ପୁଣି ଏକ ଅମାନବିକ କାର୍ଯ୍ୟ : ନାବାଳିକାକୁ ବଳାତ୍କାର,ଆଉ ତା’ପରେ ପ୍ରାଇଭେଟ-ପାର୍ଟରେ…..ଜାଣନ୍ତୁ ପୁରା ଘଟଣା

ନାବାଳିକାକୁ ବଳାତ୍କାର ଆଉ ନିଷ୍ଠୁରତା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିକୁ ପଞ୍ଜାବର ଏକ ଅଦାଲତ ମୁତ୍ୟୁ ଦଣ୍ଡ ଦେଇଛି । କୋର୍ଟ ପୋସ୍କୋ ଅଧିନିୟମ ଅନୁଯାୟୀ ବ୍ୟକ୍ତିକୁ ଦୋଷୀ ଘୋଷଣା କରି ମୁତ୍ୟୁ ଦଣ୍ଡ ଦେଇଛନ୍ତି ।

ପଞ୍ଜାବର କପୁରଥଲାରେ ପ୍ରାୟ ୧୧ମାସ ପୂର୍ବେ ୭ବର୍ଷର ଝିଅ ଉପରେ ହୋଇଥିବା ନିଷ୍ଠୁରତା ପାଇଁ ୨୭ବର୍ଷ ବୟସ୍କ ମୁକେଶ କୁମାରଙ୍କୁ ସେସନ୍ କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି । ପୀଡିତାଙ୍କ ପରିବାରକୁ ୮ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ମଧ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଝିଅକୁ ବଳାତ୍କାର କରିବା ପରେ ମୁକେଶ ତାଙ୍କ ପ୍ରାଇଭେଟ-ପାର୍ଟରେ ବାଡି ଭର୍ତ୍ତି କରିଦେଇ ଥିଲେ। କୋର୍ଟ ଏହାକୁ ଏକ ଜଘନ୍ୟ ଅପରାଧ ଏବଂ ବିରଳ ଅପରାଧ ବୋଲି ବିଚାର କରି ମୃତ୍ୟୁଦଣ୍ଡ ଦେଇଛନ୍ତି।

୧୧ ମାସ ପୂର୍ବରୁ ଘଟିଥିଲା ଏହି ଘଟଣା

ମାର୍ଚ୍ଚ ୧୫,୨୦୨୧ରେ ରେଳ କୋଚ କାରଖାନା ନିକଟରେ ନିର୍ମିତ ଏକ କୁଡ଼ିଆକୁ ୭ବର୍ଷର ବାଳିକାକୁ ଦୋଷୀ ମୁକେଶ କୁମାର ବିସ୍କୁଟ ଖାଇବାକୁ ଦେବାର ବାହାନା କରି ନିକଟସ୍ଥ ଖାଲି ପଡିଥିବା ଗୋଟେ ବସ୍ତିକୁ ନେଇ ଯାଇଥିଲା । ସେଠାରେ ସେ ଝିଅକୁ ବଳାତ୍କାର କରିଥିଲା । ତାର ନିଷ୍ଠୁରତା ଏହିଠାରେ ଶେଷ ହୋଇନଥିଲା । ସୈତାନ ବଳାତ୍କାର ପରେ ଛୋଟ ଝିଅର ପ୍ରାଇଭେଟ-ପାର୍ଟରେ ଏକ ବାଡି ଭର୍ତ୍ତି କରିଥିଲା ​​। ମୁକେଶ କୁମାର ଝିଅଟିର ପଡୋଶୀ ରେ ରହୁଥିଲା ।

ଅତିକ୍ରମ କଲା ମାନବିକତାର ଶେଷ ସୀମା

ତାପରେ ପୀଡିତାଙ୍କ ପିତାଙ୍କ ବୟାନରେ ଅଭିଯୁକ୍ତ ମୁକେଶ କୁମାରଙ୍କୁ ଧାରା ୩୭୬ଏ-ବି, ୩୦୭, ୪, ୬ ପୋସ୍କୋ ଅଧିନିୟମ ଅନୁଯାୟୀ ମାମଲା ଦର୍ଜ କରି ଗିରଫ କରାଯାଇଥିଲା । ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଅନୀଲ ବୋପ୍ରାୟ କହିଛନ୍ତି ଯେ ମୁକେଶ କୁମାର ବଳାତ୍କାର କରିବା ପରେ ନିଷ୍ଠୁରତାର ସୀମା ଅତିକ୍ରମ କରି ଝିଅଟିର ପ୍ରାଇଭେଟ-ପାର୍ଟରେ ବାଡି ଭର୍ତ୍ତି କରିଦେଇଥିଲା ।

ବାଡ଼ି ଭର୍ତ୍ତି କରିଥିବାରୁ ଝିଅଟିର ନାରୀତ୍ବ ନଷ୍ଟ ହୋଇଗଲା

ଦୁଷ୍କର୍ମ ଏବଂ କ୍ରୁରତା ପରେ ଝିଅଟି ଦୀର୍ଘ ସମୟ ଧରି ଜୀବନ ଏବଂ ମୃତ୍ୟୁ ସହିତ ଯୁଦ୍ଧ କରିଥିଲା । ଶେଷରେ ଡାକ୍ତରମାନେ ତାର ଅପରେସନ୍ କରି କୌଣସି ପ୍ରକାରରେ ତାଙ୍କ ଜୀବନ ରକ୍ଷା କଲେ । କିନ୍ତୁ ଏହି ଜଘନ୍ୟ ଘଟଣା ପରେ ଝିଅଟିର ଜୀବନ ସିନା ବଞ୍ଚିଗଲା କିନ୍ତୁ ତା’ର ନାରୀତ୍ୱ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଗଲା । ଏହି ଘଟଣାର ଶୁଣାଣି ଏଡିସନାଲ ସେସନ ଜଜଙ୍କ କୋର୍ଟରେ ଚାଲିଥିଲା।

ସମସ୍ତ ପ୍ରମାଣ ଆଉ ସାକ୍ଷୀମାନଙ୍କ ବୟାନ ଏବଂ ଓକିଲଙ୍କ ଦଲିଲ ପରେ ମୁକେଶ କୁମାରଙ୍କ ଅପରାଧ ଅତ୍ୟନ୍ତ ଗୁରୁତର ବୋଲି କୋର୍ଟ କହିଛନ୍ତି । ମୁକେଶ କୁମାରଙ୍କୁ କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି । ଅନ୍ୟପକ୍ଷରେ ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୮ ଲକ୍ଷ ଟଙ୍କା ମଧ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

odia sambada
Comments (0)
Add Comment