ୟୁକ୍ରେନରୁ ଫେରିବାକୁ ମନାକଲେ ଭାରତୀୟ ମେଡିକାଲ ଛାତ୍ରୀ, ଜାଣନ୍ତୁ ମନା କରିବାର କାରଣ ?

ଋଷ-ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ସେଠାରେ ରହୁଥିବା ଭାରତୀୟ ନାଗରିକମାନଙ୍କ ପାଇଁ କିଭଳି ନିଜ ଦେଶକୁ ଫେରି ଆସିବେ ସେ ବିଷୟରେ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ। ଗତକାଲି ଏହାପରେ ଭାରତ ସରକାରଙ୍କ ଠାରୁ ବିଶେଷ ଭାବରେ ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କୁ ବିମାନ ସହାୟତାରେ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ହେଲେ ବଡ ଆଶ୍ଚର୍ଯ୍ୟର କଥା ହେଉଛିକି ଫେରିବାର ସୁଯୋଗ ଥିବା ସମୟରେ ଜଣେ ୧୭ ବର୍ଷିୟା ଭାରତୀୟ ମେଡିକାଲ ଛାତ୍ରୀ ଏଭଳି ସ୍ଥିତିରେ ୟୁକ୍ରେନ ଛାଡି ଭାରତ ଆସିବା ପାଇଁ ମନା କରି ଦେଇଛନ୍ତି। ସେ କହିଛନ୍ତିକି ସେ ଯେଉଁ ଘର ଭଡା ନେଇ ରହୁଛନ୍ତି ସେ ଘରର ମାଲିକ ବର୍ତ୍ତମାନ ଯୁଦ୍ଧକୁ ଯାଇଛନ୍ତି , ତେଣୁ ତାଙ୍କର ପିଲାମାନଙ୍କର ଦାୟିତ୍ୱ ନେବା ପାଇଁ ସେ ଭାରତ ଫେରିପାରିବେ ନାହିଁ ବୋଲି ସ୍ପଷ୍ଟ କରି କହିଛନ୍ତି।

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ୟୁକ୍ରେନରେ ମେଡିକାଲ ପଢୁଥିବା ହରିଆଣାର ୧୭ ବର୍ଷିୟା ନେହା ସଙ୍ଗୱାନ ସୁଯୋଗ ଥିଲେ ମଧ୍ୟ ଯୁଦ୍ଧଗ୍ରସ୍ଥ ୟୁକ୍ରେନକୁ ଛାଡିବା ପାଇଁ ସ୍ପଷ୍ଟ ଭାବରେ ମନା କରିଦେଇଛନ୍ତି। ଏହା ପଛରେ ଥିବା କାରଣ ଜାଣିଲେ ଆପଣ ମଧ୍ୟ ଭାବବିହ୍ୱଳ ହୋଇଯିବେ।

ଯେଉଁ ଘରେ ନେହା ଜଣେ ପେଇଁ ଗେଷ୍ଟ ଭାବରେ ରହୁଛନ୍ତି ସେହି ଘରର ମାଲିକ ଋଷ ସହିତ ଚାଲିଥିବା ଯୁଦ୍ଧରେ ୟୁକ୍ରେନ ତରଫରୁ ଯୁଦ୍ଧ ଲଢୁଛନ୍ତି। ସେ ଯୁଦ୍ଧକୁ ଚାଲିଯିବା ପରେ ନେହାଙ୍କର ଦାୟୀତ୍ୱରେ ସଂପୃକ୍ତ ଘର ମାଲିକଙ୍କର ସ୍ତ୍ରୀ ଓ ୩ ଟି ଛୋଟପିଲାଙ୍କୁ ଛାଡି ଦେଇଯାଇଛନ୍ତି। ଏଣୁ ଭାଇଚାରା ଓ ମାନବିକତା ଦୃଷ୍ଟିରୁ ନେହା ଏହିପରି ସମୟରେ ସେମାନଙ୍କୁ ଛାଡି ଦେଶକୁ ଫେରିବା ପାଇଁ ମନା କରିଦେଇଛନ୍ତି।

ଏ ବିଷୟରେ ନେହା ତାଙ୍କ ମାଙ୍କ ସହିତ କଥା ହେବା ସମୟରେ କହିଛନ୍ତିକି, ମା ମୁଁ ମୃତ୍ୟୁକୁ ଭୟ କରେ ନାହିଁ, ହେଲେ କୌଣସି ପରିସ୍ଥିତିରେ ମୁଁ ମୋ ଘରର ମାଲିକ ଓ ତାଙ୍କର ୩ଟି ଛୁଆଙ୍କୁ ଛାଡି ନିଜ ଦେଶକୁ ଫେରିବା ସମ୍ଭବ ନୁହେଁ।

odia sambada
Comments (0)
Add Comment