ଆଲୋଚନା ପାଇଁ ଡାକିଲା ରୁଷ, ମନାକଲା ୟୁକ୍ରେନ୍‌,ଜାଣନ୍ତୁ ପୁରା ଖବର

ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ବହୁତ ଶୀଘ୍ର ରୁଷ-ୟୁକ୍ରେନ ସଙ୍କଟର ସମାଧାନ ହୋଇପାରେ। ୟୁକ୍ରେନକୁ ଅଲୋଚନା କରିବା ପାଇଁ ରୁଷ ପ୍ରସ୍ତାବ ଦେଇଛି। ରୁଷର ନ୍ୟୁଜ ଏଜେନ୍ସି ଅନୁସାରେ, ବେଲାରୁଷରେ ୟୁକ୍ରେନ ସହିତ ଆଲୋଚନା କରିବା ପାଇଁ କ୍ରେମଲିନ ରାଜି ହୋଇଛି।

ରୁଷର ପ୍ରତିନିଧିମଣ୍ଡଳରେ ଅନେକ ମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ଓ ପ୍ରଶାସନର ଅନେକ ଅଧିକାରୀ ଉପସ୍ଥିତ ଅଛନ୍ତି। ବେଲାରୁଷରେ ପହଞ୍ଚିଥିବା ରୁଷିଆ ଦଳ କହିଛିକି, ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଏବଂ ଆମେ ୟୁକ୍ରେନର ପ୍ରତିନିଧିତ୍ୱକୁ ଅପେକ୍ଷା କରିଅଛୁ।

ସେପଟେ କିନ୍ତୁ ରୁଷ ଆଲୋଚନାର ପ୍ରସ୍ତାବକୁ ୟୁକ୍ରେନ ପ୍ରତ୍ୟାଖାନ କରିଛି। ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ରୁଷିଆ ସହିତ ଆଲୋଚନା ପାଇଁ ରାଜି ଅଛନ୍ତି କିନ୍ତୁ ବେଲାରୁଷରେ ଆଲୋଚନା କରିବାକୁ ଜେଲେନସ୍କି ମନା କରିଛନ୍ତି। ବେଲାରୁଷ ବଦଳରେ ଅନ୍ୟସ୍ଥାନରେ ଆଲୋଚନା କରିବା ପାଇଁ ୟୁକ୍ରେନ-ରୁଷକୁ କହିଛି। ବେଲାରୁଷ ବଦଳରେ ୱାର୍ସ, ବ୍ରାଟିସଲାଭା, ବୁଡାପେଷ୍ଟ, ଇସ୍ତାନବୁଲ, ବାକି ଆଦି ସ୍ଥାନ ମଧ୍ୟରୁ ଯେ କୌଣସି ସ୍ଥାନରେ ଆଲୋଚନା କରିବା ପାଇଁ ଅନଲାଇନ ମାଧ୍ୟମରେ ଜେଲେନସ୍କି ପ୍ରସ୍ତାବ ଦେଇଛନ୍ତି।

ଅନ୍ୟପକ୍ଷରେ, ରୁଷର ସେନ୍ୟମାନେ ୟୁକ୍ରେନର ଦ୍ୱିତୀୟ ପ୍ରମୁଖ ସହର ଖାର୍‌କିଭରେ ପ୍ରବେଶ କରିଛନ୍ତି, ସେଠାରେ ସେମାନେ ଯୁଦ୍ଧ ଜାରି ରଖିଛନ୍ତି। ଏହାପୂର୍ବରୁ କିଭରେ ରୁଷର ଆକ୍ରମଣକୁ ରୋକିବା ପାଇଁ ୟୁକ୍ରେନର ସରକାର ଦାବି କରିବା ପରେ ରୁଷ ଚାରିପଡୁ କିଭ୍‌କୁ ଆକ୍ରମଣ କରିବା ପାଇଁ ସେନାକୁ ନିର୍ଦ୍ଦେଶ ଦେଇଛି।

ୟୁକ୍ରେନର ରାଜଧାନୀ କିଭରେ ବର୍ତ୍ତମାନ ଭୟର ବାତାବରଣ ଖେଳିଯାଇଛି। ଏଠାରେ କ୍ରମାଗତ ଭାବରେ ଯୁଦ୍ଧର ସାଇରନ ବାଜୁଛି। ରୁଷର ଆକ୍ରମଣ ବର୍ତ୍ତମାନ ବେକାବୁ ହୋଇପଡିଛି। ବର୍ତ୍ତମାନ ରୁଷ ୟୁକ୍ରେନର ରାଜଧାନୀ କିଭକୁ କାବୁ କରିବା ପାଇଁ ପ୍ରସ୍ତୁତ ହେଉଛି। ରାଜଧାନୀ କିଭରୁ ଲୋକମାନେ ନିଜର ଜୀବନ ବଞ୍ଚାଇବା ପାଇଁ ଗାଁ ଅଞ୍ଚଳକୁ ଦୌଡୁଛନ୍ତି।

odiasambada
Comments (0)
Add Comment