ୟୁକ୍ରେନ୍‌ ସୀମାରେ ନୋ-ଫ୍ଲାଏ ଜୋନ୍‌ ଘୋଷଣା କଲା ୟୁକ୍ରେନ, ଅଧାରୁ ଫେରିଲା ଭାରତୀୟ ବିମାନ

ୟୁକ୍ରେନ ନିଜ ସୀମାରେ ନୋ-ଫ୍ଲାଏ ଜୋନ ଘୋଷଣା କରିଛି। ସମସ୍ତ ବେସାମରିକ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲାଗିଲା। ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଯାତ୍ରୀମାନଙ୍କୁ ନନେଇ ଭାରତୀୟ ବିମାନ ଅଧାରୁ ଫେରିଛି। ଆଜି ସକାଳେ ୧୮୨ଜଣ ଭାରତୀୟ ନାଗରିକ ୟୁକ୍ରେନରୁ ଫେରିଥିଲେ। ସକାଳ ୭ଟା ୪୫ ମିନିଟରେ ସେମାନେ ଆସି ଦିଲ୍ଲୀରେ ପହଞ୍ଚିଥିଲେ। ୟୁକ୍ରେନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଏକ ସ୍ୱତନ୍ତ୍ର ବିମାନ ଯୋଗେ ୧୮୨ଜଣ ଭାରତୀୟ ନାଗରିକ ଆଜି ଭାରତକୁ ଫେରିଛନ୍ତି।

ଋଷିଆର ଆକ୍ରମଣ ପରେ ସମସ୍ତ ପରିସ୍ଥିତିର ସାମ୍ନା କରିବାକୁ ୟୁକ୍ରେନ ପ୍ରସ୍ତୁତ ଥିବା କହିଛି। ଆମେ ନିଜେ ଏହାର ରକ୍ଷା କରିପାରିବୁ। ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଯୁଦ୍ଧରେ ବିଜୟୀ ହେବୁ ବୋଲି କହିଛନ୍ତି। ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନବାସୀଙ୍କୁ ଘରେ ରହିବାକୁ କହିଛନ୍ତି। ମିସାଇଲ ଆକ୍ରମଣରୁ ବର୍ତ୍ତିବା ପାଇଁ ନିକଟସ୍ଥ ଆଶ୍ରୟ ସ୍ଥଳୀରେ ଆଶ୍ରୟ ନେବା ପାଇଁ କୁହାଯାଇଛି। ଏୟାରପୋର୍ଟକୁ ମଧ୍ୟ ଖାଲି କରିଦିଆଯାଇଛି।

ସେପଟେ ୟୁକ୍ରେନ ଉପରକୁ ୩ ପଟରୁ ଋଷ ଆକ୍ରମଣ କରୁଛି। କିଭ ଓ ଖାରକିଭ ସ୍ଥିତ ମିଲିଟାରୀ ବେସ ଉପରେ ଋଷିଆ ମିସାଇଲ ଆଟାକ୍‌ କରିଛି। ୟୁକ୍ରେନର ବହୁ ସହରରେ ବିସ୍ଫୋରଣ ମଧ୍ୟ ଶୁଣିବା ପାଇଁ ମିଳିଛି। ୟୁକ୍ରେନ ଉପରେ ସେନା କାର୍ଯ୍ୟାନୁଷ୍ଠାନ ପାଇଁ ଋଷିଆର ରାଷ୍ଟ୍ରପତି ପୁଟିନଙ୍କ ଘୋଷଣା ପରେ ଋଷିଆ ଲଗାତର ଆକ୍ରମଣ କରୁଛି। ୟୁକ୍ରେନ ସେନାକୁ ଆତ୍ମସର୍ମପଣ କରିବା ପାଇଁ ପୁଟିନ ଆହ୍ଵାନ ଦେଇଛନ୍ତି।

ୟୁକ୍ରେନକୁ କବଜା କରିବାରେ କୌଣସି ଉଦ୍ଦେଶ୍ୟ ନାହିଁ। ୟୁକ୍ରେନ ନ ମାନିଲେ ଯୁଦ୍ଧ ହେବ। ଘଟଣାରେ କେହି ହସ୍ତକ୍ଷେପ କରିଲେ ଭୟାନକ ପରିଣାମ ଭୋଗିବ ବୋଲି ପୁଟିନ ଚେତବାନୀ ଦେଇଛନ୍ତି। ଆମ ଦେଶ ଓ ଲୋକମାନଙ୍କୁ ଧମକ ଦେଲେ ପରିଣାମ ମଧ୍ୟ ଭୟାବହ ହେବ। ‘ଋୁଷ ତୁରନ୍ତ ଜବାବ ଦେବା ପାଇଁ ଆଦୌ ପଛଘୁଞ୍ଚା ଦେବନାହିଁ। ଏପରି ଭୋଗିବ ଯାହା ପୂର୍ବରୁ କେହି କେବେ ବି ଇତିହାସରେ ଭୋଗିନଥିବେ ବୋଲି ପୁଟିନ ନିଜ ମନ୍ତବ୍ୟରେ କହିଛନ୍ତି।

odia sambada
Comments (0)
Add Comment