ଚକୋଲେଟ୍ ଭାବି ୫ବର୍ଷର ଶିଶୁ ଖାଇଦେଲା ୪ଟି ଯୌନବର୍ଦ୍ଧକ ଟାବଲେଟ୍,ଆଉ ତା’ପରେ ଶରୀରରେ ହେବାକୁ ଲାଗିଲା ଏମିତି ହରକତ୍,ଜାଣନ୍ତୁ ପୁରା ଘଟଣା

ବିହାରର ଖାଗଡ଼ିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ପାଞ୍ଚ ବର୍ଷର ବାଳକ ଘରେ ଥିବା ୪ଟି
ଯୌନବର୍ଦ୍ଧକ ଟାବଲେଟ୍ ଖାଇଦେଲା, ଯାହା ପରେ ତା ସ୍ୱାସ୍ଥ୍ୟ ଅବସ୍ଥା ଏତେ ଖରାପ ହୋଇଗଲା ଯେ ତାକୁ ଡାକ୍ତରଖାନା ନେବାକୁ ପଡିଲା ।

ଯଦି କୌଣସି ବୟସ୍କ ବ୍ୟକ୍ତି ମ୍ୟାନଫୋର୍ସର ଯୌନଶକ୍ତି ବୃଦ୍ଧି କରିବାର ମେଡ଼ିସିନ ଏକାଠି ୪ଟା ଖାଇନିଅନ୍ତି,ତେବେ ମଧ୍ୟ ଏହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ । ଟିକେ ଭାବନ୍ତୁ କି ଯଦି ଏହି ୪ଟି ଟାବଲେଟ୍ କୌଣସି ଶିଶୁ ଖାଇଦିଏ ତେବେ ତାର କଣ ହେବ ? ବାସ୍ତବରେ, ଗୁରୁବାର ଦିନ ଏମିତି ହି ପରିସ୍ଥିତି ଖାଗଡ଼ିଆର ସଦର ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଡ୍ୟୁଟି କରୁଥିବା ଡାକ୍ତରମାନଙ୍କୁ ସାମ୍ନା କରିବାକୁ ପଡିଥିଲା ।

ଗୁରୁବାର ଦିନ ଏକ ୫ ବର୍ଷର ଶିଶୁ ଘରେ ରଖାଯାଇଥିବା ମ୍ୟାନଫୋର୍ସ ଟାବଲେଟ୍ କୁ ଚକୋଲେଟ୍ ଭାବି ଖାଇଦେଲା । ଯେତେବେଳେ ଔଷଧ ଟି ତାର ରଙ୍ଗ ଦେଖାଇବା ଆରମ୍ଭ କଲା, ସେତେବେଳେ ପିଲା ସହିତ ତା ପିତାମାତା ମଧ୍ୟ ଚିନ୍ତିତ ହୋଇଗଲେ ଆଉ ତାକୁ ନେଇ ସଦର ଡାକ୍ତରଖାନାକୁ ଦୌଡ଼ି ଚାଲିଗଲେ ।

ଏହି ମାମଲା ବିହାରର ଖାଗଡ଼ିଆରୁ ଆସିଛି । ହଇରାଣ ଚିନ୍ତିତ ମା ବାପା ଯେତେବେଳେ ସଦର ଡାକ୍ତରଖାନାର ଜରୁରୀକାଳୀନ ରେ କାର୍ଯ୍ୟରତ ଡାକ୍ତର ବରକତ୍ ଅଲ୍ଲୀଙ୍କ ନିକଟରେ ପହଞ୍ଚିଲେ ଆଉ କହିଲେ କି ପିଲାଟି ଘରେ ରଖାଯାଇଥିବା ମ୍ୟାନଫୋର୍ସ ଟାବଲେଟ୍ କୁ ଚକୋଲେଟ୍ ଭାବିନେଲା ଆଉ ତାର ୪ଟି ଟାବଲେଟ୍ ଖାଇଦେଲା । ତାପରଠୁ ତାର ଅଙ୍ଗ ବିଶେଷରେ ବହୁତ କଠିନତା ଅଛି । ତା ଶରୀରରୁ ଝାଳ ବହୁଛି ଆଉ ଏହା ଅତ୍ୟନ୍ତ ଚିନ୍ତାର ବିଷୟ । ଯେମିତି କେଉଁଠି କିଛି ଅଘଟଣ ନହେଇଯାଉ ସେଥିପାଇଁ ଡାକ୍ତର ସାହେବ କିଛି କରନ୍ତୁ ।

ଚିକିତ୍ସା କରୁଥିବା ଡାକ୍ତର ହୋଇଗଲେ ଚିନ୍ତିତ

ଘଟଣାଟି ଶୁଣି ଡାକ୍ତର ବରକତ୍ ଅଲ୍ଲୀ ଚିନ୍ତାରେ ପଡିଗଲେ । ଏହି ପ୍ରକାରର ପ୍ରଥମ କେସ୍ ତାଙ୍କ ସାମ୍ନାକୁ ଆସିଥିଲା । ଏହି କେସ୍ କୁ କେମିତି ହ୍ୟାଣ୍ଡଲ୍ କରିବେ ସେ କିଛି ବୁଝିପାରୁନଥିଲେ । ତାପରେ ସେ ତାଙ୍କର ଜଣେ ଡାକ୍ତର ସାଙ୍ଗକୁ ଫୋନ କଲେ ଯିଏ କି ଏମ୍ସ ରେ ଶିଶୁ ବିଶେଷଜ୍ଞ ଅଛନ୍ତି ଆଉ ସବୁ କଥା ତାଙ୍କୁ କହିଲେ । ଏମ୍ସର ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହେଇଗଲେ । ସେ କହିଲେ କି ଏବେ ଯାଏଁ ଏହି ପ୍ରକାରର କେସ୍ ର କିଛି ରିସର୍ଚ୍ଚ କିମ୍ବା ଡିଟେଲ କୌଣସି ବହିରେ ଦେଖିନାହିଁ । କିନ୍ତୁ ଏମ୍ସର ଶିଶୁ ବିଶେଷଜ୍ଞ ସଦର ହସ୍ପିଟାଲର ଡାକ୍ତର କୁ ଉପଦେଶ ଦେଲେ କି କୌଣସି ପ୍ରକାରରେ ବାନ୍ତି କରେଇଦିଅ ହେଇପାରେ କି ତାକୁ ଆରାମ ମିଳିଯିବ ।

ଲୁଣ ଖାଇବାକୁ ଦେଇ ବାନ୍ତି କରେଇଲେ

ଏମ୍ସ ଡାକ୍ତରଙ୍କ ପରାମର୍ଶ ପରେ ପିଲାଟିକୁ ଲୁଣ ଦ୍ରବଣ ପିଏଇବା ପରେ ଶୀଘ୍ର ବାନ୍ତି କରେଇଦିଆ ଗଲା । ପ୍ରାୟ ଏକ ଘଣ୍ଟା ପରେ ଶିଶୁଟି ନର୍ମାଲ ହେବାକୁ ଲାଗିଲା । ବର୍ତ୍ତମାନ ଡାକ୍ତର ଶିଶୁର ଆକ୍ଟିଭିଟି ଉପରେ ନଜର ରଖିଛନ୍ତି।

ଏହିପରି ଅସାବଧାନତା ବିପଜ୍ଜନକ ଅଟେ

ଖାଗଡ଼ିଆର ଶିଶୁରୋଗ ବିଶେଷଜ୍ଞ ଦୀପକ କହିଛନ୍ତି ଯେ ମ୍ୟାନଫୋର୍ସ ଟାବଲେଟ୍ ବୟସ୍କ ବ୍ୟକ୍ତିଙ୍କ ପାଇଁ ଅଟେ। ଯଦି ୫ବର୍ଷର ଶିଶୁ ମ୍ୟାନଫୋର୍ସ ବଟିକା ଖାଏ,ତାହା ବି ୪ଟି ତା’ହେଲେ ତାର ଅସ୍ଥିରତା ର ନିଶ୍ଚିନ୍ତ ବୃଦ୍ଧି ପାଇବ । ରକ୍ତଚାପ ବୃଦ୍ଧି ପାଇବ । ହୃଦସ୍ପନ୍ଦନ ମଧ୍ୟ ବୃଦ୍ଧି ପାଇବ ଏବଂ ହୃଦୟରେ ଅସୁବିଧା ହୋଇପାରେ । ଯଦି ଚିକିତ୍ସାରେ ବିଳମ୍ବ ହୁଏ, ତା’ହେଲେ ତାର ମୃତ୍ୟୁ ମଧ୍ୟ ହେବାର ସମ୍ଭାବନା ଅଛି । ଯେଉଁ ଲୋକ ବି ଏପରି ଔଷଧର ସେବନ କରନ୍ତି,ତେବେ ସେମାନେ ଏହାକୁ ପିଲାଙ୍କ ପାଖରୁ ଦୂରରେ ରଖିବା ଉଚିତ୍ ।

odia sambada
Comments (0)
Add Comment