୫ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ବାପା ଓ ସାବତ ମାଆ…..

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ତେନ୍ତୁଳିଆ ସାହି ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାପା ୫ ବର୍ଷର ଶିଶୁକନ୍ୟାକୁ ପିଟି ପିଟି ମାରିଦେଇଛି ବୋଲି ଅଭିଯୋଗ ହୋଇଛି। ସାବତ ମାଆ ସହିତ ବାପାକୁ ଧରି ଲୋକେ ପୋଲିସର ଜିମା ଦେଇଛନ୍ତି। ପୋଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଅଛି। ଏହି ହତ୍ୟାକାଣ୍ଡ ପାରିବାରକ କଳହରୁ ଘଟିଛି।

ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଅନୁଯାୟୀ, ବାପା ଓ ସାବତ ମାଆଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡ଼ା ହେଉଥିଲା। ଗତକାଲି ଝଗଡ଼ା ହେବା ପରେ କୌଣସି କାରଣରୁ ଝିଅକୁ କାଠ ଫାଳିଆରେ ମାଡ ମାରିଥିଲେ ସାବତ ମା ଓ ବାପା।

ଝିଅର ମୁଣ୍ଡରେ କାଠ ଫାଳିଆ ବାଜି ପ୍ରବଳ ରକ୍ତସ୍ରାବ ହୋଇଥିଲା। ଝିଅଟି ଗୁରୁତର ହୋଇ ଘରେ ପଡିରହିବାର କିଛି ସମୟ ପରେ ତାର ସେଠାରେ ମୃତ୍ୟୁ ହୋଇଯାଇଥିଲା। ସାବତ ମା ଏବଂ ବାପା ଦୋଷକୁ ଲୁଚାଇବାକୁ ଯାଇ ବାହାନା କରିଥିଲେ।

ବାପା, ମାଆ ଝିଅର ମୁଣ୍ଡ ଫାଟି ମୃତ୍ୟୁ ହୋଇ ଯାଇଥିଲା ବୋଲି କହିଥିଲେ। ତେବେ ସ୍ଥାନୀୟ ଲୋକ ଘର ଭିତରେ ଭିନ୍ନ ଭିନ୍ନ ଚିତ୍ର ଦେଖିଥିଲେ। ମୃତ ଝିଅର ଦେହ ସାରା ମଧ୍ୟ ମାଡ଼ର ଅନେକ ଚିହ୍ନ ରହିଥିଲା। ଏହାପରେ ଉଭୟ ବାପା ଓ ସାବତ ମାଙ୍କୁ କାବୁ କରି ପୋଲିସ ନିକଟରେ ଜିମା ଦେଇଥିଲେ। ପୋଲିସ ଉଭୟଙ୍କୁ ଅଟକ ରଖି ବର୍ତ୍ତମାନ ଯାଞ୍ଚ ଆରମ୍ଭ କରୁଛି। ରବିବାର ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ଏପରି ଅଘଟଣ ଘଟିଛି ବୋଲି ଅନୁମାନ କରାଯାଉଛି।

odia sambada
Comments (0)
Add Comment