ପୁଣି ଥରେ ରୁପେଲି ପରଦାରେ ନଜର ଆସିବେ ଦିବଂଗତ ସଲିଲ ମିତ୍ର ଓ ମିହିର ଦାସ

ପୁଣି ଥରେ ରୁପେଲି ପରଦାରେ ଦିବଂଗତ ସଲିଲ ମିତ୍ର ଓ ମିହିର ଦାସ ନଜର ଆସିବେ। ବହୁ ଅପେକ୍ଷାରତ ବ୍ୟୟବହୁଳ ଓଡିଆ ଫିଲ୍ମ ‘ବିଶ୍ୱନାଥ’ର ଟ୍ରେଲର ବର୍ତ୍ତମାନ ରିଲିଜ ହୋଇସାରିଛି। ରାଜଧାନୀର ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ଏହି ଟ୍ରେଲରର ଲୋକାର୍ପଣ କରାଯାଇଛି। ଗତ ୨୪ ତାରିଖରେ ଏହି କାର୍ଯ୍ୟକ୍ରମଟି ଆୟୋଜନ ହୋଇଥିଲା।

ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ‘ବିଶ୍ୱନାଥ’ର ଟ୍ରେଲର ରିଲିଜ ହୋଇଛି। ଏହି ଅବସର ସମୟରେ ପ୍ରଯୋଜକ ଶଙ୍କର ଗୌଡ, ନିର୍ଦ୍ଦେଶକ ବବଲି କିରଣ, ଅଭିନେତା ରାଇମୋହନ ପରିଡା, ସମ୍ବିତ, ଅଭିନେତ୍ରୀ ସମ୍ଭାବନା ଓ କ୍ରିଏଟିଭ୍ ହେଡ୍ ପଣୟ ଜେଠୀଙ୍କ ସହିତ ଅନ୍ୟାନ୍ୟ କଳାକାର, ଟେକନିସିଆନ ଓ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ। ‘ବିଶ୍ୱନାଥ’ର ଟ୍ରେଲର ଦେଖି ଅତିଥି ଦର୍ଶକମାନେ ବହୁତ ଉତ୍ସାହିତ ହୋଇ ଯାଇଥିଲେ।

‘ବିଶ୍ୱନାଥ’ରେ ଦୁଇଜଣ ଦିବଂଗତ ଦିଗଜ୍ଜ କଳାକାରଙ୍କୁ ଦେଖିବା ପାଇଁ ମିଳିବ। ଶେଷ ଥର ପାଇଁ ରୁପେଲି ପରଦାରେ ସ୍ୱର୍ଗତ ମିହିର ଦାସ ଓ ସ୍ୱର୍ଗତ ସଲିଲ ମିତ୍ର ଏକାଠି ନଜର ଆସିବେ। ଦୁଇ ଷ୍ଟାର କଳାକାରଙ୍କ ବ୍ୟତୀତ ରାଇମୋହନ, ପୃଥ୍ୱୀରାଜ, ଚୌଧୂରୀ ବିକାଶ ଦାସ, ପ୍ରତିଭଆ ପଣ୍ଡା, ମନୀଷା ମିଶ୍ର, ନୂପୁର ଘୋଷ, ପିଣ୍ଟୁ ନନ୍ଦ, ଭବନୀ, ବିଶ୍ୱ, ପବନ ମଧ୍ୟ ସ୍କ୍ରୀନ ସେୟାର କରିବେ। ସେହିପରି ଆଇଟମ ସଙ୍ଗରେ ଅଭିନେତ୍ରୀ ଅନନ୍ୟାଙ୍କର ଜଲୱା ଦେଖିବା ପାଇଁ ମିଳିବ।

ମହୁରତ ଓ ସୁଟିଂଫ୍ଲୋରରେ ଥିବା ସମୟରେ ଚର୍ଚ୍ଚାରେ ଥିବା ‘ବିଶ୍ୱନାଥ’ର ଟ୍ରେଲର ଆଜି ରିଲିଜ ହୋଇଛି। ମୁଖ୍ୟ ଭୂମିକାରେ ଅଭିନେତା ସମ୍ବିତ ଓ ତାଙ୍କର ବିପକ୍ଷରେ ଅଭିନେତ୍ରୀ ସମ୍ଭାବନା ଅଛନ୍ତି। ‘ବିଶ୍ୱନାଥ’ ମାଧ୍ୟମରେ ପ୍ରଥମ ଥର ପାଇଁ ଅଭିନେତ୍ରୀ ସଙ୍ଗୀତା ବଡ ପରଦା ଉପରକୁ ଆସୁଛନ୍ତି। ଏଚଏମଟି ନିବେଦିତ ଏହି ଚଳଚ୍ଚିତ୍ରକୁ ତେଲୁଗୁ ସିନେ ଇଣ୍ଡଷ୍ଟ୍ରିର ପରିଚିତ ନିର୍ଦ୍ଦେଶକ ବବଲି କିରଣ ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି। ଏଥିରେ ରଜନୀ ରଞ୍ଜନ ସଂଳାପ ରଚନା କରିଛନ୍ତି। ବହୁତ ଶୀଘ୍ର ଏହି ଫିଲ୍ମଟି ମୁକ୍ତିଲାଭ କରିବ ବୋଲି କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ଏହି ବିଷୟରେ ସୂଚନା ଦେଇଛନ୍ତି।

odia sambada
Comments (0)
Add Comment