୪୩ଟି ପ୍ଲେନ,୭୦୦୦ କାର ସହିତ ଏହି ସବୁ ଜିନିଷର ମାଲିକ ଅଟନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଜାଣନ୍ତୁ ତାଙ୍କ ଲାଇଫ ଷ୍ଟାଇଲ ବିଷୟରେ

ରୁଷ ଓ ୟୁକ୍ରେନ ମଧ୍ୟରେ ବିବାଦ ଥମିବାର ନାମ ନେଉନାହିଁ। ୟୁକ୍ରେନ ବିପକ୍ଷରେ ନିଜର ସୈନ୍ୟକୁ ଓହ୍ଲାଇ ଯୁଦ୍ଧର ପରିଣାମକୁ ସତ୍ୟ କରିଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଓ ତାଙ୍କର ଚର୍ଚ୍ଚା ବର୍ତ୍ତମାନ ସାରା ଦୁନିଆରେ ଚାଲିଛି।

ପୁତିନ ଏକ ଏମିତି ନେତା ଅଟନ୍ତି ଯିଏକି କୌଣସି ଜିନିଷକୁ ଖାତିର କରନ୍ତି ନାହିଁ। ସେ ଏକଲା ବହୁତ ସାରା ନିର୍ଣ୍ଣୟ ନେଇଥାନ୍ତି। ଏହିପର ବ୍ୟକ୍ତିତ୍ୱ ପାଇଁ ସେ ସାରା ଦୁନିଆରେ ପରିଚିତ ଅଟନ୍ତି। 69 ବର୍ଷ ବୟସର ପୁତିନ ୟୁକ୍ରେନକୁ ଝୁଙ୍କାଇବା ପାଇଁ ସାରା ଦୁନିଆ ସହିତ ବିବାଦରେ ଓହ୍ଲାଇବାକୁ ମଧ୍ୟ ପ୍ରସ୍ତୁତ।

ଏହି ସାହସ ପଛରେ ତାଙ୍କର ଧନ ସମ୍ପତ୍ତି ମଧ୍ୟ ରହିଛି। ତାଙ୍କୁ ଦୁନିଆର ସର୍ବଶ୍ରେଷ୍ଠ ଧନୀ ନେତା ମାନଙ୍କ ମଧ୍ୟରେ ଗଣାଯାଏ। ତାଙ୍କର ଆଲୋଚକଙ୍କ କହିବା ହେଲା ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି। କଣ ସତରେ ପୁତିନ ଏତେ ଧନୀ? ଏହା ତ ଜଣାନାହିଁ କିନ୍ତୁ ସେ ନିଜର ସମ୍ପତ୍ତିକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି।

ଦ ସନ ରିପୋର୍ଟ ଅନୁସାରେ, ରୁଷ ରାଷ୍ଟ୍ରପତି ପୁତିନଙ୍କ ପାଖରେ 9641 ଆରବ ଟଙ୍କାର ସୁନା ଭଣ୍ଡାର, ଲକଜୁରୀୟସ କାର, ପ୍ରାଇଭେଟ ଜେଟ ମଧ୍ୟ ରହିଛି। କୁହାଯାଉଛି ସେ ନିଜ ଉପରକୁ ଆସୁଥିବା ବ୍ୟାନ କୁ ନେଇ ବହୁତ ସମୟ ଆଗରୁ ପ୍ରସ୍ତୁତ ହେଉଥିଲେ ଯାହାକି ପଶ୍ଚିମ ଦେଶ ବର୍ତ୍ତମାନ ତାଙ୍କ ଉପରେ ଲଗାଇଛି।

ବିଗତ ସପ୍ତାହରେ ସ୍ଵିଡେନରେ କ୍ରେମଲିନ ରାଜଦୂତ କହିଥିଲେ, ରୁଷ ଉପରେ ପଶ୍ଚିମ ଦେଶ ଯେତେ ଅଧିକ ବ୍ୟାନ ଲଗାଇବ ରୁଷ ସେତେ ଶକ୍ତିଶାଳୀ ହୋଇ ଜବାବ ଦେବ। ଏହିସବୁ ବ୍ୟାନ ରୁଷ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

9641 ଆରବ ଟଙ୍କାର ସୁନା ଭଣ୍ଡାର ରହିଛି ପୁତିନଙ୍କ ପାଖରେ:-

ଆପଣଙ୍କୁ ଜଣାଇଦେଉଛୁ କି, ରୁଷ ର ମସ୍କୋ, ସେଣ୍ଟ ପିଟର୍ସବର୍ଗ, ଏକତେରିନବର୍ଗ ଠାରେ ସୁନାର ବିଶାଳ ଭଣ୍ଡାର ରହିଛି। ଫୋବର୍ସ ମୁତାବିକ, 1996 ମସିହାରେ ରୁଷ ପାଖରେ 1.4 ବିଲିୟନ ପାଉଣ୍ଡ ସୁନା ଭଣ୍ଡାର ଥିଲା କିନ୍ତୁ ଆଜି ପୁତିନଙ୍କ ପାଖରେ 95 ବିଲିୟନ ପାଉଣ୍ଡ ସୁନା ଭଣ୍ଡାର ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଷ୍ଟ୍ରପତି ଏହାକୁ ଏକ ସୁରକ୍ଷିତ ସିକ୍ୟୁରିଟି ସ୍ଥାନରେ ମହଜୁଦ ରଖିଛନ୍ତି।

160 ବିଲିୟନ ପାଉଣ୍ଡ ସମ୍ପତ୍ତିର ମାଲିକ:-

ଯଦି ଆମେ କହିବା ରୁଷ ପାଖରେ ଆଉ କେଉଁ ଦେଶ ପାଖରେ ପ୍ରଚୁର ପରିମାଣର ସୁନା ରହିଛି ତାହେଲେ ଏହା ହେଉଛି ଆମେରିକା, ଜର୍ମାନୀ ଓ ଇଟାଲୀ ଯେଉଁଥିରୁ ଜଣା ଯାଉଛି ରୁଷ ପୂର୍ବରୁ ବ୍ୟାନ ଉପରେ ଯୋଜନା କରୁଥିଲା। ଏହାପରେ ରୁଷ ପାଖରେ ବ୍ୟାଙ୍କରେ 47 ଆରବ ଟଙ୍କା ରହିଛି। ଯାହାକି ରୁଷ କୁ ପ୍ରତିବନ୍ଧକ ସମୟରେ ସାହାର୍ଯ୍ୟ କରିବ। ଆଲୋଚକଙ୍କ ମୁତାବିକ ପୁତିନଙ୍କ ମୋଟ ସମ୍ପତ୍ତି 160 ବିଲିୟନ ପାଉଣ୍ଡ ଅଟେ।

କଣ ପୁତିନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି? :-

ଯଦି ଆମେ ଦୁନିଆର ଧନୀ ଲୋକଙ୍କ କଥା କହିବା ତାହେଲେ ସର୍ବପ୍ରଥମେ ଏଲନ ମସ୍କ ଓ ଜେଫ ବେଜୋସଙ୍କ ନାମ ଆସିଥାଏ। କିନ୍ତୁ ଯଦି ଏହା ପ୍ରମାଣିତ ହୁଏ ରୁଷ ରାଷ୍ଟ୍ରପତି ଭ୍ଲାଦିମିରଙ୍କ ପାଖରେ ଏତେ ସମ୍ପତ୍ତି ରହିଛି ତାହେଲେ ସେ ଦୁନିଆର ସବୁଠାର ଧନୀ ଅଟନ୍ତି କିନ୍ତୁ ସେ କହୁଛନ୍ତି ତାଙ୍କ ପାଖରେ ମୋଟ 1 କୋଟି ଟଙ୍କାର ସମ୍ପତ୍ତି ରହିଛି।

ରାଜନେତା ଆଲୋଚକ ବୋରିସ ନେତଶୋଭଙ୍କ କଥା ଦେଖିଲେ,ପୁତିନଙ୍କ ପାଖରେ 43 ଟି ପ୍ଳେନ, 7000 କାର, 15ଟି ହେଲିକପ୍ଟର ଓ ଏକ ପ୍ରାଇଭେଟ ଜେଟ ରହିଛି ଯେଉଁଥିରେ 50 ଲକ୍ଷ ଟଙ୍କାର ଗୋଲଡେନ ଟୟଲେଟ ମଧ୍ୟ ରହିଛି। ଏହାସହ ଗୁପ୍ତ ସୂଚନା ମୁତାବିକ, ପୁତିନଙ୍କ ପାଖରେ ବ୍ଲାକ ସି ପାଖରେ ଏକ 100 ଆରବ ଟଙ୍କାର ବଙ୍ଗଳା ରହିଛି।

5 କୋଟି ଟଙ୍କାର ଘଣ୍ଟା:-

ରୁଷ ରାଷ୍ଟ୍ରପତିଙ୍କ ପାଖରେ ଆଲିଶାନ ବଙ୍ଗଳା, ଲକଜୁରୀ କାର ଓ ଜେଟ ବ୍ୟତୀତ ଦାମୀ ଘଣ୍ଟା ମଧ୍ୟ ରହିଛି। ଯାହାର ଦାମ 5 କୋଟି ଟଙ୍କା ବୋଲି ଦାବି କରାଯାଉଛି।

odia sambada
Comments (0)
Add Comment