ପତ୍ନୀଙ୍କ ସହ ହେଲା ସାମାନ୍ୟ ଝଗଡା,କିନ୍ତୁ ବଳି ପଡିଗଲା ଏକ ବର୍ଷର ଝିଅ,ତା ପରେ ସ୍ୱାମୀ ମଧ୍ୟ କଲେ ଆତ୍ମହତ୍ୟା,ଜାଣନ୍ତୁ ପୁରା ଘଟଣା

ଦିଲ୍ଲୀ ନିକଟରେ ଥିବା ଗାଜିଆବାଦରୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ପତ୍ନୀଙ୍କ ସହ ସାମାନ୍ୟ ଯୁକ୍ତିତର୍କ କରିବା ପରେ ପ୍ରଥମେ ତାଙ୍କ ୧ବର୍ଷର ନିରୀହ ଶିଶୁକନ୍ୟାକୁ ଫାଶୀରେ ଟାଙ୍ଗି ଦେଲେ ତାପରେ ନିଜେ ମଧ୍ୟ ଫାଶୀ ଲଗେଇ ଆତ୍ମହତ୍ୟା କରିଦେଲେ । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ସମ୍ବେଦନଶୀଳତା ବ୍ୟାପିଗଲା ।

ୟୁପି ଗାଜିଆବାଦର ବିଜୟ ନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଆକବରପୁର ବହରାମପୁର କଲୋନୀରେ ରହୁଥିବା ଜଣେ ଯୁବକ ତାଙ୍କ ପତ୍ନୀଙ୍କ ସହ ସାମାନ୍ୟ ଯୁକ୍ତିତର୍କ କରିବା ପରେ ପ୍ରଥମେ ନିଜର ୧ବର୍ଷର ଶିଶୁକନ୍ୟାକୁ ଫାଶୀର ଫନ୍ଦାରେ ଟାଙ୍ଗି ଦେଲେ ଆଉ ତାପରେ ନିଜେ ମଧ୍ୟ ଫାଶୀ ଦେଇଥିଲେ।

ଏହାର ସୂଚନା ମୃତକଙ୍କର ସ୍ତ୍ରୀକୁ ସକାଳେ ସେହି ସମୟରେ ମିଳିଲା ଯେତେବେଳେ ପତ୍ନୀ ରୁମ୍ କୁ ଯାଇ ଦେଖିଲେ । ସେହି ଯନ୍ତ୍ରଣାଦାୟକ ଦୃଶ୍ୟ ଦେଖିବା କ୍ଷଣି ପତ୍ନୀଙ୍କ ଚିତ୍କାର ବାହାରି ପଡିଲା ଆଉ ଆଖପାଖର ଲୋକମାନଙ୍କୁ ଡାକିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିତା ଓ ଝିଅର ମୃତଦେହକୁ କବ୍ଜା ରେ ନେଇ ପୋଷ୍ଟମର୍ଟମ ପାଇଁ ପଠାଇ ଦେଲା ଏବଂ ତଦନ୍ତ କରିବାରେ ଲାଗିପଡ଼ିଲା ।

ପତ୍ନୀଙ୍କ ସହ ଝଗଡା ହେବାର ଏହି ଫଳାଫଳ!

ସୂଚନାନୁସାରେ,୨୫ବର୍ଷୀୟ ଅମିତ ଚୌହାନ ମୂଳ ରୂପରେ ହାପୁଡ଼ ଜିଲ୍ଲାର ଆଲମନଗର ଗାଁର ବାସିନ୍ଦା ଥିଲେ, ଯିଏ ଇନ୍ଦିରାପୁରାମରେ ଅବସ୍ଥିତ ଏକ ପେଟ୍ରୋଲ ପମ୍ପରେ ସେଲ୍-ମ୍ୟାନ୍ ଥିଲା । ସେ ଦୀର୍ଘ ସମୟ ଧରି ଥାନା ବିଜୟ ନଗର ଅଞ୍ଚଳର ଆକବରପୁର-ବହରାମପୁର କଲୋନୀରେ
ନିଜର ୧ବର୍ଷର ଝିଅ ଏବଂ ପତ୍ନୀଙ୍କ ସହ ରହୁଥିଲେ । ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ପତ୍ନୀଙ୍କ ସହ କୌଣସି କଥାକୁ ନେଇ ଝଗଡା ହୋଇଥିଲା,ଯାହା ପରେ ସେ ତାଙ୍କ ଝିଅ କୁ ନେଇ ଅନ୍ୟ ଏକ କୋଠରୀକୁ ଚାଲିଯାଇଥିଲେ ।

କିନ୍ତୁ ଯେତେବେଳେ ସେ ସକାଳେ କୋଠରୀରୁ ବାହାରକୁ ଆସି ନଥିଲା ଏବଂ କୌଣସି ଶବ୍ଦ ଆସୁନଥିଲା ତାପରେ ପତ୍ନୀ ଭିତରକୁ ଯାଇ ଦେଖିଲେ ତ ତାଙ୍କ ଝିଅ ଏବଂ ସ୍ୱାମୀ ଉଭୟ ଫାଶୀର ଫନ୍ଦା ରେ ଝୁଲୁଥିଲେ । ଏହି ଯନ୍ତ୍ରଣାଦାୟକ ଦୃଶ୍ୟ ଦେଖିବା ମାତ୍ରେ ସେ ଚିତ୍କାର କରିଥିଲେ ଆଉ ତାପରେ ପୋଲିସକୁ ସୂଚନା ଦେଇ ପଡୋଶୀମାନଙ୍କୁ ଡାକି ଥିଲେ।

ପତ୍ନୀ କହିଛନ୍ତି ଯେ ହେଇଥିଲା ମାମୁଲି ଝଗଡା :-

ସିଓ ତ୍ସତନ୍ତ ସିଂ ନିଜେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଲେ ଆଉ ସ୍ଥିତିର ଅନୁଧ୍ୟାନ ନେଇଥିଲେ | ସେ କହିଲେ କି ମୃତକଙ୍କ ପତ୍ନୀଙ୍କ ଦ୍ୱାରା ଏଭଳି ସୂଚନା ପ୍ରାପ୍ତ ହୋଇଥିଲା |
ପୋଲିସ ଘଟଣାସ୍ଥଳରେ ପହଞ୍ଚିଲେ ତ ପ୍ରାୟ ୨୫ବର୍ଷୀୟ ଅମିତ୍ ଆଉ ତାଙ୍କ ୧ବର୍ଷୀୟା ଝିଅ ଫାଶୀର ଫନ୍ଦାରେ ଟାଙ୍କି ହୋଇଥିଲେ | ତାଙ୍କ ପାଖରୁ କୌଣସି ପ୍ରକାରର ଆତ୍ମହତ୍ୟା ନୋଟ୍ ମଧ୍ୟ ମିଳିନଥିଲା |

ପୋଲିସର ଯାଞ୍ଜରେ ପଚରା-ଉଚରା ସମୟରେ ମୃତକଙ୍କ ପତ୍ନୀ କହିଥିଲେ ଯେ ଡେରି ରାତି ପର୍ଯ୍ୟନ୍ତ ତାଙ୍କ ସ୍ୱାମିଙ୍କ ସହ ତାଙ୍କର ମାମୁଲି କଳି-ଝଗଡା ହୋଇଥିଲା, ଯାହା ପରେ ସେ ନିଜ ରୁମ୍ କୁ ଚାଲି ଯାଇଥିଲେ | ସକାଳେ ଯେତେବେଳେ ରୁମ୍ ରେ କୌଣସି ହଲ ଚଲ୍ ଦେଖା ଗଲାନି ଆଉ ସେ ବାହାରୁକୁ ଆସିଲେନି ସେତେବେଳେ ସେ ରୁମ୍ କୁ ଝାଙ୍କିକି ଦେଖିଲେ ଆଉ ସେତେବେଳେ ଯାଇ ତାଙ୍କୁ ଏହି କଥାର ସୂଚନା ମିଳିଲା | ପୋଲିସ ସବୁ ୟାଙ୍ଗେଲ୍ ରୁ ଯାଞ୍ଜ କରୁଛି |

odia sambada
Comments (0)
Add Comment