ଭାରତର ଅନନ୍ୟ ରେଳ ଷ୍ଟେସନ,ସୁରକ୍ଷା କର୍ମୀ ଠାରୁ ଆରମ୍ଭ କରି ଷ୍ଟେସନ ମାଷ୍ଟର ପର୍ଯ୍ୟନ୍ତ ସମସ୍ତେ ଏଠି ମହିଳା ।

ବର୍ତ୍ତମାନର ଯୁଗରେ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ସହ କାନ୍ଧ କାନ୍ଧରେ ମିଶେଇ ଚାଲୁଛନ୍ତି । ତେବେ ସେ ରାସ୍ତାରୁ ନେଇକି ସଂସଦକୁ ଯିବା କଥା ହେଉ ଅବା ଆଉ କିଛି । କିନ୍ତୁ କଣ ଆପଣ କେବେ ଭାବିଛନ୍ତି କି ଏପରି ଏକ ସ୍ଥାନ ବି ଥାଇପାରେ ଯେଉଁଠାରେ ସମସ୍ତ ଦାୟିତ୍ୱ କେବଳ ମହିଳାଙ୍କ କାନ୍ଧରେ ହିଁ ଥାଏ ।

ଆଜ୍ଞା ହଁ ଆମ ଦେଶରେ ହିଁ ଏପରି ଏକ ସ୍ଥାନ ଅଛି, ଯେଉଁଠାରେ ସମସ୍ତ ଦାୟିତ୍ୱ ମହିଳାଙ୍କ କାନ୍ଧରେ ଅଛି ଆଉ ସେହି ସ୍ଥାନଟି ଅନ୍ୟ କେହି ନୁହେଁ ବରଂ କେନ୍ଦ୍ରୀୟ ରେଳବାଇର ମାଟୁଙ୍ଗା ରେଳ ଷ୍ଟେସନ ଅଟେ, ଯାହାକୁ ପିଙ୍କ ରେଳ ଷ୍ଟେସନ ମଧ୍ୟ କୁହାଯାଏ । ତେବେ ଆସନ୍ତୁ ଏହାର ସମ୍ପୂର୍ଣ୍ଣ କାହାଣୀକୁ ବୁଝିବା ।

କହିରଖୁଛୁ ଯେ ଭାରତୀୟ ରେଲୱେ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ ଏବଂ ଏକ ରିପୋର୍ଟ ଅନୁଯାୟୀ, ଭାରତରେ ସମୁଦାୟ ୮୩୩୮ରେଳ ଷ୍ଟେସନ ଅଛି । ଯେଉଁଠାରୁ ଟ୍ରେନ୍ ଗମନାଗମନ କରେ । ଏହା ସହିତ ଟିକେଟ୍ ଏବଂ ରେଳ ସଂରକ୍ଷଣ ଭଳି କାର୍ଯ୍ୟ ମଧ୍ୟ ଏଠାରେ କରାଯାଇଥାଏ ।

ଏହି ପରିସ୍ଥିତିରେ ଏହି କାର୍ଯ୍ୟଗୁଡିକ ପାଇଁ ରେଳ ଷ୍ଟେସନରେ କର୍ମଚାରୀମାନଙ୍କର ଆବଶ୍ୟକତା ରହିଥାଏ ଏବଂ ମାଟୁଙ୍ଗା ହେଉଛି ଏହିପରି ଏକ ରେଳ ଷ୍ଟେସନ, ଯେଉଁଠାରେ ସଂପୂର୍ଣ୍ଣ
ଷ୍ଟାଫ ମହିଳା କର୍ମଚାରୀ ଅଟନ୍ତି ଏବଂ ଏହା ଏକ ସ୍ୱତନ୍ତ୍ର ରେଳ ଷ୍ଟେସନ୍ ହୋଇଥିବାରୁ ଏହାକୁ ଲିମକା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ଦିଆଯାଇଛି ।

୨୦୧୭ଠାରୁ ମହିଳାମାନଙ୍କ ଅଧୀନରେ ଅଛି ଏହି ରେଳ ଷ୍ଟେସନ :-

କହିରଖୁଛୁ ଯେ ଏହା ହେଉଛି ଦେଶର ପ୍ରଥମ ରେଳ ଷ୍ଟେସନ ଯାହା କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହୁଏ । ଏହାର ଏହି ବୈଶିଷ୍ଟ୍ୟ ହେତୁ ଷ୍ଟେସନର ନାମ ଲିମ୍କା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପ୍ରବେଶ କରାଯାଇଛି ଏବଂ ଏହି ଷ୍ଟେସନଟି କେବଳ ଜୁଲାଇ ୨୦୧୭ଠାରୁ ମହିଳାମାନଙ୍କ ଦ୍ୱାରା ହି ପରିଚାଳିତ ହେଉଛି । ଏଥିସହିତ ଏହାର ଉପନଗରୀୟ ଷ୍ଟେସନରେ ୪୧ଜଣ ମହିଳା କର୍ମଚାରୀ କାର୍ଯ୍ୟରତ ଅଛନ୍ତି ।

ଯେଉଁଥିରେ ୧୭ଜଣ ମହିଳାଙ୍କୁ ଅପରେସନ୍ ଏବଂ ବାଣିଜ୍ୟ ବିଭାଗ, ୬ରେଳ ସୁରକ୍ଷା ବଳ, ୮ଟିକେଟ୍ ଯାଞ୍ଚ, ୨ଘୋଷକ, ଦୁଇଜଣ ସୁରକ୍ଷା କର୍ମୀ ଏବଂ ପାଞ୍ଚଜଣଙ୍କୁ ଅନ୍ୟ ସ୍ଥାନରେ ପୋଷ୍ଟିଙ୍ଗ କରାଯାଇଛି ।

ଏହି ରେଳ ଷ୍ଟେସନର ନାମ ଲିମ୍କା ବୁକ୍ ଅଫ୍ ରେକର୍ଡରେ ପଞ୍ଜୀକୃତ କରାଯାଇଛି ।

ଏହା ଜଣା ଯେ ମାଟୁଙ୍ଗା ରେଳ ଷ୍ଟେସନ ମୁମ୍ବାଇର ଉପନଗରୀୟ ରେଳ ନେଟୱାର୍କରେ ଆସିଥାଏ । ୨୦୧୭ମସିହା ଜୁଲାଇ ମାସରେ କେନ୍ଦ୍ରୀୟ ରେଳବିଭାଗ ତରଫରୁ ଏହି ରେଳ ଷ୍ଟେସନରେ ସମସ୍ତ ଷ୍ଟାଫ ମହିଳାମାନଙ୍କୁ ନିଯୁକ୍ତି କରାଯାଇଥିଲା ଏବଂ କେବଳ ମହିଳା କର୍ମଚାରୀମାନଙ୍କ ହେତୁ ଏହି ଷ୍ଟେସନର ନାମ ୨୦୧୮ରେ ଲିମକା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସାମିଲ୍ କରାଯାଇଥିଲା ।

ସୁରକ୍ଷାର ଦାୟିତ୍ୱ ମଧ୍ୟ ମହିଳାମାନଙ୍କ ହାତରେ ..

ତେବେ କହିରଖୁଛୁ କି ଷ୍ଟେସନରେ ଯାତ୍ରୀମାନଙ୍କର ଏବଂ ରେଳ ସମ୍ପତ୍ତିର ସୁରକ୍ଷା ଦାୟିତ୍ୱ ମଧ୍ୟ ମହିଳାମାନଙ୍କ ଉପରେ ହିଁ ଅଛି । ଏଠାରେ ରେଳବାଇ ପୋଲିସ୍ ଫୋର୍ସ (ଆରପିଏଫ୍) ଦ୍ୱାରା କେବଳ ମହିଳା କର୍ମଚାରୀ ହିଁ ନିୟୋଜିତ ହୋଇଛନ୍ତି ଏବଂ ଏହି ଆରପିଏଫ୍ ର ମହିଳା କର୍ମଚାରୀମାନେ ଦିନକୁ ୨୪ଘଣ୍ଟା ଷ୍ଟେସନରେ ସୁରକ୍ଷାକୁ ସୁନିଶ୍ଚିତ କରିଥାନ୍ତି ।

ଗୋଲାପୀ ରଙ୍ଗରେ ରଙ୍ଗ ହେଇଛି ଷ୍ଟେସନ

କାରଣ ଗୋଲାପୀ ରଙ୍ଗ ହେଉଛି ମହିଳାମାନଙ୍କର ପ୍ରିୟ ରଙ୍ଗ । ଏଭଳି ପରିସ୍ଥିତିରେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ମାଟୁଙ୍ଗା ରେଳ ଷ୍ଟେସନକୁ ଗୋଲାପୀ ରଙ୍ଗ କରାଯାଇଛି । ଏହା ବ୍ୟତୀତ କହିରଖୁଛୁ ଯେ ଲିଓ କ୍ଲବ୍ ଅଫ ଖାଲସା କଲେଜ ଏବଂ ଅନ୍ୟାନ୍ୟ ଅନୁଷ୍ଠାନର ସହଯୋଗରେ ଷ୍ଟେସନ୍ କାନ୍ଥ ସମେତ ସମଗ୍ର କ୍ୟାମ୍ପସରେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସୁନ୍ଦର ଚିତ୍ର ଆଙ୍କାଯାଇଛି ଏବଂ ମୁମ୍ବାଇର ଏହି କ୍ଷେତ୍ରଟି ‘ଏଜୁକେସନାଲ୍ ହବ୍’ ଭାବରେ ପରିଗଣିତ ହୋଇଛି ।

odia sambada
Comments (0)
Add Comment