କ୍ରିକେଟ ଖେଳିବେ ଅନୁଷ୍କା ଶର୍ମା, କରୁଛନ୍ତି ନେଟରେ ପ୍ରାକ୍ଟିସ, ଦେଖନ୍ତୁ ଭିଡିଓ

ଭାରତୀୟ ଦଳର ପୂର୍ଵ ଅଧିନାୟକ ବିରାଟ କୋହଲିଙ୍କର ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ସମୟରେ ନେଟରେ ପ୍ରାକ୍ଟିସ କରୁଛନ୍ତି। ସେ ଅର୍ଥାତ ଦ୍ରୁତ ବୋଲିଂକରିବା ପ୍ରାକ୍ଟିସ କରୁଛନ୍ତି। କେବଲ ସେତିକ ନୁହେ ପ୍ରାକ୍ଟିସ କରୁଥିବା ସମୟରେ ଫଟୋ ମଧ୍ୟ ସୋସିଆଲ ମେଡିଆରେ ଛାଡିବା ପାଇଁ ସେ ଭୁଲୁନାହାନ୍ତି। ଫଟୋରେ ଅନୁଷ୍କା ଶର୍ମା ହାତରେ ବଲ ଧରି ଅଭ୍ୟାସ କରୁଥିବାର ଦେଖିବାକୁ ମିଳୁଛି। ହେଲେ ସ୍ବାମୀ ବିରାଟ ଖେଳ ଛାଡି ବର୍ତ୍ତମାନ ଛୁଟିରେ ଅଛନ୍ତି। ବିସିସିଆଇ ତାଙ୍କୁ ୧୦ଦିନ ପାଇଁ ବିଶ୍ରାମ ଦେଇଛନ୍ତି।

ବାସ୍ତବ କଥା ହେଉଛିକି ଅନୁଷ୍କା ଶର୍ମା ନିଜର ଆଗାମୀ ଫିଲ୍ମ “ଚକଦା ଏକ୍ସପ୍ରେସ ” ପାଇଁ ଅଭ୍ୟାସ କରୁଛନ୍ତି। ଏହି ଫିଲ୍ମ ଭାରତୀୟ ଜଣାଶୁଣା ମହିଳା କ୍ରିକେଟ୍ରର ଝୁଲନ ଗୋସ୍ୱାମୀଙ୍କ ଉପରେ ଆଧାରିତ ଅଟେ। ଝୁଲଣ ତାଙ୍କର କ୍ୟାରିଅରରେ ବହୁତ କିଛି ସମ୍ମାନର ଅଧିକାର ହୋଇଛନ୍ତି ଓ ଦେଶ ପାଇଁ ମଧ୍ୟ ଗର୍ବ ଓ ଗୌରବ ଆଣି ଦେଇଛନ୍ତି।

ଭାରତୀୟ ମହିଳା କ୍ରିକେଟକୁ ସମ୍ମାନଜନକ ସ୍ଥାନରେ ପହଂଚାଇବା ରେ ତାଙ୍କର ଯୋଗଦାନ ଅତୁଳନୀୟ। “ଚକଦା ଏକ୍ସପ୍ରେସ ” ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ ହେବ। ସେଥିପାଇଁ ଅନୁଷ୍କା ପାଖାପାଖି ୧ ମାସ ଇଂଲଣ୍ଡରେ ରହି ସୁଟିଂ କରିବେ। କ୍ଲିନ ସ୍ଲଟ ପ୍ରଡକ୍ସନ ହାଉସ ତରଫରୁ ଏହି ଫିଲ୍ମକୁ ନିର୍ମାଣ କରୁଛି।

ଭାରତରେ ଏହା ପୂର୍ବରୁ ଖେଳାଳିଙ୍କ ଉପରେ ଅନେକ ଫିଲ୍ମ ମଧ୍ୟ ହୋଇସାରିଛି। ଯେପରିକି ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି, ବକ୍ସର ମେରିକମ, ଏଥଲେଟ ମୀଲଖା ସିଂ ଙ୍କ ଉପରେ ମଧ୍ୟ ଫିଲ୍ମ ତିଆରି ହୋଇଛି।

ନିକଟରେ ୧୯୮୩ ମସିହାର ବିଶ୍ୱ କପ ଜିତିଥିବା ଦଳ ଉପରେ ମଧ୍ୟ ଫିଲ୍ମ ନିର୍ମାଣ ହୋଇଛି। ଏହି ଫିଲରେ ରଣବୀର ସିଂ, ଦୀପିକା ପାଦୁକନଙ୍କ ସହିତ ବହୁତ ବଡ ବଡ ଷ୍ଟାର କାମ କରିଛନ୍ତି।

ଅନୁଷ୍କା ପୂର୍ବରୁ ମଧ୍ୟ ଏହି ଫିଲ୍ମ ସହ ଜଡିତ ଅନେକ ଫଟୋ ଓ ଭିଡ଼ିଓ ସେୟାର କରିଛନ୍ତି। ଝୁଲନ ଗୋସ୍ୱାମୀଙ୍କ ଉପରେ ଆଧାରିତ ଏହି ଫିଲ୍ମରେ ଅନେକଙ୍କର ଜୀବନୀ ଉପରେ କୁହାଯାଇଛି। ଝୁଲନ ଗୋସ୍ୱାମୀ ଦିନିକିଆ କ୍ରିକେଟରେ ସର୍ବାଧିକ ୨୪୦ଟି ୱେକେଟ ନେଇଛନ୍ତି। ଚଳିତ ବିଶ୍ୱକପରେ ସେ ୨୫୦ଟି ୱେକେଟରେ ପହଂଚି ପାରନ୍ତି।

odia sambada
Comments (0)
Add Comment