ଆପଣଙ୍କ ସ୍ୱର ପରିବର୍ତ୍ତନ ହେଉଛି କି ? ଏସବୁ ସଂକେତ ଦେଖାଗଲେ ହୋଇପାରେ କ୍ୟାନସର

କ୍ୟାନ୍ସର ବର୍ତମାନ ପୃଥିବୀ ରେ ଏପରି ଏକ ରୋଗ ଯାହାର ଔଷଧ ଏଯାବତ୍ ବହାରିନାହି । କେମୋ ଥେରପି ଦ୍ଵାରା କିଛି ଟା ଉପଶମ ମିଳି ପାରୁଚି । ତେବେ ବର୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଦେଶରେ ୧୧.୫ ଲକ୍ଷ ଲୋକ ପ୍ରତିବର୍ଷ କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତିb। ଗ୍ଲୋବାଲ ଅଙ୍କୋଲୋଜି ରିପୋର୍ଟ ଅନୁଯାୟୀ, ୨୦୨୦ ରେ ଭାରତର ପ୍ରତ୍ୟେକ ଲକ୍ଷ ପୁରୁଷଙ୍କ ମଧ୍ୟରୁ ୯୪ ଜଣ ଏବଂ ପ୍ରତ୍ୟେକ ଲକ୍ଷ ମହିଳାଙ୍କ ମଧ୍ୟରୁ ୧୦୩.୬ ଜଣ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ତେବେ ସମସ୍ତ କର୍କଟ ମୃତ୍ୟୁର ୨୨% କେବଳ ତମାଖୁ କାରଣ ରେ ହୋଇଥାଏ । ପୁରୁଷମାନଙ୍କଠାରେ ଫୁସଫୁସ କର୍କଟ ଏବଂ ମହିଳାମାନଙ୍କଠାରେ ସ୍ତନ କର୍କଟ ରୋଗ ରହିଛି । କ୍ୟାନସର ଏଭଳି ଏକ ବିପଦଜ୍ଜନକ ରୋଗ, ଯାହା ଶରୀରର ଯେକୌଣସି ଅଙ୍ଗର କୋଷଗୁଡିକୁ ଅନିୟନ୍ତ୍ରଣ କରି ବିଭାଜିତ କରିଦିଏ । ପରେଏହା ଶରୀରର ଗୋଟେ ଅଂଶରୁ ଅନ୍ୟ ଅଂଶକୁ ବ୍ୟାପିବାରେ ଲାଗିଥାଏ ।

ଆମ ଶରୀରର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବଢ଼ିଚାଲିଲେ ଏହା ଟ୍ୟୁମରର ଆକାର ନେଇଥାଏ । ପରବର୍ତ୍ତି ସମୟରେ ଏହି ଟ୍ୟୁମର କର୍କଟ ରୋଗର କାରଣ ପାଲଟେ । ଓଡ଼ିଶାରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ । ଏହାପରେ ସର୍ଭାଇକାଲ କ୍ୟାନ୍‌ସର, ହେଡ୍‌ ଆଣ୍ଡ ନେକ୍‌ କ୍ୟାନ୍‌ସର ଅଧିକ ହୋଇଥାଏ । ସଠିକ ସମୟରେ କର୍କଟ ରୋଗକୁ ଚିହ୍ନଟ କରି ପାରିଲେ, ଏଥିରୁ ମୁକ୍ତି ପାଇବାର ସମ୍ଭାବନା ଅଧିକ । ସ୍ତନ କର୍କଟ ହୋଇଥିଲେ ସ୍ତନରେ ଫୁଲା ଭଳି ହେବା, କାଖରେ କିମ୍ବା ସ୍ତନରେ ଗୁଲି ଭଳି ହେବା, ସ୍ତନାଗ୍ରରୁ ପାଣି ସ୍ରାବ ବାହାରିବା ଭଳି ଲକ୍ଷଣ ଦେଖାଦିଏ । ମୁଖ ଗହ୍ୱର କ୍ୟନ୍‌ସର ହୋଇଥିଲେ ବେକ ପାଖରେ ଫୁଲା ରହିଥାଏ, ଜିଭରେ ଅଲସର ହୋଇପାରେ, ଖାଇବା ପିଇବା ବେଳେ କଷ୍ଟ ହେବା, ଖାଦ୍ୟ ଢୋକିବା ବେଳେ ଅସୁବିଧା ହେବା, ସ୍ଵରରେ ପରିବର୍ତ୍ତନ ହେବା ଭଳି ଲକ୍ଷଣମାନ ପରିଲିକ୍ଷିତ ହୋଇଥାଏ । ଫୁସ୍‌ଫୁସ୍‌ କର୍କଟ ହେଲେ ଛାତିରେ ଯନ୍ତ୍ରଣା, ହେବା, କଫରେ ରକ୍ତ ପଡ଼ିବା, କାଶ ହେବା ଭଳି ଲକ୍ଷଣ ଦେଖାଦିଏ ।

ତେବେ ଯଦି ପେଟରେ ଦରଜ ଅନୁଭବ ସହ ଓଜନ ହ୍ରାସ ହେଉଛି । ତେବେ ଏଥିରେ ଜଣ୍ଡିସ ହେବା ସହ କ୍ୟାନସର ହେବାର ସମ୍ଭାବନା ରହିଛି । ପରିସ୍ରା କରିବା ସମୟରେ କୌଣସି ବ୍ୟକ୍ତିର ରକ୍ତସ୍ରାବ ହେଉଛ, ବିନା କାରଣରେ ରକ୍ତହୀନତା, ହିମୋଗ୍ଲୋବିନର ବୃଦ୍ଧି, ମାଂସପେଶୀ କମିବାରେ ଲାଗିଛି ତେବେ ଏହା ମଧ୍ୟ କ୍ୟାନସର ର ଲକ୍ଷଣ । ତେବେ ପ୍ରାଥମିକ ଅବସ୍ଥାରୁ କ୍ୟାନ୍‌ସରକୁ ଚିହ୍ନିପାରି ଏହାର ଚିକିତ୍ସା କରାଗଲେ ସୁଫଳ ମିଳିଥାଏ । ତେଣୁ ନିୟମିତ ବ୍ୟବଧାନରେ ସ୍କ୍ରିନିଂ କରିବା ଆବଶ୍ୟକ । ସ୍ତନ କର୍କଟ ପାଇଁ ସ୍କ୍ରିନିଂ ମମୋଗ୍ରାମ୍‌ କରିବା ଦରକାର । ଏହାଛଡ଼ା ନିୟମିତ ବ୍ୟବଧାନରେ ସେଲ୍‌ଫ ବ୍ରେଷ୍ଟ ଏକ୍‌ଜାମିନେସନ୍‌ କରିବା ଦରକାର । ଏହାଦ୍ୱାରା ଷ୍ଟେଜ୍‌ ୧ କିମ୍ବା ୨ରେ କର୍କଟକୁ ଜାଣିପାରିଲେ ଏହାର ଚିକିତ୍ସା କରିବା ସମ୍ଭବପର ହୋଇଥାଏ ।

odia sambada
Comments (0)
Add Comment