ମିଜାଇଲ ମାଡ଼ ପରେ ପରେ ୟୁକ୍ରେନ ଉପରେ ସାଇବର ଆଟାକ କଲା ରୁଷ ! ହଜାର ହଜାର କମ୍ପ୍ୟୁଟର ନଷ୍ଟ

ରୁଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କର ସାମରିକ ଆକ୍ରମଣର ନିର୍ଦ୍ଦେଶ ପରେ ରୁଷ ସାମାରିକ ଆକ୍ରମଣ ୟୁକ୍ରେନ ଉପରେ ଜାରି ରଖିଛି। ରୁଷର ଆକ୍ରମଣ ଯୋଗୁଁ ୟୁକ୍ରେନର ଅଧିକାଂଶ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରୁଷ ଏକରକମ ୟୁକ୍ରେନକୁ ଘେରି ରହିଛି। ଆକ୍ରମଣ ଓ ପ୍ରତି ଆକ୍ରମଣ ଜାରି ରହିଥବା ସମୟରେ ୟୁକ୍ରେନ ଉପରେ ବର୍ତ୍ତମାନ ରୁଷ ସାଇବର ଆଟାକ ଜାରି ରଖିଛି। ପ୍ରଥମେ ମସାଇଲ ଓ ଗୁଳିମାଡ଼ କରୁଥିବା ରୁଷ ବର୍ତ୍ତମାନ ୟୁକ୍ରେନର କମ୍ପ୍ୟୁଟରଗୁଡ଼ିକୁ ଟାର୍ଗେଟ କରିଛି। ମସ୍କୋର ସାଇବର ଆଟାକ ଯୋଗୁଁ ୟୁକ୍ରେନର ବ୍ୟାଙ୍କ ଓ ପ୍ରତିରକ୍ଷା ମନ୍ତ୍ରାଳୟର ହଜାର ହଜାର କମ୍ପ୍ୟୁଟରକୁ ଅଚଳ କରିଦେଇଛି।

ଭୟଙ୍କର ସଫ୍ଟୱେର ଜରିଆରେ ଆକ୍ରମଣ କରାଯାଇଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ, ରୁଷ ତରଫରୁ ୟୁକ୍ରେନର ହଜାର ହଜାର କମ୍ପ୍ୟୁଟର ଉପରେ ହମଲା କରାଯାଇଛି। ଟ୍ୱିଟରରେ ପୋଷ୍ଟ ହୋଇଥିବା ବୟାନରେ କମ୍ପାନୀ କହିଛିଯେ ତଥ୍ୟ ଡିଲିଟ କରିବାର କ୍ଷମତା ରଖିଥିବା ସଫ୍ଟୱେରକୁ ୟୁକ୍ରେନର ହଜାର ହଜାର କମ୍ପ୍ୟୁଟରରେ ଇନଷ୍ଟଲ କରିଛି।

ଫଳରେ ରୁଷ ସାଇବର ଆକ୍ରମଣ କରି ୟୁକ୍ରେନର ସବୁ ଗୁପ୍ତ ତଥ୍ୟକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଛି। ଏପରି ଆକ୍ରମଣ କରିବା ପାଇଁ ରୁଷ ବହୁତ ପୂର୍ବରୁ ଯୋଜନା କରିଥିଲା। ଏହି ସଫ୍ଟୱେର ବହୁତ ସ୍ଥାନରେ ବିସ୍ତାର ଭାବରେ ଇନଷ୍ଟଲ କରାଯାଇଛି ବୋଲି ସାଇବର ଏକ୍ସପର୍ଟ ବିକ୍ରମ ଠାକୁର କହିଛନ୍ତି।

ୟୁକ୍ରେନ ଓ ଲାଟିଭିଆର ବିଭିନ୍ନ କମ୍ପ୍ୟୁଟରରେ ଏହାକୁ ଦେଖିବା ପାଇଁ ମିଳିଛି। ବାସ୍ତବରେ ଏହା ପଛରେ କାହାର ହାତ ରହିଛି, ସେକଥା କୁହାଯାଇ ପାରିନାହିଁ। କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ରୁଷ ହିଁ ଏପରି କାଣ୍ଡ ଘଟାଇଥାଇ ପାରେ ବୋଲି ଆଶଙ୍କା କରିଛନ୍ତି।

ପୂର୍ବରୁ ମଧ୍ୟ ଅନେକ ଥର ବିଭିନ୍ନ ଦେଶ ଉପରେ ରୁଷ ସାଇବର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ମସ୍କୋ ବାରମ୍ବାର ଖଣ୍ଡନ କରିଛି। ୟୁକ୍ରେନର କମ୍ପ୍ୟୁଟର ଗୁଡ଼ିକରେ ଇନଷ୍ଟଲ ହୋଇଥିବା ସଫ୍ଟୱେର ବିଷୟରେ ସାଇବର ବିଶେଷଜ୍ଞମାନେ ଯାଞ୍ଚ କରୁଛନ୍ତି।

odia sambada
Comments (0)
Add Comment