରେ ଐତିହାସିକ ଏପରି ସନ୍ଦେହ କରୁଥିବା ସମୟରେ ରାଷ୍ଟ୍ରପତି ସି ଜିନପିଙ୍ଗକୁ ଏକ ଖୋଲାପତ୍ର ଲେଖିଛନ୍ତି। ଯେଉଁଥିରେ ପୁତିନ ଆମକୁ ମୁର୍ଖ ବନାଉ ନାହାନ୍ତିତ? ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି। ଚୀନର ଐତିହାସିକ ଜୁ ଗୁଓକୀ ଓ ତାଙ୍କର ୪ଜଣ ସହଯୋଗୀ ଏହି ପତ୍ରକୁ ଲେଖିଛନ୍ତି।

ୟୁରୋପ ଶହେ ବର୍ଷରୁ ଲଢି ଆସୁଛି, ତେବେ ଅତୀତରେ ହୋଇଥିବା ମାତ୍ର ଦୁଇଟି ବିଶ୍ୱଯୁଦ୍ଧ ଚୀନର ଅବସ୍ଥା ଖରାପ କରିଦେଇଥିବା ଇତିହାସରେ ରହିଛି। ବିଶ୍ୱଯୁଦ୍ଧ ପାଇଁ ଚୀନ ଉପରେ ଗୁରୁତର ପ୍ରଭାବ ପଡିଛି। ବିଶ୍ୱ ବର୍ତ୍ତମାନ ପୁଣି ଥରେ ଯୁଦ୍ଧ ରାସ୍ତାକୁ ମୁହାଁଇଛି ଓ ଏହା ବର୍ତ୍ତମାନ ଚିନ୍ତାର ବିଷୟ ବୋଲି ଇତିହାସକାରମାନେ ପତ୍ରରେ ଉଲ୍ଲେଖ କରିଛନ୍ତି। ୟୁକ୍ରେନ ଉପରେ ଋଷିଆର ଆକ୍ରମଣକୁ ନେଇ ବେଜିଂର ପ୍ରତିକ୍ରିୟାରେ ଐତିହାସିକମାନେ ବିସ୍ମୟ ପ୍ରକାଶ କରିଛନ୍ତି ଓ ଅତୀତର ବିପଦରୁ ଆମେ କିଛି ମଧ୍ୟ ଶିଖି ନାହୁଁ ବୋଲି ମନେହେଉଛି।

ଏଣୁ ଐତିହାସିକମାନେ ପତ୍ରରେ ସରକାର ପ୍ରଥମେ ନିଜର ନୀତିକୁ ସ୍ପଷ୍ଟ କରନ୍ତୁ, ଋଷିଆ ଯାହା କରୁଛି ତାହା ସମ୍ପୂର୍ଣ ଭୁଲ ଅଟେ ଓ ଏହି କଥାକୁ ଚୀନ ଉଚ୍ଚ ଶ୍ୱରରେ କହିବା ଆବଶ୍ୟକ ବୋଲି କହିଛନ୍ତି। ଐତିହାସିକମାନେ ଏହି ଯୁଦ୍ଧରୁ କଣ ମିଳିବ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଇତିହାସକୁ ଦେଖିଲେ ଆଞ୍ଚଳିକ ସଂଘର୍ଷରୁ ପ୍ରାୟତଃ ବଡ଼ ବଡ଼ ଯୁଦ୍ଧ ହୋଇଥିବାର ଦେଖାଯିବ। ଏମିତିରେ ଚୀନ ଆଞ୍ଚଳିକ ଅଖଣ୍ଡତାକୁ ପ୍ରଭାବିତ କରୁଥିବା କୌଣସି କାର୍ଯ୍ୟକୁ ପ୍ରାୟତଃ ବିରୋଧ କରିଥାଏ। ଋଷିଆ ଓ ପୁତିନଙ୍କ କ୍ଷେତ୍ରରେ କିପରି ଚୁପ ରହିବ ତାହା ଏକ ଐତିହାସିକ ପ୍ରଶ୍ନ କରିଛନ୍ତି।

ବୋଧେ ପୁତିନ୍‌ ଆମକୁ ଏହି ପ୍ରସଙ୍ଗରେ ମୁର୍ଖ ବନାଇଛନ୍ତି ବୋଲି ଐତିହାସିକମାନେ ସନ୍ଦେହ ପ୍ରକଟ କରିଥିବା ସମୟରେ ଆମେ ବାସ୍ତବରେ ତାଙ୍କ ଉପରେ ବିଶ୍ୱାସ କରିପାରିବକି? ତାଙ୍କୁ ବିଶ୍ୱାସ କରି ନିଜର ବିଶ୍ୱାସନୀୟତାକୁ ଆମେ ହରାଇପାରିବା ବୋଲି ପ୍ରଶ୍ନ କରିଛନ୍ତି। ଏଥିରୁ ଆମକୁ ଏପରି ଲାଗୁଛିକି ଯେପରି ଚୀନ୍‌କୁ ଏମିତି ଏକ କୌଣସି ପରିସ୍ଥିତିକୁ ଘୋଷଡା ଯାଉଛି ଯାହା ସାଂପ୍ରତିକ ବିଶ୍ୱବ୍ୟବସ୍ଥାକୁ ମୌଳିକ ରୂପେ କ୍ଷତି କରୁଛି ବୋଲି ଐତିହାସିକମାନେ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି।

ଚୀନର ଐତିହାସିକ ଜିନପିଙ୍ଗ ପ୍ରଶାସନକୁ ସମ୍ବୋଧିତ କରି ଲେଖିଥିବା ପତ୍ରକୁ ସେମାନେ ସୋସିଆଲ ମିଡିଆରେ ମଧ୍ୟ ସେମାନେ ପୋଷ୍ଟ କରିଥିଲେ। ତେବେ ତାହା ଭାଇରାଲ ହେବା ପୂର୍ବରୁ ସରକାର ପତ୍ରକୁ ସୋସିଆଲ ମିଡିଆରୁ ହଟାଇ ଦେଇଛନ୍ତି। ଏହା ହଟାଯିବା ପର୍ଯ୍ୟନ୍ତ ୨ ଘଣ୍ଟା ୪୦ ମିନିଟ ଧରି ଇଣ୍ଟରନେଟରେ ଏକ ହଇଚଇ ସୃଷ୍ଟି କରିଥିଲା। ଏଥିରେ କିଛି ଲୋକ ସୋସିଆଲ ମିଡିଆ ମାଧ୍ୟମରେ ଐତିହାସିକଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି। ନାଟୋ ଓ ଆମେରିକାର ଇରାକ, ଆଫଗାନିସ୍ତାନ ଆକ୍ରମଣକାଳରେ ଆପଣମାନେ କେଉଁଠି ଥିଲେ ବୋଲି ଲୋକମାନେ ପ୍ରଶ୍ନ କରୁଥିବା ଦେଖାଯାଇଛି।

ତେବେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଯେତିକି ବଢ଼ିବଢ଼ି ଚାଲିଛି ବେଜିଂର ବିଚାର ମଧ୍ୟ ସେତିକି ବଦଳିବାରେ ଲାଗିଛି। ଯାହାର ଏକ ଉଦାହରଣ ଶୁକ୍ରବାର ଦିନ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଭୋଟଦାନ କାଳରେ ଦେଖିବାକୁ ମିଳିଛି। ଭୋଟ ଶେଷ ହେବା ପରେ ଚୀନର କୂଟନୀତିଜ୍ଞ ପହଞ୍ଚିଥିବା ସମୟରେ ଋଷିଆର କାଣ୍ଡକୁ ନିନ୍ଦା କରିଥିଲେ। ସେହିପରି ରବିବାର କିଭ୍‌ରେ ଚୀନ୍‌ ରାଷ୍ଟ୍ରଦୂତ ଜିୟାନରୋଙ୍ଗ ଏକ ଭିଡିଓ ସମ୍ବୋଧନରେ ୟୁକ୍ରେନର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ଚୀନ୍‌ ସମ୍ମାନ କରେ ବୋଲି କହିବା, ଚୀନ୍‌ର ପରିବର୍ତ୍ତନ ବିଚାରର ଏକ ଦୃଷ୍ଟାନ୍ତ ବୋଲି ବର୍ତ୍ତମାନ ବୁଝାଯାଉଛି।

ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଚୀନ ଦୃଢତାର ସହିତ ଋଷିଆ ସାଙ୍ଗରେ ଛିଡା ହୋଇଥିଲା। ଯଦି ୟୁକ୍ରେନରେ ଋଷିଆର ଆକ୍ରମଣ ହୁଏ ତେବେ ଭୟଭୀତ ହେବାର କିଛି କାରଣ ନାହିଁ ନିଜ ଘର ଓ ଗାଡିରେ ଚୀନ୍‌ ପତାକା ଲଗାଇ ରଖ ବିପଦ ହ୍ରାସ ହେବ ବୋଲି ପ୍ରବାସୀ ନାଗରିକଙ୍କୁ କୁହାଯାଇଥିଲା। ହେଲେ ବର୍ତ୍ତମାନର ପରିସ୍ଥିତିକୁ ଦେଖି ସତର୍କତାର ନିର୍ଦ୍ଦେଶ ବଦଳାଇ ଦେଇଛି। ଏଥିରେ କୌଣସି ପରିସ୍ଥିତିରେ ଚୀନର ନାଗରିକ ବୋଲି ଯେପରି ୟୁକ୍ରେନରେ ଜଣା ନ ପଡନ୍ତି ତାହା ନାଗରିକ ନିଜେ ନିଶ୍ଚିତ କରିବା ପାଇଁ ଉଦ୍ୟମ କରନ୍ତୁ ବୋଲି କୁହାଯାଇଛି। ନିଜ ପାଖରେ ଥିବା ଏହି ଜାତୀୟତାର ସଂକେତକୁ ନଷ୍ଟ କରିଦେବା ପାଇଁ ପରାମର୍ଶ ଦେବା ବର୍ତ୍ତମାନ ପରିସ୍ଥିତିର ଭୟାବହତାକୁ ସ୍ପଷ୍ଟ ଅନୁମାନ କରୁଥିବାର ଆକଳନ କରାଯାଉଛି।

odia sambada
Comments (0)
Add Comment