ରୁଷିଆ- ୟୁକ୍ରେନ ଯୁଦ୍ଧ : କ’ଣ ହେଉଛି ୟୁକ୍ରେନରେ…କିଏ କରୁଛି ରୂଷର ସମର୍ଥନ… ଜାଣନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା,ଯାହା ଆପଣଙ୍କୁ ନିଶ୍ଚିତ ଭାବରେ ଜାଣିବା ଆବଶ୍ୟକ

ବିଶ୍ୱର ନେତା ଏହା ଦେଖିବାକୁ ଅପେକ୍ଷା କରିଛନ୍ତି ଯେ କ’ଣ ରୂଷ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ଭିତରକୁ ନିଜର ସୈନ୍ୟ ପଠେଇବେ?ରୁଷର ସାଂସଦ ପୁତିନକୁ ଦେଶର ବାହାର ସୈନ୍ୟ ବଳ ବ୍ୟବହାର କରିବାକୁ ଅଧିକୃତ କରିଛନ୍ତି ଓ ୟୁକ୍ରେନର ତିନି ପଟରେ ୧,୫୦,୦୦୦ ରୁ ଉର୍ଦ୍ଧ୍ବ ସୈନ୍ୟ ଦ୍ଵାରା ଘେରା ଯାଇଛି|ଫଳରେ ତୋପ ବାଜି ବେଶି ଦୂର ନୁହେଁ|

ଆମେରିକା ଓ ୟୁରୋପ ର ଅନ୍ୟ ସହଯୋଗୀ ଦେଶ ଆରୋପ ଲଗେଇଛନ୍ତି ଯେ ରୂଷ ୟୁକ୍ରେନର ଅଲଗାବାଦୀ କ୍ଷେତ୍ରରେ ସୈନ୍ୟ ନିୟୋଜନ କରି ବିପଦ ରେଖା ପ୍ରଥମେ ଲଘିଂ ସାରିଛନ୍ତି|ୟୁକ୍ରେନ ଅଧିକାରୀ ସପ୍ତାହେ ପର୍ଯ୍ୟନ୍ତ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା ସତ୍ତ୍ବେ ଚିନ୍ତା ବଢେଇଛି|

ରୂଷ ଡିଫେଣ୍ଡର ଅଫ ଫାଦରଲ୍ୟାଣ୍ଡ ଡେ ମନାଇଲା|ମସ୍କୋ ର ରେଡ ସ୍କୋୟାର ଆଖପାଖରେ ଅଜ୍ଞାତ ସୈନିକକୁ ମକବରାରେ ସଜାଇଲେ କିନ୍ତୁ ପୁତିନ ପୂର୍ବ ଯୁଦ୍ଧରେ ମୃତ ସୈନ୍ୟକୁ ମନେକଲେ|

ପୁତିନ ସୋମବାର ଦିନ ଆକ୍ରମଣ ଭାଷଣ ସହ ରୂଷ ରାଷ୍ଟ୍ରବାଦକୁ ନୂତନ ଦିଗ ପାଇଁ ଚେଷ୍ଟାକଲେ|ସେ ବୁଧବାର ଦିନ ସ୍ମରଣ ଉତ୍ସବରେ କହିଲେ ଯେ ରୂଷ ନିଜ ସେନା ଓ ନୈସନାକୁ ମଜବୁତ୍ ଓ ଆଧୁନିକ ରଖିବାକୁ ଜାରି ରଖିବ|ସେ ସେନାର ପ୍ରଭାବ ବଢ଼ାଇବାକୁ ଚେଷ୍ଟା କରୁଛି|

ପୂର୍ବ ୟୁକ୍ରେନରେ ଅଲଗାବାଦୀଙ୍କ କବଳିତ କ୍ଷେତ୍ରରେ ଏକ ଦୋନୋସ୍ତକରେ ବିଦ୍ରୋହୀ ସରକାରର ପ୍ରମୁଖ ଡେନିସ ପୁସାଲିନ ଏକ ବୟାନ ଜାରି କରି ରୂଷ ଅବକାଶକୁ ଚିହ୍ନଟ କରିଛନ୍ତି ଓ କ୍ଷେତ୍ରକୁ ସ୍ୱତନ୍ତ୍ର ମାନ୍ୟତା ଦେବାପାଇଁ ପୁତିନକୁ ନିଷ୍ପତ୍ତି ଶୁଣାଇବାକୁ କହିଲା|

ୟୁକ୍ରେନ ସରକାର ନିଜ ନାଗରିକଙ୍କୁ ରୂଷ ଯାତ୍ରା ନକରିବାକୁ ଉପଦେଶ ଦେବା ସହ ଯିଏ ସେହି ଦେଶର ତୁରନ୍ତ ବାହାରିବାକୁ କହିଛନ୍ତି|ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ୱଲେନ୍ସକି ରୂଷ ଆକ୍ରମଣ ବିପଦ ବଢିବା ଯୋଗୁଁ ଆରକ୍ଷିତ ହୋଇଥିବା ସୈନ୍ୟ କର୍ମୀଙ୍କୁ ଡ୍ୟୁଟିରେ ଡକାଇଛନ୍ତି|

ୟୁକ୍ରେନର ରାଷ୍ଟ୍ରୀୟ ସୁରକ୍ଷା ଓ ରକ୍ଷା ପରିଷଦର ପ୍ରମୁଖ ୱଲେନ୍ସକି ଦେଶରେ ଆପାତକାଳ‌ ସ୍ଥିତି ଘୋଷଣା କରିଛନ୍ତି|ସେ କହିଛନ୍ତି ଏଥିପାଇଁ ସାର୍ବଜନୀନ ସୁବିଧା ପାଇଁ ଅତିରିକ୍ତ ସୁରକ୍ଷା, ଯାତାୟତରେ ପ୍ରତିବନ୍ଧକ ଓ ଦସ୍ତାବିଜ ଯାଞ୍ଚ ଭଳି ପଦକ୍ଷେପ ରହିଛି|କିବ ପୂର୍ବ ୟୁକ୍ରେନ ସଂଘର୍ଷ ପ୍ରଭାବିତ କ୍ଷେତ୍ରରେ ସକାଳେ ଗୋଳାବୃଷ୍ଟିର ୧୯ ଟି ଘଟଣା ସୂଚନା ଦେଇଛନ୍ତି|ବିଦ୍ରୋହୀ ୨୦୧୪ରେ ରୂଷର ଘୂଷପେଠ ପରେ ଵଡ କ୍ଷେତ୍ରରେ କବ୍ଛା କରି ନେଇଛନ୍ତି|

ଏହା ମଧ୍ୟରେ ବହୁ ଦେଶ ଆମେରିକା,ବ୍ରିଟେନ, ଅଷ୍ଟ୍ରେଲିଆ ଭଳି ଦେଶ ରୂଷ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛନ୍ତି|

ରୁଷ ଏକା ନିଜର ଦମରେ ଦୁନିଆର ସାମ୍ନା କରୁନାହାନ୍ତି|ଚୀନ ରୁଷକୁ ସପୋର୍ଟ କରୁଛନ୍ତି ଓ ସେ ଆମେରିକା ଉପରେ ୟୁକ୍ରେନ ସଙ୍କଟ ଉସକେଇବା ପାଇଁ ଆରୋପ ଲଗାଇଛନ୍ତି|

ଚୀନର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ହୁଆ ୟୁନଚିଙ୍ଗ ବୁଧବାର କହିଛନ୍ତି ଯେ ଚୀନ ରୂଷର ନୂଆ ପ୍ରତିବନ୍ଧକୁ ବିରୋଧ କରେ ଓ ଚୀନର ପୁରୁଣା ଶତ୍ରୁତାକୁ ଦୋହରାଇ ଥାଏ|ସେ କହିଛନ୍ତି ୟୁକ୍ରେନ ସୀମାଵର୍ତୀ ଅଞ୍ଚଳରେ ରୂଷ ସୈନ୍ୟ ନିୟୋଜନ ଓ ଆକ୍ରମଣ ଆଶଙ୍କାର ଜଵାଵ ଦେବାରେ ଆମେରିକା କିବକୁ ଅସ୍ତ୍ରଶସ୍ତ୍ର ଦେଵା ଚିନ୍ତା ବଢେଇଛି|

odia sambada
Comments (0)
Add Comment