ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସେୟାର କଲେ ୟୁକ୍ରେନର ଭିଡିଓ,ଭୟାନକ ଦୃଶ୍ୟ ଦେଖି କମ୍ପିଲେ ଲୋକମାନେ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚଲାଇଥିବା ବିବାଦ କାରଣରୁ ଦିନକୁ ଦିନ ଅବସ୍ଥା ବିଗିଡ଼ିବାରେ ଲାଗିଛି | ରୁଷର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଆଦେଶ ଅନୁଯାୟୀ ୟୁକ୍ରେନ ଉପରେ ଲଗାତାର ଭାବେ ଆକ୍ରମଣ କରାଯାଉଛି, ଯେଉଁ କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଯାଇଛି ଏବଂ ସେଠାରେ ଆତଙ୍କର ବାତାବରଣ ଜାରି ରହିଛି | ଲୋକମାନେ ନିଜର ଜୀବନ ବଞ୍ଚାଇବା ପାଇଁ ଏପଟ ସେପଟ ହୋଇ ପଳାଇ ଯାଉଛନ୍ତି | ସେହିପରି ଭାରତ ୟୁକ୍ରେନରେ ଫସିଥିବା ନିଜ ନାଗରିକଙ୍କୁ ସୁରକ୍ଷିତ ଭାବେ ଦେଶକୁ ଆଣିବାକୁ ଚେଷ୍ଟା କରୁଛି | ଗୋଟିଏ ରିପୋର୍ଟ ଅନୁଯାୟୀ ୟୁକ୍ରେନରେ ପ୍ରାୟ ୨୦ ହଜାରରୁ ଅଧିକ ଛାତ୍ର ଫସି ରହିଛନ୍ତି |

ଏହା ମଧ୍ୟରେ ବଲିଉଡର ଦେଶୀ ଗାର୍ଲ କୁହାଯାଉଥିବା ପ୍ରସିଦ୍ଧ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୟୁକ୍ରେନର ଗୋଟିଏ ହୃଦୟ ଥରେଇବା ଭଳି ଭିଡିଓ ସେୟାର କରିଛନ୍ତି | ପ୍ରିୟଙ୍କା ଚୋପ୍ରା ଏହି ଭିଡିଓକୁ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି ଯେ, ” ୟୁକ୍ରେନରେ ବର୍ତ୍ତମାନ ଯେଉଁ ସ୍ଥିତି ରହିଛି, ତାହା ବହୁତ ଭୟଙ୍କର ଅଟେ | ନିରୀହ ଏବଂ ନିର୍ଦୋଷ ଲୋକମାନେ ନିଜର ଏବଂ ନିଜ ପ୍ରିୟଜନଙ୍କ ଜୀବନ ପାଇଁ ଡରି ଡରି ବଂଚୁଛନ୍ତି | ସେମାନେ ଭବିଷ୍ୟତର ଅନିଶ୍ଚିତତା ମାପିବାକୁ ଚେଷ୍ଟା କରୁଛନ୍ତି |

View this post on Instagram

A post shared by Priyanka (@priyankachopra)

ଏହା ବୁଝିବା କଷ୍ଟକର ଯେ ଆଜିର ଏହି ଆଧୁନିକ ଦୁନିଆରେ ଏଭଳି ଭୟଙ୍କର ଏବଂ ଭୟାନକ ପରିସ୍ଥିତି କିପରି ସୃଷ୍ଟି ହୋଇପାରେ ? ଏହି ଯୁଦ୍ଧ ଅଂଚଳରେ ଯେଉଁ ଲୋକମାନେ ରହୁଛନ୍ତି, ସେମାନେ ଆପଣଙ୍କ ପରି ଏବଂ ମୋ ପରି ଅଟନ୍ତି | ୟୁକ୍ରେନର ଲୋକଙ୍କୁ କିପରି ସାହାଯ୍ୟ କରାଯିବ ସେ ସମ୍ବନ୍ଧରେ ସମସ୍ତ ସୂଚନା ମୋର ବାୟୋ ଲିଙ୍କରେ ରହିଛି |”

କୁହାଯାଉଛି ଯେ ପ୍ରିୟଙ୍କା ଚୋପ୍ରାଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓକୁ ଫ୍ୟାନ୍ସଙ୍କ ସହିତ ବଲିଉଡ ସେଲିବ୍ରେଟିମନେ ମଧ୍ୟ ଦେଖୁଛନ୍ତି ଏବଂ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି | ଜଣାଶୁଣା ଅଭିନେତ୍ରୀ ବିପାଶା ବସୁ ମଧ୍ୟ କମେଣ୍ଟ କରି ଲେଖିଛନ୍ତି ଯେ, “ହୃଦୟ ଭାଙ୍ଗିଗଲା” |

ସେହିପରି ଜଣେ ୟୁଜର ଲେଖିଛନ୍ତି ଯେ, “ଏହାକୁ ରୋକିବା ପାଇଁ ସାରା ବିଶ୍ୱକୁ ଏକାଠି ଆସିବାକୁ ପଡିବ | ଏହା ବ୍ୟତୀତ ଅନ୍ୟ ଜଣେ ଲେଖିଛନ୍ତି ଯେ, “ଦୁନିଆକୁ ଶାନ୍ତି ଦରକାର, ଯୁଦ୍ଧ ନୁହେଁ ” | ଏହା ବ୍ୟତୀତ ଏହି ଭିଡିଓରେ ସେହି ଭାରତୀୟ ଲୋକଙ୍କର ମଧ୍ୟ କମେଣ୍ଟ ଆସିଛି, ଯେଉଁମାନେ ୟୁକ୍ରେନରେ ଫସି ରହିଛନ୍ତି |

odia sambada
Comments (0)
Add Comment