ରୁଷ-ୟୁକ୍ରେନ ଯୁଦ୍ଧ: ରୁଷର ଏହି ଚାଲ କୁ ବୁଝିପାରିଲା ନାହିଁ ବିଶ୍ୱ, ଏମିତି ଭାବରେ ଖୋଲିଗଲା ସବୁ ପୋଲ,ଜାଣନ୍ତୁ ପୁରା ଖବର

କେତେଦିନର ଆଶଙ୍କା ପରେ ରୁଷ ଗୁରୁବାର ଦିନ ସକାଳୁ ୟୁକ୍ରେନ ଉପରେ ଆକ୍ରମଣ କରି ଦେଇଛି। ରୁଷ ର ଏହି ପଦକ୍ଷେପ ଯୋଗୁଁ ସାରା ଦୁନିଆ ଚକିତ ହୋଇଗଲା। ଆମେରିକା ସମେତ ବିଶ୍ବର ଅନ୍ୟ ଦେଶ ରୁଷ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆଗକୁ ଆସିଛନ୍ତି। ଏବେ ଏହି ଆକ୍ରମଣ ପରେ ସିଧା ରୁଷ କୁ ଟାର୍ଗେଟ କରି ପ୍ରତିବନ୍ଧ ଲଗା ଯିବାକୁ ଯାଉଛି। ରୁଷ ବହୁତ ପୂର୍ବରୁ ଏଥିପାଇଁ ପ୍ରସ୍ତୁତ ଥିଲା। ଆମେରିକା ଓ ଅନ୍ୟ ଦେଶର ପ୍ରତିବନ୍ଧକ ଠାରୁ ବର୍ତ୍ତିବା ପାଇଁ ରୁଷ ବହୁତ ଆଗରୁ ପ୍ରସ୍ତୁତ ହେଉଥିଲା।

ପ୍ରତିବନ୍ଧକ ପ୍ରଭାବକୁ କମ କରିବା ପାଇଁ ପ୍ରସ୍ତୁତି:-

ଇନଷ୍ଟିଚ୍ୟୁଟ ଅଫ ଇଣ୍ଟରନାଶନାଲ ଫାଇନାନ୍ସର ଡେପୁଟି ଚିଫ ଅଫ ଇକୋନୋମିଷ୍ଟ ଏଲିନା ରିବାକୋବା ଏହି ସମ୍ବନ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ। ସେମାନେ ଯେଉଁ ସୂଚନା ଦେଇଛନ୍ତି ଏଥିରୁ ଜଣାପଡ଼ୁଛି ରୁଷ ବହୁତ ଆଗରୁ ୟୁକ୍ରେନ ଉପରେ ଆକ୍ରମଣର ପ୍ରସ୍ତୁତି କରୁଥିଲା। କ୍ରିମିଆ ଉପରେ ଆକ୍ରମଣ ପରେ ରୁଷ କୁ ଯେଉଁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା, ସେଥିରୁ ସେ ନିଜକୁ କେମିତି ବଞ୍ଚାଇବ ପ୍ରସ୍ତୁତି କରିସାରିଥିଲା। ଯେବେ ପୁତିନ ସରକାର ଆଶ୍ୱସ୍ତ ହେଲେ କି, ଲାଗୁଥିବା ବ୍ୟାନ ବହୁତ ମାମୁଲି ରହିବ ତେବେ ଯାଇ ସେ ୟୁକ୍ରେନ ଉପରେ ଆକ୍ରମଣ କରିଦେଲେ।

ଆମେରିକା ଓ ପଶ୍ଚିମ ଦେଶ ଗୁଡ଼ିକ ଲଗାଇଛନ୍ତି ଏହି ଆରୋପ:-

ମୁଖ୍ୟତଃ ରୁଷ ଉପରେ ବ୍ୟାଙ୍କିଙ୍ଗ ଓ ଫାଇନାନ୍ସିଆଲ ପ୍ରତିବନ୍ଧକ ଲଗାଇବାକୁ ଟାର୍ଗେଟ ରହିଛି। ଆମେରିକା କହିଛି ରୁଷ ଉପରେ ଆର୍ଥିକ ବ୍ୟାନ ଲଗାଯିବ। ଏହାସହ ଆମେରିକା ରୁଷ ର କିଛି ବଡ଼ ବ୍ୟାଙ୍କ ସହିତ ବିଜନେସ ନକରିବାକୁ କହିଦେଇଛି। ରୁଷ କୁ ଆମେରିକା ଓ ଗ୍ଲୋବାଲ ପେମେଣ୍ଟ ମେସେଜିଂ ଆକ୍ସେସରୁ ମଧ୍ୟ ଦୂରକୁ ପଠାଯାଇଛି। ଆଗକୁ ରୁଷ ର ସେଣ୍ଟ୍ରାଲ ବ୍ୟାଙ୍କ ଅଫ ରୁଷ ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଯୋଜନା କରାଯାଉଛି।

ରୁଷ ଏହି ଦେଶରେ କମାଇଲା ନିଜର ଏକ୍ସପୋଜର:-

ରୁଷ କୁ ପୂର୍ବରୁ ଅନ୍ଦାଜ ଥିଲା ଯଦି ୟୁକ୍ରେନ ଉପରେ ଆକ୍ରମଣ କରେ ତାହେଲେ ଏହି ହଙ୍ଗାମା ନିଶ୍ଚୟ ହେବ। ରୁଷ ସେଣ୍ଟ୍ରାଲ ବ୍ୟାଙ୍କ ବିଗତ କିଛିବର୍ଷରେ ଅନ୍ୟ ଦେଶରେ ନିଜର ସମ୍ପତ୍ତିକୁ କମ କଲେ। ମାର୍ଚ୍ଚ 2014 ରୁ ଜୁନ 2021 ପର୍ଯ୍ୟନ୍ତ ଉପଲବ୍ଧ ଅନୁମାନ ଅନୁସାରେ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ରୁଷ ଫ୍ରାନ୍ସ, ଆମେରିକା, ଜର୍ମାନୀ ଓ ବ୍ରିଟେନ ଭଳି ଦେଶ ମାନଙ୍କରେ ନିଜର ଏକ୍ସପୋଜର 50 ପ୍ରତିଶତରୁ ଅଧିକ କମ କରିଦେଇଛି। ଅନ୍ୟ ପଟରେ ଚୀନ ଓ ଜାପାନରେ ଏକ୍ସପୋଜର ବଢ଼ାଇଛି।

ପୁତିନ ଙ୍କୁ ସୁନା ଉପରେ ରହିଛି ଭରସା:-

ରୁଷ ସେଣ୍ଟ୍ରାଲ ବ୍ୟାଙ୍କ ଏହିପରି ବିଦେଶୀ ମୁଦ୍ରା ଭଣ୍ଡାରକୁ ବଢାଇବାରେ ଧ୍ୟାନ ଦେଇଛନ୍ତି। ଆଠ ବର୍ଷ ପୂର୍ବରୁ ଯେଉଁ ବିଦେଶୀ ମୁଦ୍ରା ଭଣ୍ଡାର ପାଖାପାଖି 350 ବିଲିୟନ ଡ଼ଲାର ଥିଲା ତାହା ଏବେ 630 ବିଲିୟନ ଡ଼ଲାରରେ ପହଞ୍ଚି ଯାଇଛି। ଏହା ରୁଷ ର ବିଦେଶୀ ମୁଦ୍ରା ଭଣ୍ଡାରର ଏବେ ପର୍ଯ୍ୟନ୍ତ ରେକର୍ଡ଼ ସ୍ତର ଅଟେ। ସେଣ୍ଟ୍ରାଲ ବ୍ୟାଙ୍କ ଆପାତ ସ୍ଥିତ ପାଇଁ ବିଗତ ଆଠ ବର୍ଷରେ ସୁନା ବହୁତ ଅଧିକ କିଣିଥିଲେ। ଅନ୍ୟ ଦେଶରେ ଏକ୍ସପୋଜର କମାଇ ଫିଜିକାଲ ଗୋଲଡ଼ କିଣାଗଲା ଓ ରୁଷରେ ଏହାର ଭଣ୍ଡାର ବନାଗଲା । ୟୁରୋ ଓ ଡ଼ଲାରରେ ଏକ୍ସପୋଜର କମାଇ 12 ରୁ 14 ପ୍ରତିଶତ କରି ଦିଆଗଲା। ଅନ୍ୟ ପଟରେ ଗୋଲଡ଼ ଏକ୍ସପୋଜର ପାଖାପାଖି 25 ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚାଗଲା, ଯାହାକି 10 ପ୍ରତିଶତରୁ କମ ଥିଲା। ଚୀନ କରେନ୍ସି ୟୁଆନରେ ଜିରୋ ଏକ୍ସପୋଜର ଏବେ 10 ପ୍ରତିଶତରୁ ଅଧିକ ହୋଇସାରିଛି।

ଗୋଲଡ଼ ପରେ ଚୀନ ଉପରେ ରହିଛି ପୁତିନଙ୍କ ଭରସା:-

ରୁଷ ଆମେରିକୀୟ ବଣ୍ଡ ରେ ଏକ୍ସପୋଜର ହଟାଇ ଜିରୋ କରି ଦେଇଛନ୍ତି। ତାଜା ଘଟଣାକ୍ରମକୁ ଦେଖି ଆମେରିକା ଓ ଏହାର ସହଯୋଗୀ ସହିତ ଏକ୍ସପୋଜର କମ କରିବା କିଛି ଦେଶ ଚୀନରେ ନିଜର ଏକ୍ସପୋଜର ବଢ଼ାଇବାକୁ ବଡ଼ କାହାଣୀ ବତାଇଛନ୍ତି। ଚୀନ ୟୁକ୍ରେନ ଉପରେ ରୁଷ ର ହେଉଥିବା ଆକ୍ରମଣକୁ ଆକ୍ରମଣ ମାନିବାରେ ମାନୁନାହିଁ। ଏବେ ପର୍ଯ୍ୟନ୍ତ ଚାଇନିଜ ଡିପ୍ଲୋମାସି ରୁଷ ର ଏହି ପଦକ୍ଷେପକୁ ସପୋର୍ଟ କରୁଛନ୍ତି। ଯଦି ଚୀନ ଏହିପରି ରୁଷ କୁ ସାହାର୍ଯ୍ୟ କରେ ତାହେଲେ ରୁଷ ଉପରେ ପ୍ରତିବନ୍ଧକ ପ୍ରଭାବ କମ ରହିବ।

odia sambada
Comments (0)
Add Comment