ସାହସୀ ଝିଅ ପୂଜା ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିକି ୫ ଜଣ ଲୋକଙ୍କୁ ଜୀବନ୍ତ ଉଦ୍ଧାର କରିଥିଲେ,କିନ୍ତୁ ଶେଷରେ ହାରିଗଲେ ଜୀବନ ଯୁଦ୍ଧରେ,ଜାଣନ୍ତୁ ପୁରା ଘଟଣା

ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରେ ହୋଇଥିବା ଏକ ଦୁଃଖଦ ଦୁର୍ଘଟଣାରେ ନିଜ ଜୀବନ ସହ ଖେଳି କରି ପାଞ୍ଚ ଜଣଙ୍କ ଜୀବନ ବଞ୍ଚାଇଥିବା ବାହାଦୂର ଝିଅ ପୂଜା ୟାଦବ ବର୍ତ୍ତମାନ ରିଅଲ ଲାଇଫ ହିରୋ ବନିଯାଇଛନ୍ତି । ଏହି ବାହାଦୂର ଝିଅ ତ ବର୍ତ୍ତମାନ ନାହାଁନ୍ତି, କିନ୍ତୁ ହେଇଥିବା ସେ ଦୁଃଖଦ ଦୁର୍ଘଟଣା ସମୟରେ ସେ ଦେଖେଇଥିବା ସାହସର ଚର୍ଚ୍ଚା ସବୁଆଡେ ହଉଛି । ସେ ସେନାରେ ଭର୍ତି ହେବାକୁ ପ୍ରସ୍ତୁତି କରୁଥିଲେ । ସେନାର ଚୟନ ପୂର୍ବରୁ ସେ ନିଜ ଜୀବନ ଯୁଦ୍ଧରେ ହାରିଗଲେ ।

କୂଅର ସ୍ଲାପ ଉପରେ ଠିଆ ହୋଇଥିଲେ ମହିଳାମାନେ :-

ପ୍ରକୃତରେ ନେବୁଆ ନୌରଙ୍ଗିଆ ଥାନା ଅର୍ନ୍ତଗତ ନୌରଙ୍ଗିଆ ଗାଁର ସ୍କୁଲ ଟୋଲା ରେ ଗୋଟିଏ କାର୍ଯ୍ୟକ୍ରମ ସମୟରେ କୁଅର ସ୍ଲାବ ଉପରେ ମହିଳା ଆଉ ଝିଅମାନେ ଛିଡ଼ାହୋଇଥିଲେ। ପୁରୁଷମାନେ ଖାଇବାକୁ ଦେବାରେ ବ୍ୟସ୍ତ ଥିଲେ । ଏହି ସମୟରେ ସ୍ଲାବ ଭାଙ୍ଗି ଭୁଶୁଡି ଗଲା । ସମସ୍ତ 22 ଜଣମହିଳା ଆଉ ଝିଅମାନେ ମଧ୍ୟ କୂଅ ରେ ଗଲିପଡିଲେ । ଅଚାନକ ବହୁତ ସଂଖ୍ୟାରେ ମହିଳା ମାନେ ଆଉ ପିଲାମାନେ କୂଅରେ ପଡିବା ଦ୍ୱାରା ଆତଙ୍କ ସୃଷ୍ଟି ହୋଇଗଲା । ଦୁର୍ଘଟଣା ଘଟିବା ମାତ୍ରେ ସମସ୍ତେ ସେହି ଦିଗକୁ ଦୌଡ଼ିଲେ । ସବୁଆଡେ ଡାକିବାର ଚିତ୍କାର ଶୁଭୁଥିଲା ।

9 ଟ୍ୟାଙ୍କର୍ ପାଣି ବାହାର କରିବା ପରେ ମିଳିଥିଲା ମୃତଦେହ ​​|

ଲୋକମାନଙ୍କୁ କିଛି ବୁଝା ପଡୁନଥିଲା କି ସେ କଣ କରିବେ । ଏହି ସମୟରେ ମଧ୍ୟରେ କିଛି ନୌଯବାନ ଯୁବକ ରସି ସାହାଯ୍ୟରେ କୂଅ ଭିତରୁ ଚାଲିଗଲେ ଆଉ ମହିଳା ଏବଂ ଝିଅମାନଙ୍କୁ ବାହାରକୁ ବାହାର କରିବା ଆରମ୍ଭ କରିଦେଲେ ।
ଉଦ୍ଧାର କାର୍ଯ୍ୟରେ ପୁରା ଗାଁ ଦଉଡି ଏବଂ ସିଡ଼ି ସାହାଯ୍ୟରେ ଲୋକଙ୍କୁ ବାହାରକୁ ଆଣିବାକୁ ଚେଷ୍ଟା କରିବା ଆରମ୍ଭ କରିଥିଲା । ସେପ୍ଟିକ୍ ଟାଙ୍କିରୁ ପ୍ରାୟ ନଅ ଟାଙ୍କି ପାଣି ବାହାର କରାଯାଇଥିଲା । ଏହା ପରେ ଶବଗୁଡ଼ିକ ବାହାରକୁ ଆସିବା ଆରମ୍ଭ ହୋଇଥିଲା ।

ଏହିପରି ଚାଲିଗଲା ପୂଜାଙ୍କ ଜୀବନ :-

ଦୁର୍ଘଟଣା ସମୟରେ ଉପସ୍ଥିତ ଥିବା ଲୋକମାନେ କହିଛନ୍ତି ଯେ ପୂଜାଙ୍କ ମୁଣ୍ଡରେ ଏକା ଧୂନ ସବାର ଥିଲା କି ସେ ସମସ୍ତଙ୍କୁ ବଞ୍ଚାଇବେ । ତାଙ୍କ ସାହସ ଦେଖିକରି କାନ୍ଦୁଥିବା ଲୋକମାନେ କେବଳ ପୂଜାଙ୍କ ନାମ ନେଉଥିଲେ । ବୁଡିବା ଲୋକମାନଙ୍କ ମଧ୍ୟରେ ପୂଜାଙ୍କ ମାଆ ମଧ୍ୟ ଥିଲେ । ଯଦିଓ ପୂଜା ତାଙ୍କ ମାଆଙ୍କୁ ବଞ୍ଚେଇ ଦେଇଥିଲେ । ସେଠାରେ ସମସ୍ତେ ପୂଜାଙ୍କ ଠାରୁ ହିଁ ସାହାଯ୍ୟ ର ଗୁହାରି ମାଗୁଥିଲେ ।

ଯେତେବେଳେ ସେ ପାଞ୍ଚ ଜଣଙ୍କୁ ବଞ୍ଚେଇଲେ ସେତେବେଳେ ଲୋକଙ୍କ ମନରେ ଆଶା ଗଢି ଉଠିଲା । ପୂଜା ଷଷ୍ଟ ଲୋକଙ୍କର ଜୀବନ ବଞ୍ଚାଉଥିଲେ ଆଉ ସେତିକି ବେଳେ ସେ ନିଜର ସନ୍ତୁଳନ ହରେଇ ଦେଲେ ଆଉ ପାଣିରେ ବୁଡି ଗଲେ । ଏହିପରି ପୂଜା ସେନାରେ ଯିବା ପୂର୍ବରୁ ହିଁ ନିଜ ଜୀବନକୁ କୁର-ବାନ୍ କରିଦେଲେ । ଦୁର୍ଘଟଣାରେ 13 ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି ।

ଉଭୟ ଭାଇ ମଧ୍ୟ ହରାଇଥିଲେ ନିଜ ପ୍ରାଣ :-

ପୂଜା ୟାଦବ ତହସିଲଦାର ଶାହି ମହାବିଦ୍ୟାଳୟ ସିହ୍ନାରେ ବିଏ ଦ୍ୱିତୀୟ ସେମିଷ୍ଟାରର ଛାତ୍ର ଥିଲେ। ଏହା ସହିତ ତାଙ୍କର ଦୁଇ ଯାଆଁଳା ଭାଇ ଆଦିତ୍ୟ ଆଉ ଉତ୍କର୍ଷ ମଧ୍ୟ ଥିଲେ | ଏହି ଦୁର୍ଘଟଣାରେ ଉଭୟ ଭାଇ ମଧ୍ୟ ପ୍ରାଣ ହରାଇଛନ୍ତି। ପୂଜାଙ୍କର ପିତା ବଲୱନ୍ତ ୟାଦବ ସେନାରେ ଅଛନ୍ତି ଆଉ ସେ ଦିଲ୍ଲୀରେ କାର୍ଯ୍ୟରତ ଅଛନ୍ତି | ପୂଜା ଦେଶର ସେବା ପାଇଁ ସେଲେକ୍ସନ ପାଇଁ ପ୍ରସ୍ତୁତି କରୁଥିଲେ | ପୂଜା ନିଜ ଶେଷ ସମୟରେ ଦୁର୍ଘଟଣାରେ ସାମିଲ ହୋଇଥିବା ମହିଳା ମାନଙ୍କୁ ରକ୍ଷା କରି ବିନା ବର୍ଦୀରେ ହିଁ ସେ ଜଣେ ସୈନିକ ହେବାର ଦାୟିତ୍ୱ ନିଭେଇ ଦେଲେ |

odia sambada
Comments (0)
Add Comment