ରୁଷିଆ-ୟୁକ୍ରେନ୍ ଯୁଦ୍ଧ : ଭାରତ ପାଇଁ ଏଣୁ ମାରିଲେ ଗୋ ହତ୍ୟା, ତେଣୁ ମାରିଲେ ବ୍ରହ୍ମ ହ-ତ୍ୟା

ପୃଥିବୀ ହୋଇଛି ଅଶାନ୍ତ। କରୋନାର ପ୍ରକୋପ କମିନଥିବା ସମୟରେ ବର୍ତ୍ତମାନ ଯୁଦ୍ଧର ବିପଦ ମୁଣ୍ଡ ଉପରେ ଖଣ୍ଡା ଭଳି ଝୁଲିଛି। ୟୁରୋପୀୟ ଦେଶ ମଧ୍ୟରେ ବର୍ତ୍ତମାନ ଶାନ୍ତି ଭଙ୍ଗ ହୋଇଛି। ଏହା ସହିତ ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଛି। ଦୁଇ ପଡ଼ୋଶୀ ରାଷ୍ଟ୍ର ରୁଷିଆ ଓ ୟୁକ୍ରେନ ମୁହାଁ ମୁହିଁ ହୋଇଛନ୍ତି। ଉଭୟ ଦେଶ ପରସ୍ପର ସହିତ ଲଢ଼ିବା ଆରମ୍ଭ କରି ଦେଲେଣି। ବିଶ୍ୱର ଅନ୍ୟତମ ବୃହତ ରାଷ୍ଟ୍ର ରୁଷିଆ ସହିତ ୟୁକ୍ରେନ୍ ଯୁଦ୍ଧ କରିବାକୁ ତ ଆଗେଇ ଆସିଛି, କିନ୍ତୁ ଏହାର ପରିଣାମଯେ କେତେ ଭୟଙ୍କର ହେବ ସେ ନେଇ ଆଦୌ ଆକଳନ କରି ପାରିନାହିଁ। ଏଭଳି ଯୁଦ୍ଧ ସ୍ଥିତିରେ ମିତ୍ର ରାଷ୍ଟ୍ର ମଧ୍ୟ ସହଯୋଗର ହାତ ବଢ଼ାଉଛନ୍ତି।

ରୁଷିଆ ତୁଳନାରେ ୟୁକ୍ରେନ କମ୍ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ଆମେରିକା ବଳରେ ନିଜକୁ ବଳିୟାନ୍ ମନେ କରି ଯୁଦ୍ଧ ପାଇଁ ଆଗେଇ ଆସିଛି। ରୁଷିଆର ସାମରିକ ବଳ, ସୈନ୍ୟ ବାହିନୀ, ଜ୍ଞାନ କୌଶଳ ଏସବୁକୁ ଯଦି ଆମେ ୟୁକ୍ରେନ ସହିତ ତୁଳନା କରିବା ତେବେ ରୁଷିଆ ବହୁ ଆଗରେ ରହିବ। ଅନ୍ୟ କୌଣସି ଦେଶର ବିନା ସାହାଯ୍ୟରେ ଯଦି ୟୁକ୍ରେନ ରୁଷିଆ ସହିତ ଯୁଦ୍ଧ କରେ, ତେବେ ହାରିବା ସୁନିଶ୍ଚିତ। କିନ୍ତୁ ବର୍ତ୍ତମାନ ଆମେରିକା ୟୁକ୍ରେନର ବଳ ବଢ଼ାଇଦେଇଛି। ଆମେରିକା ବଳରେ ରଣଭୂମିରେ ଠିଆ ହୋଇଛି ୟୁକ୍ରେନ୍। ନିଜର ସୈନ୍ୟ ବାହିନୀ ଓ ଆମେରିକାର ସେନା ଉଭୟ ବର୍ତ୍ତମାନ ରୁଷିଆ ବିରୋଧରେ ଯୁଦ୍ଧ କରିବା ପାଇଁ ଠିଆ ହୋଇଛନ୍ତି।

ଏଭଳି ଏକ ଅନ୍ତର୍ଜାତୀୟ ସମସ୍ୟା ସମୟରେ ଆମେରିକା ୟୁକ୍ରେନ୍ ସହ ଠିଆ ହୋଇ ରୁଷିଆ ଆଗରେ ନିଜର ବଳ ପ୍ରଦର୍ଶିତ କରିଛି। ଏଥିସହ ଅନ୍ୟ ଶତ୍ରୁ ରାଷ୍ଟ୍ରକୁ ମଧ୍ୟ ନିଜର ପରାକାଷ୍ଠା ଦେଖାଉଛି। କିନ୍ତୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତ କୌଣସି ରାଷ୍ଟ୍ରକୁ ସିଧାସଳଖ ସମର୍ଥନ କରୁନାହିଁ। କାରଣ ଉଭୟ ରୁଷିଆ ଓ ୟୁକ୍ରେନ ଭାରତର ବନ୍ଧୁ ରାଷ୍ଟ୍ର। ଦୁଇ ଦେଶ ସହିତ ଭାରତର ମଧ୍ୟ ଭଲ ସମ୍ପର୍କ ରହିଛି। ସେମାନଙ୍କ ସହ ଭାରତ ବିଭିନ୍ନ କ୍ଷେତ୍ରରେ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ କରିଛି। ଏଣୁ ଯୁଦ୍ଧ ସ୍ଥିତିରେ କୌଣସି ଗୋଟିଏ ଦେଶକୁ ସମର୍ଥନ କରି ଅନ୍ୟ ଦେଶର ଶତ୍ରୁ ଭାରତ ହେବାକୁ ଚାହୁଁ ନାହିଁ। ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖିଛି। ଆଲୋଚନା ଜରିଆରେ ସମସ୍ୟାର ସମାଧାନ କରି ଯୁଦ୍ଧକୁ ଏଡ଼ାଇବା ପାଇଁ ଭାରତ କହିଛି।

ଅନ୍ୟପଟେ ଭାରତର ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ କିନ୍ତୁ ରୁଷିଆକୁ ଖୋଲାଖୋଲି ଭାବରେ ସମର୍ଥନ କରୁଛି। ୟୁକ୍ରେନକୁ ବିରୋଧ କରିବା ପାଇଁ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ରୁଷିଆକୁ ଗସ୍ତ କରିଛନ୍ତି, ଯାହା ପ୍ରମାଣିତ କରିଛିଯେ ପାକିସ୍ତାନ ବର୍ତ୍ତମାନ ରୁଷିଆକୁ ସମର୍ଥନ କରି ପ୍ରତ୍ୟକ୍ଷ ଭାବରେ ୟୁକ୍ରେନର ଓ ପରୋକ୍ଷ ଭାବରେ ଆମେରିକାର ଶତ୍ରୁ ହୋଇଛି।

କିନ୍ତୁ ଭାରତ ବର୍ତ୍ତମାନ ନିରବ ରହି ବୁଦ୍ଧିମତ୍ତାର ପରିଚୟ ଦେଇଛି। ଜାତିସଂଘ ନିରାପତ୍ତା ପରିଷଦରେ ଉଭୟ ପକ୍ଷଙ୍କୁ ସୁହାଇଲା ଭଳି କଥା କହିଛି। କାରଣ ଯଦି ଭାରତ ବର୍ତ୍ତମାନ କୌଣସି ଗୋଟିଏ ରାଷ୍ଟ୍ରକୁ ସମର୍ଥନ କରେ ତେବେ ଆଗକୁ ୟୁକ୍ରେନ ଓ ଆମେରିକାର ଶତ୍ରୁ ହୋଇଯିବ। ଫଳରେ ଏହି ଯୁଦ୍ଧର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିବ। ଆମେରିକା ଭଳି ବୃହତ ତଥା ସବୁ କ୍ଷେତ୍ରରେ ଶକ୍ତିଶାଳୀ ରାଷ୍ଟ୍ରର ଶତ୍ରୁ ନ ହେବାକୁ ଭାରତ ବର୍ତ୍ତମାନ ଉଚିତ ଭାବିଛି। କିନ୍ତୁ ବର୍ତ୍ତମାନର ଯୁଦ୍ଧ ସ୍ଥିତିକୁ ବନ୍ଦ କରିବା ନିହାତି ଜରୁରୀ ଅଟେ। ରୁଷିଆ ହେଉକି ୟୁକ୍ରେନ୍ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଥିରୁ ଓହରିଯିବା ତୁରନ୍ତ ଆବଶ୍ୟକ ବୋଲି ଜାତିସଂଘ ମଧ୍ୟ ମତ ଦେଇଛି। ତେବେ ସମୟ ହିଁ କହିବ ଆଗକୁ ଏହି ସ୍ଥିତି ରୂପ ନେଉଛି।

ଅନ୍ୟପକ୍ଷରେ ଭାରତର ମତାମତକୁ ରୁଷିଆ ସ୍ୱାଗତ କରିଛି। ଏହାର ବରିଷ୍ଠ ଅଧିକାରୀ ରୋମାନ୍ ବାବୁସ୍କିନ୍‌ କହିଛନ୍ତିକି ଭାରତ ସହିତ ଆମର ସାମରିକ ଚୁକ୍ତି ରହିଛି। ଯାହାର ଉଭୟ ଦେଶର ସମ୍ପର୍କ ଏବଂ ପରସ୍ପର ଉପରେ ବିଶ୍ୱାସକୁ ନେଇ ଆଧାରିତ। ଏଥିରେ ଉଭୟ ଦେଶର ସ୍ୱାର୍ଥ ମଧ୍ୟ ଜଡ଼ିତ। ତେବେ ଏଭଳି ସ୍ଥିତିରେ କିନ୍ତୁ କୌଣସି ପାଶ୍ଚାତ୍ୟ ଦେଶ ଭାରତକୁ ନେଇ ସମାଲୋଚନା କରିଛନ୍ତି।

odia sambada
Comments (0)
Add Comment