ଏ ହେଉଛି ୟୁକ୍ରେନବାସୀଙ୍କ ସୁରକ୍ଷାକବଚ,ଋଷର ଆକ୍ରମଣରୁ ବର୍ତ୍ତିବା ପାଇଁ ଏହି ସ୍ଥାନରେ ଆଶ୍ରୟ ନେଇଛନ୍ତି ଦେଶର ଅନେକ ନାଗରିକ ।

ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ବର୍ତ୍ତମାନ ଉଭୟ ଦେଶର ଲୋକମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ଦେଖିବାକୁ ମିଳୁଛି। ଖାସ ଭାବରେ ଋଷର ଘନ ଘନ ଆକ୍ରମଣରେ ୟୁକ୍ରେନ ଥରହର ହେଉଛି। ଆଉ ଏସବୁ ମଧ୍ୟରେ ନିଜର ଦେଶବାସୀମାନଙ୍କୁ ସୁରକ୍ଷା ଦେବା ପାଇଁ ୟୁକ୍ରେନ ସରକାରଙ୍କ ପାଇଁ ପ୍ରାଥମିକତା ପାଲଟିଛି। ଋଷର ଘନ ଘନ ଆକ୍ରମଣ ସତ୍ତ୍ବେ ମଧ୍ୟ ୟୁକ୍ରେନ ବାସିନ୍ଦା ବର୍ତ୍ତମାନ ସୁରକ୍ଷିତ ଅଛନ୍ତି। ଆଉ ୟୁକ୍ରେନବାସିନ୍ଦାଙ୍କ ଏହି ସୁରକ୍ଷାକବଚ ରାଜଧାନୀ କିବରେ ରହିଛି। ୟୁକ୍ରେନର ରାଷ୍ଟ୍ରପତି ରାଜଧାନୀ କିବରେ ଥିବା ଆଶ୍ରୟସ୍ଥଳକୁ ଯିବା ପାଇଁ ଅନୁରୋଧ କରିଛନ୍ତ।

ରାଜଧାନୀ ‘କିବ’ର ମେୟର ଥିବା ବିତାଲି କିଲତସ୍କୋ ସମସ୍ତ ଲୋକମାନଙ୍କୁ ମେଟ୍ରୋ ଷ୍ଟେସନ ଓ ସବୱେରେ ନିର୍ମାଣ ହୋଇଥିବା ଆଶ୍ରୟସ୍ଥଳକୁ ଯିବା ପାଇଁ ଅପିଲ କରିଛନ୍ତି। କିବରେ ପ୍ରାୟ ସାଢେ ୪ ହଜାରରୁ ଅଧିକ ଆଶ୍ରୟସ୍ଥଳୀ ଅଛି।ଆଉ ଏହି ଆଶ୍ରୟସ୍ଥଳୀ ହିଁ ୟୁକ୍ରେନବାସୀଙ୍କର ବର୍ତ୍ତମାନ ସମୟର ସୁରକ୍ଷାକବଚ ଅଟେ। କାରଣ ଆକାଶମାର୍ଗରୁ ହେଉଥିବା ଆକ୍ରମଣରେ ଏହି ଆଶ୍ରୟସ୍ଥଳୀର କୌଣସି କ୍ଷତି ହେବ ନାହିଁ। ଋଷର ଆକ୍ରମଣରୁ ରକ୍ଷା ପାଇବା ପାଇଁ ୟୁକ୍ରେନ ଦୀର୍ଘ ବର୍ଷ ହେବ ଏଭଳି ଏକ ଆଶ୍ରୟସ୍ଥଳୀ ନିର୍ମାଣ କରି ଆସୁଥିଲା। ଆଉ ବର୍ତ୍ତମାନ ଏହି ଆଶ୍ରୟସ୍ଥଳୀ ୟୁକ୍ରେନବାସୀଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ପାଲଟିଛି। ଏହା ସହିତ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେବାକୁ ସରକାରଙ୍କ ତରଫରୁ କୁହାଯାଇଛି। ୟୁକ୍ରେନରେ ପୂର୍ବ ୟୁରୋପର ସବୁଠାରୁ ବଡ ଓ ପୁରୁଣା ଅଣ୍ଡରଗ୍ରାଉଣ୍ଡ ନେଟୱର୍କ ରହିଛି।

ୟୁକ୍ରେନର ବିବାଦ ଋଷ ସହ ବହୁତ ପୁରୁଣା ଅଟେ। ଯେତେବେଳେ ଋଷ ପ୍ରତି ଆକ୍ରମଣର ଆଶଙ୍କା ବଢିଥିଲା ସେତେବେଳେ ଦେଶର ନାଗରିକଙ୍କୁ ଏଥିରୁ ବର୍ତ୍ତିବା ପାଇଁ ସ୍କୁଲର ଛାତ୍ରଙ୍କୁ ଟ୍ରେନିଂ ଦିଆଯାଇଛି।

odia sambada
Comments (0)
Add Comment