ହଜାର ହଜାର ପିଲାଙ୍କୁ ଚାକିରୀ ଦେବ ପତଞ୍ଜଳି,ଜଲଦି ଜଲଦି ଆଜି ହିଁ ଆବେଦନ କରନ୍ତୁ,ଜାଣନ୍ତୁ କେମିତି ଆବେଦନ କରିବେ ?

ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଆସିଲା ଏକ ଖୁସିଖବର। ବର୍ତ୍ତମାନ ପତଞ୍ଜଳିରେ ଚାକିରି ସୁଯୋଗ ମିଳିବ। ଯୋଗ ଗୁରୁ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ପତଞ୍ଜଳି ଆୟୁର୍ବେଦ ମାଧ୍ୟମରେ ଖାଦ୍ୟ, ହର୍ବାଲ କସମେଟିକ ସାମଗ୍ରୀ ବିଭାଗରେ ହଜାରେରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞାପନକୁ ଜାରି କରାଯାଇଛି।

କମ୍ପାନୀ ଦ୍ୱାରା ଗତକାଲି ଜାରି କରାଯାଇଥିବା ଏକ ବିଜ୍ଞାପନ ଅନୁସାରେ, ଦେଶର ଜିଲ୍ଲା ତଥା ତହସିଲ ସ୍ତରରେ ସେଲ୍ସ ଟିମ୍ ଏବଂ ମେଡିକାଲ୍ ଟିମ ଗଠନ କରାଯିବ। ଯୋଗ୍ୟ ଥିବା ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ। ଏଥିପାଇଁ ବିଭାଗର ଅଫିସିଆଲ ୱେବସାଇଟ patanjaliayurved.org କୁ ଯାଇ ଭିଜିଟ କରିବାକୁ ପଡ଼ିବ।

ବିଜ୍ଞପ୍ତି ଅନୁସାରେ କମ୍ପାନୀ ସେଲ୍ସ ଅଫିସର, ଏରିଆ ସେଲ୍ସ ମ୍ୟାନେଜର, ଡିଏସ୍ଏମ୍ (ସେଲ୍ସ ମ୍ୟାନ୍) ଏବଂ ଟେରିଟୋରୀ ସେଲ୍‌ସ ପରି ହଜାର ହଜାର ପଦବୀ ପାଇଁ ପ୍ରାର୍ଥୀମାନଙ୍କୁ ମିଳିବ ନିଯୁକ୍ତି ମିଳିବ।

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା:-

– ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ହେଉ କିମ୍ବା ଅନ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରୁ ସ୍ନାତକ ଡିଗ୍ରୀ ହାସଲ କରିବା ଆବଶ୍ୟକ।

– ସେଲ୍ସରେ ୪ ରୁ ୫ ବର୍ଷର ଅଭିଜ୍ଞତା ରହିବା ଆବଶ୍ୟକ(ସର୍ବନିମ୍ନ ୩ ବର୍ଷ କୌଣସି ଅଗ୍ରଣୀ ତଥା ପ୍ରତିଷ୍ଠିତ ସଂସ୍ଥାରେ ଅଭିଜ୍ଞତା ଥିବା ଆବଶ୍ୟକ)

– ଏରିଆ ସେଲ୍ସ ମ୍ୟାନେଜର ପାଇଁ ୮ ବର୍ଷର ଅଭିଜ୍ଞତା ସହ ସ୍ନାତକ ରହିବା ଆବଶ୍ୟକ। ସର୍ବନିମ୍ନ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

– ହର୍ବଲ କସମେଟିକ ଡିଭିଜନର ସେଲ୍ସ ଅଫିସର ପାଇଁ ୫ ବର୍ଷର ଅଭିଜ୍ଞତା ଥିବା ସହ ଯୋଗ୍ୟଥିବା ପ୍ରାର୍ଥୀମାନଙ୍କୁ ୨୫ ରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ।

– ଡିଏସଏମ ପଦବୀ ପାଇଁ ସ୍ନାତକ ରହିବା ସହିତ ଅଗ୍ରଣୀ କମ୍ପାନୀରେ ୨ ରୁ ୩ ବର୍ଷର ଅଭିଜ୍ଞତା ଥିବ। ଏହା ସହିତ ତାଙ୍କୁ ୨୫ ରୁ ୩୫ ବର୍ଷ ହୋଇଥିବାଆବଶ୍ୟକ।

– ପତଞ୍ଜଳି ଆୟୁର୍ବେଦରେ ଟେରିଟୋରୀ ସେଲ୍ସ ମ୍ୟାନେଜର ପଦବୀ ପାଇଁ ଗ୍ରାମୀଣ ମାର୍କେଟରେ ୩ ରୁ ୪ ବର୍ଷର ବିକ୍ରୟ ଅଭିଜ୍ଞତା ସହ ସ୍ନାତକ ଥିବା ଆବଶ୍ୟକ।

– ଏହାସହ ଯୋଗ୍ୟଥିବା ପ୍ରାର୍ଥୀମାନଙ୍କ ଅଗ୍ରଣୀ କମ୍ପାନୀରେ ୩ ବର୍ଷ ଅଭିଜ୍ଞତା ଥିବା ଆବଶ୍ୟକ।

– କେବଳ ଏତିକି ନୁହେଁ ଏହାସହ ପ୍ରାର୍ଥୀମାନଙ୍କର ନିଜସ୍ୱ ସ୍ମାର୍ଟଫୋନ୍ ଏବଂ ଦୁଇ ଚକିଆ ଯାନ ରହିବା ନିହାତି ଜରୁରୀ।

ଆବେଦନ କିପରି କରିବେ:-

ପତଞ୍ଜଳିରେ ଚାକିରି କରିବା ପାଇଁ ଇଚ୍ଛା କରୁଥିବା ପ୍ରାର୍ଥୀମାନେ ନିଜର ବାୟୋଡ଼ାଟାକୁ foodsales@patanjaliayurved.org ଇମେଲରେ ପଠାଇବେ।

ହର୍ବାଲ୍ କସମେଟିକ୍ସ ଡିଭିଜନ୍ ପଦବୀ ପାଇଁ Patanjaliherbalcosmetics@patanjaliayurved.org ରେ ନିଜ ବାୟୋଡ଼ାଟାକୁ ପଠାଇବେ।

ଏହି ବିଷୟରେ ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ:-

patanjaliayurved.org

odia sambada
Comments (0)
Add Comment