ଭାରତର ଏହି ଦୁଇଟି ସହରରେ ମିଳିବ ନାହିଁ ଆଉ ମଦ ଓ ମାଂସ, ପବିତ୍ର ସ୍ଥାନ ଭାବରେ ଘୋଷଣା

ଜୈନ ଧର୍ମରେ ମଦ ଓ ମାଂସର ଶକ୍ତ ନିଷେଧ ରହିଛି। ଏମିତିରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଜୈନ ତୀର୍ଥ ସ୍ଥଳ କୁଣ୍ଡଳପୁର ସହିତ ଦୁଇଟି ସହରକୁ ପବିତ୍ର ସ୍ଥଳ ଘୋଷଣା କରିଛନ୍ତି। ଜଣାଇଦେଉଛୁ କି, ସିଏମ ଶିବରାଜ ଏହି ଦୁଇଟି ସହରକୁ ପବିତ୍ର ଘୋଷଣା କରି କହିଛନ୍ତି କି, ଏଠାରେ ମାଂସ ଓ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯିବ।

ସୂଚନା ଅନୁସାରେ ସୋମବାର ଦିନ ଶିବରାଜ ସିଂହ ଚୌହାନ ପ୍ରଦେଶର ରାଜଧାନୀ ଭୋପାଳରୁ ମୋଟ 285 କିଲୋମିଟର ଦୂର ଦମୋହ ଜିଲ୍ଲାର କୁଣ୍ଡଳପୁରରେ ଥିବା ଜୈନ ସମ୍ପ୍ରଦାୟର ପଞ୍ଚକଲ୍ୟାଣକ ମହୋତ୍ସବରେ ସାମିଲ ହେଲେ। ଯେଉଁଠାରେ ସେ ଏହିକଥାର ଘୋଷଣା ମଧ୍ୟ କରିଥିଲେ।

ଜଣାଇଦେଉଛୁ କି, ଦମୋହ ଜିଲ୍ଲାର କୁଣ୍ଡଳପୁରରେ ପହଞ୍ଚି ସେ କହିଥିଲେ କି, ଜୈନ ସାଧୁ ବିଦ୍ୟାସାଗର ଜିଙ୍କ ପ୍ରେରଣାରେ ମୁଁ କୁଣ୍ଡଳପୁର ଓ ବାନ୍ଦକପୁର ଦୁଇଟି କ୍ଷେତ୍ରକୁ ପବିତ୍ର ଘୋଷିତ କରୁଛି। ଏବେଠାରୁ ଏଠାରେ ମଦ ଓ ମାଂସ ଭଳି ଜିନିଷ ଉପରେ ପ୍ରତିବନ୍ଧକ ଲାଗିବ। ଜଣାଇଦେଉଛୁ କି, ଏହି ବାନ୍ଦକପୁର ଭଗବାନ ଶିବ ମନ୍ଦିର ପାଇଁ ପ୍ରସିଦ୍ଧ। ଦମୋହ ପହଞ୍ଚି ଶିବରାଜ ସିଂହ ସାଧୁ ବିଦ୍ୟାସାଗରଙ୍କ ଇଛା ଅନୁସାରେ ସରକାର ଏକବର୍ଷ ମଧ୍ୟରେ ଏଠାରେ ଚିକିତ୍ସା ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ହିନ୍ଦୀରେ ଆରମ୍ଭ କରିବେ।

ନାଗରିକଙ୍କୁ ଗୋ ରକ୍ଷା ଦିଗରେ ପ୍ରେରିତ କରି ସେ ଗଛ ଲଗାଇବାକୁ ମଧ୍ୟ ଅପିଲ କରିଛନ୍ତି। ମାସର ପ୍ରାରମ୍ଭରେ ପ୍ରଦେଶର ଚିକିତ୍ସା ଓ ଶିକ୍ଷାମନ୍ତ୍ରୀ ବିଶ୍ବାସ ସାରଙ୍ଗ କହିଥିଲେ କି, ପ୍ରଦେଶ ସରକାର ଆଗାମୀ ଶିକ୍ଷଣୀୟ ସତ୍ରରେ ଭୋପାଳର ଗାନ୍ଧୀ ମେଡ଼ିକାଲ କଲେଜରେ ଏମବିବିଏସ ପାଠ୍ୟକ୍ରମ ହିନ୍ଦୀରେ ଆରମ୍ଭ କରିବେ ଓ ଏହିକଥାକୁ ସିଏମ ଶିବରାଜ ମଧ୍ୟ ଆଉଥରେ କହିଛନ୍ତି।

odia sambada
Comments (0)
Add Comment