ପ୍ରେମିକକୁ ନିଜ ଘରର ଡୁପ୍ଲିକେଟ୍ ଚାବି ଦେବା ପ୍ରେମିକାକୁ ପଡିଲା ମହଙ୍ଗା,୧୩ ଲକ୍ଷ ଟଙ୍କା ଲୁଟିନେଇ ପ୍ରେମିକ ଫେରାର

ପ୍ରେମ କଦାପି ସହଜ ନୁହେଁ, ଏହା କହିବା ପାଇଁ ଅଜବ ଲାଗୁଛି, ପ୍ରେମ ରୋଗ ବହୁତ ମହଙ୍ଗା ଅଟେ। ଗୋଟିଏ ଝିଅକୁ ନିଜର ପ୍ରେମ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଚୁନା ଲାଗିଛି। ଯୁବତୀ ଜଣକ ନିଜର ପ୍ରେମିକକୁ ନିଜ ଘରର ଏକ ଡୁପ୍ଲିକେଟ ଚାବି ଦେଇଥିଲେ।

ପ୍ରେମିକ ଯୁବକ ଜଣକ ଯୁବତୀଙ୍କ ଘରକୁ ଯାଇ ୧୩ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ସହିତ ଏକ ଆଇଫୋନ ମଧ୍ୟ ଚୋରି କରି ନେଇଯାଇଥିଲେ। ଇଣ୍ଡିଆ ଟାଇମ୍ସ ଅନୁସାରେ ଏହି ଘଟଣା ଘଟିବା ବେଳେ ଝିଅଟି ଘରେ ନଥିଲା। ସେ ପରିବାର ସହ ବାହାରକୁ ଯାଇଥିଲେ। ସେ ତାଙ୍କର ଘରର ନକଲ ଚାବି ତାଙ୍କର ପ୍ରେମିକକୁ ଦେଇଥିଲେ।

ଖବର ଅନୁସାରେ, ଘଟଣାଟି ହେଉଛି ମୁମ୍ବାଇର। ଯୁବତୀ ଜଣକ ତାଙ୍କ ପ୍ରେମିକ ସହ କିଛି ସମୟ ବିତାଇବାକୁ ଚାହୁଁଥିଲା। କିନ୍ତୁ ତାଙ୍କର ବାପା ଏକୁଟିଆ ଛାଡିବାକୁ ରାଜି ହୋଇନଥିଲେ। ସେଥିପାଇଁ ତାଙ୍କୁ ମଧ୍ୟ ତାଙ୍କ ସହ ଯିବାକୁ ପଡିଥିଲା।

ଯେତେବେଳେ ସେ ୨୭ ଜାନୁଆରୀରେ ଘରକୁ ଫେରିଥିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଯୁବତୀଙ୍କର ପରିବାର ସଦସ୍ୟ କହିଛନ୍ତିଯେ ଅଭିଯୁକ୍ତ ଯୁବକ ତାଙ୍କ ଘରୁ ୧୩ ଲକ୍ଷ ଟଙ୍କାର ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ଚୋରି କରିନେଇଛି। ସେମାନେ ଏ ବିଷୟରେ କୋଲାବା ପୋଲିସ ଷ୍ଟେସନରେ ଜଣାଇଥିଲେ।

ଅନୁସନ୍ଧାନରୁ ଜଣାପଡିଛିକି ଘରେ ପ୍ରବେଶ କରିବାକୁ କୌଣସି ଭଂଗାରୁଜା ହୋଇନାହିଁ। ଅର୍ଥାତ ଯାହା ପାଖରେ ଚାବି ଥିବ ସେ ହିଁ ଘରକୁ ଆସି ଏହି କାମ କରିଛି। ପରେ ଯୁବତୀ ଜଣକ ପୋଲିସକୁ କହିଥିଲେଯେ ତାଙ୍କର ପ୍ରେମିକ ପାଖରେ ଘରର ଡୁପ୍ଲିକେଟ ଚାବି ଥିଲା। ଏହା ପରେ ପୋଲିସ ଯୁବକଙ୍କୁ ଡାକି ପଚରାଉଚରା କରିଥିଲା। ଅଭିଯୁକ୍ତ ପ୍ରେମିକ ଜଣକ ସ୍ୱୀକାର କରିଛିକି ସେ ଏହି ଚୋରିକୁ କରିଛି।

odia sambada
Comments (0)
Add Comment