ଝିଅର ଅନ୍ତିମ ସଂସ୍କାର ପରେ ମାରିଲେ ଶତକ,ଆଉ ତାପରେ ମ୍ୟାଚ ସମୟରେ ହେଲା ବାପାଙ୍କ ମୃତ୍ୟୁ,ଏହି ଖେଳାଳୀଙ୍କ ସାହସକୁ ସଲାମ,ଜାଣନ୍ତୁ ଏହି ଖେଳାଳିଙ୍କ ସଂଘର୍ଷ ବିଷୟରେ

ବ୍ୟକ୍ତିର ଜୀବନରେ ବେଳେବେଳେ ଏମିତି କଠିନ ପରିସ୍ଥିତି ଆସେ ଯେ ଅନେକ ଲୋକ ଆଶା ଛାଡି ଦିଅନ୍ତି ଏବଂ ସମୟ ଆଗରେ ଆଣ୍ଠୁ ମାଡି ବସିବାକୁ ବାଧ୍ୟ ହୁଅନ୍ତି | କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ଲୋକ ବଡ଼ ବଡ଼ ପରିସ୍ଥିତିର ମୁକାବିକା କରିବାର ସାହସ ଦେଖାଇଥାନ୍ତି ଏବଂ ସମସ୍ୟାରୁ ବାହାରି ଯାଆନ୍ତି | ଏମିତି କିଛି ବଦୌଡାର କ୍ରିକେଟର ବିଷ୍ଣୁ ସୋଲଙ୍କି କରି ଦେଖାଇଛନ୍ତି |

ଝିଅର ଅନ୍ତିମ ସଂସ୍କାର ପରେ ଲଗାଇଲେ ଶତକ :-

ବଦୌଡାର କ୍ରିକେଟର ବିଷ୍ଣୁ ସୋଲଙ୍କିଙ୍କ ସାହସକୁ ପୁରା ଦେଶ ସାଲ୍ୟୁଟ ମାରୁଛି | ସୋଲଙ୍କି ଏହି ସମୟରେ ଭୁବନେଶ୍ୱରରେ ରଣଜୀ ଟ୍ରଫି ଖେଳୁଛନ୍ତି | ମ୍ୟାଚ ସମୟରେ ହିଁ ଚଣ୍ଡୀଗଡ଼ ବିରୋଧରେ ସେ ଚମତ୍କାର ଶତକ ଲଗାଇଲେ | ତାଙ୍କର ଏହି ଶତକ ବହୁତ ବିଶେଷ ଅଟେ, କାରଣ ସେ ଏହି ଚମତ୍କାର ମ୍ୟାଚ ଝିଅର ଅନ୍ତିମ ସଂସ୍କାର କରିବା ପରେ ଖେଳିଲେ |

ଏହି ମ୍ୟାଚର କିଛି ଦିନ ପୂର୍ବରୁ ତାଙ୍କର ନବଜାତ ଝିଅର ମୃତ୍ୟୁ ହୋଇଯାଇଥିଲା | ଯାହାର ଅନ୍ତିମ ସଂସ୍କାର କରିବାପରେ ସେ ପଡିଆକୁ ଫେରିଲେ ଏବଂ ନିଜ ଭାବନାକୁ କାବୁ କରି ଶତକ ଲଗାଇ ଦେଲେ, କିନ୍ତୁ ତାଙ୍କ ପାଇଁ ଏହି ମ୍ୟାଚ ଏତେ ସହଜ ନଥିଲା |

ମ୍ୟାଚର ଶେଷ ଦିନରେ ବାପାଙ୍କର ମୃତ୍ୟୁ :-

ଏଲିଟ ଗ୍ରୁପ ବିରେ ଚଣ୍ଡୀଗଡ଼ ବିରୋଧରେ ମ୍ୟାଚର ଶେଷ ଦିନର ସକାଳେ ତାଙ୍କୁ ଆଉ ଗୋଟିଏ ଖରାପ ଖବର ମିଳିଲା | ଯାହାଦ୍ୱାରା ସେ ଆହୁରି ବହୁତ ଭାଙ୍ଗି ପଡିଲେ, କିନ୍ତୁ ସେ ଏହା ସତ୍ତ୍ୱେ ମଧ୍ୟ ଟିମକୁ ଛାଡି ନଥିଲେ | ବିଷ୍ଣୁଙ୍କୁ ମ୍ୟାଚର ଶେଷ ଦିନରେ ଖବର ମିଳିଲା ଯେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଗଲା |

ତାଙ୍କୁ ଟିମର ମ୍ୟାନେଜର ହିଁ ଏହି ଖବର ଦେଲେ, ଯିଏ ସୋଲଙ୍କିଙ୍କୁ ଡ୍ରେସିଂ ରୁମକୁ ଡକାଇଲେ ଏବଂ ତାପରେ ବାପାଙ୍କ ମୃତ୍ୟୁ ବିଷୟରେ କହିଲେ | ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ ବିଷ୍ଣୁ ଭିଡିଓ କଲରେ ଡ୍ରେସିଂ ରୁମର ଗୋଟିଏ କୋଣରେ ବସି ବାପାଙ୍କର ଅନ୍ତିମ ସଂସ୍କାର ଦେଖିଲେ |

ରାଜ୍ୟ ସଂଘର ସଚିବ ଅଜିତ ଲେଲେ କହିଛନ୍ତି ଯେ ସୋଲଙ୍କିଙ୍କୁ ଘରକୁ ଫେରିଯିବା ପାଇଁ ବିକଳ୍ପ ଦିଆଯାଇଥିଲା, କିନ୍ତୁ ଟିମ ମ୍ୟାନେଜର କହିଲେ ଯେ ସୋଲଙ୍କି ଟିମ ସହିତ ଅଟକିବା ପାଇଁ ନିଷ୍ପତ୍ତି ନେଲେ | ସୋଲଙ୍କିଙ୍କ ବାପା ଗତ ୨ ମାସ ଧରି ରୋଗରେ ପୀଡିତ ଥିଲେ ଏବଂ ହସ୍ପିଟାଲରେ ଥିଲେ | ଗତ ୨ ମାସ ଧରି ସେ ମେଡିକାଲ ଏମର୍ଜେନ୍ସି ସହିତ ସଂଘର୍ଷ କରୁଥିଲେ | ବିଷ୍ଣୁ ଯଦି ଘରକୁ ଯିବାକୁ ଚେଷ୍ଟା ମଧ୍ୟ କରିଥାନ୍ତେ, ତେବେ ସେ ଠିକ ସମୟରେ ପହଞ୍ଚି ପାରିନଥାନ୍ତେ |

odia sambada
Comments (0)
Add Comment