ଶାଳି-ଭିଣୋଇର ସମ୍ପର୍କରେ ଦାଗ: ୩ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରିବା ପରେ ପୀଡିତାଙ୍କର ପ୍ରାଇଭେଟ ଫଟୋକୁ କଲା ଭାଇରଲ ଭିଣୋଇ,ଜାଣନ୍ତୁ ପୁରା ଘଟଣା

ପୁଣି ସମ୍ପର୍କରେ ଏକ କଳା ଦାଗ ଲାଗିଛି। ବାଡମେରୀ ଜିଲ୍ଲାରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବା ପାଇଁ ମିଳିଛି। ଶାଳିଙ୍କୁ ୩ ବର୍ଷ ଧରି ଦୁଷ୍କର୍ମ କରାଯିବାର ଅଭିଯୋଗ ମଧ୍ୟ ହୋଇଛି। କେବଳ ସେତିକି ନୁହେଁ, ଅଶ୍ଳୀଳ ଫଟୋକୁ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ କରିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି। ସ୍ଥାନୀୟ ପୋଲିସ ଖବର ପାଇ ଅଭିଯୁକ୍ତକୁ ଗିରଫ ମଧ୍ୟ କରିଛି।

ଅଭିଯୋଗ ଅନୁଜାତି ଯୁବତୀଙ୍କର କିଛି ଅଶ୍ଳୀଳ ଫଟୋ ଭିଣୋଇ ରଖି ଶାଳିଙ୍କୁ ବ୍ଲାକମେଲ କରିବା ସହିତ ୩ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରି ଚାଲିଥିଲା। ଏହା ପରେ ପୀଡିତାଙ୍କର ସମସ୍ତ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି।

କେବଳ ସେତିକି ନୁହେଁ , ଘଟଣା ସମ୍ପର୍କରେ ମୁହଁ ଖୋଲିଲେ ଜୀବନରୁ ମାରି ଦେବେ ବୋଲି ପୀଡିତାଙ୍କ ଭିଣୋଇ ଧମକ ମଧ୍ୟ ଦେଉଥିଲା। ଏମିତି ବ୍ଲାକମେଲ ୩ ବର୍ଷ କରି ଆସୁଥିବା ବେଳେ ଗତ ଜାନୁୟାରୀ ୪ ତାରିଖରେ ପୀଡିତ ଯୁବତୀ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ

ତେବେ ଅଭିଯୋଗ ପରେ ପୋଲିସ ଭିଣୋଇକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାନ୍ୟବର କୋର୍ଟ ତାଙ୍କୁ ଜେଲକୁ ପଠାଇ ଦେଇଛନ୍ତି ବୋଲି ମହିଳା ଥାନା ସବ-ଇନ୍ସପେକ୍ଟର କିଶାନାରାମ ଏହି ବିଷୟରେ ସୂଚନା ଦେଇଛନ୍ତି।

odia sambada
Comments (0)
Add Comment