ଖୁସିଖବର : ଏହି ସ୍କିମରେ ୧୫୦ ଟଙ୍କା ବିନିଯୋଗ କଲେ ମିଳିବ ୧୯ ଲକ୍ଷ ଟଙ୍କାର ରିଟର୍ନ,ଜାଣନ୍ତୁ ଏହି ସ୍କିମ ବିଷୟରେ ସମ୍ପୂର୍ଣ ସୂଚନା

ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ପିଲାମାନଙ୍କର ଜୀବନ ଆର୍ଥିକ ଭାବରେ ସୁରକ୍ଷିତ ରହୁ, ତେବେ ଆପଣଙ୍କୁ ତାର ପିଲାଦିନରୁ ହିଁ ତା ପାଇଁ ବିନିଯୋଗ କରିବା ଆରମ୍ଭ କରିଦେବା ଉଚିତ | ତେଣୁ ଆଜି ଆମେ ଆପଣଙ୍କୁ ଏଲଆଇସିର ଏମିତି ଗୋଟିଏ ପଲିସୀ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ବିନିଯୋଗ କରି ଆପଣ ନିଜ ପିଲାର ଆର୍ଥିକ ଭବିଷ୍ୟତ ସୁରକ୍ଷିତ ରଖିପାରିବେ | ଏହା ଏଲଆଇସିର ନ୍ୟୁ ଚିଲଡ୍ରେନ ମନି ବ୍ୟାଙ୍କ ଯୋଜନା ଅଟେ |

ଯୋଜନା ଅଧୀନରେ ସର୍ବନିମ୍ନ ବୀମା ରାଶି ୧ ଲକ୍ଷ ଟଙ୍କା ଥିବାବେଳେ ଅତିରିକ୍ତର କୌଣସି ସୀମା ନାହିଁ | ଏହାର ପରିପକ୍ଵତା ଅବଧି ୨୫ ବର୍ଷର ଅଟେ | ଯଦି ଆପଣ ପିଲା ଜନ୍ମ ହେବାମାତ୍ରେ ହିଁ ଯୋଜନାରେ ସାମିଲ ହୁଅନ୍ତି, ତେବେ ଏହା ୨୫ ବର୍ଷ ମଧ୍ୟରେ ପୁରା ହେବ ଏବଂ ଯଦି ପରେ ଏହି ଯୋଜନାରେ ସାମିଲ ହୁଅନ୍ତି ତେବେ ୨୫ ରୁ ପିଲାର ବୟସକୁ କମାଇବା ପରେ ଯାହା ଆସିବ, ସେତିକି ବର୍ଷରେ ଏହା ପୁରା ହେବ | ପଲିସୀରେ ବିନିଯୋଗ କରିବାର ବୟସସୀମା ଶୂନରୁ ୧୨ ବର୍ଷ ଅଟେ |

ଯଦି ପଲିସୀ ଚାଲୁ ରହେ, ତେବେ ପଲିସିଧାରୀଙ୍କ ୧୮ ବର୍ଷ, ୨୦ ବର୍ଷ ଏବଂ ୨୨ ବର୍ଷ ହେବାପରେ ବେସିକ ସମ ଏସୟୋର୍ଡର ୨୦ ପ୍ରତିଶତ ପଇସା ମିଳିଥାଏ | ପଲିସୀ ଅବଧି ପରେ ଯଦି ପଲିସିଧାରୀ ଜୀବିତ ରୁହନ୍ତି ଏବଂ ପଲିସୀ ଚାଲୁ ରହେ, ତେବେ ତାଙ୍କୁ ‘ମ୍ୟାଚୟୋରିଟି ଉପରେ ମିଳୁଥିବା ସମ ଏସୟୋର୍ଡ’ ବୋନସ ସହିତ ମିଳିଥାଏ | ମ୍ୟାଚୟୋରିଟି ଉପରେ ମିଳୁଥିବା ସମ ଏସୟୋର୍ଡ ‘ବେସିକ ସମ ଏସୟୋର୍ଡ(ବୀମାର ମୋଟ ରାଶି)’ର ୪୦ ପ୍ରତିଶତ ସହିତ ସମାନ ହୋଇଥାଏ |

ଯଦି ଆପଣ ପିଲା ଜନ୍ମ ହେବା ସମୟ ଠାରୁ ହିଁ ଏଲଆଇସି ଚିଲଡ୍ରେନ ମନି ବ୍ୟାଙ୍କ ଯୋଜନାରେ କେବଳ ୧୫୦ଟଙ୍କା ହିସାବରେ ବିନିଯୋଗ କରନ୍ତି(ତେବେ ଏହାର ପ୍ରିମିୟମ ବାର୍ଷିକ, ଅଧ ବାର୍ଷିକ, ତ୍ରୟ ମାସିକ କିମ୍ବା ମାସିକ ଆଧାରରେ ହେବ) ତେବେ ଆପଣଙ୍କୁ ୨୫ ବର୍ଷର ପରିପକ୍ଵତା ଅବଧିରେ ପ୍ରାୟ ୧୯ ଲକ୍ଷ ଟଙ୍କା ମିଳିବ | ଏହାସହିତ ଯଦି ଦେଖାଯାଏ ତେବେ ୧୫୦ ଟଙ୍କା ଲେଖାଏଁ ପ୍ରତିଦିନ ହିସାବରେ ଆପଣ ବର୍ଷକୁ ୫୫,୦୦୦ ଟଙ୍କା ଜମା କରିଥିବେ, ଯାହା ଆଧାରରେ ୨୫ ବର୍ଷରେ ମୋଟ ୧୪ ଲକ୍ଷ ଟଙ୍କା ଜମା କରିଥିବେ |

odia sambada
Comments (0)
Add Comment