ଘମାଘୋଟ ଯୁଦ୍ଧ ଚାଲିଥିବା ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅମାନବୀୟ ମନ୍ତବ୍ୟ,ଋଷ- ୟୁକ୍ରେନ୍ ଯୁଦ୍ଧକୁ ମଜାଦାର ବୋଲି କହିଲେ ଇମ୍ରାନ୍ ।

ଋଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ଏପରି ଏକ ସମ୍ବେଦନଶୀଳ ସମୟ ମଧ୍ୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର ମନ୍ତବ୍ୟ ସାରା ବିଶ୍ୱବାସୀଙ୍କୁ ବ୍ୟଥୀତ କରିଛି। ଋଷ ଓ ୟୁକ୍ରେନର ଯୁଦ୍ଧ ଭାରି ମଜାଦାର। ଏବଂ ଏପରି ସମୟରେ ଋଷରେ ରହିବା ତାଙ୍କ ପାଇଁ ଏକ ରୋମାଞ୍ଚର ସମୟ ବୋଲି ଇମ୍ରାନ କହିଛନ୍ତି।

ଆଜି ଏକ ସ୍ୱତନ୍ତ୍ର ବିମାନ ମାଧ୍ୟମରେ ଆସି ଇମ୍ରାନ ମସ୍କୋରେ ପହଞ୍ଚିଛନ୍ତି। ଏଠାରୁ ତାଙ୍କୁ ଋଷର ପ୍ରଶାସନିକ ଅଧିକାରୀ ପାଛୋଟି ନେଇଥିଲେ। ତାଙ୍କ ସହିତ କରମର୍ଦ୍ଦନ କରିବା ସହିତ ୟୁକ୍ରେନ ଓ ଋଷର ମଧ୍ୟରେ ହେଉଥିବା ସଂଘର୍ଷକୁ ଇମ୍ରାନ ମଜାଦାର କହିଥିଲେ। କେବଳ ଏତିକି ନୁହେଁ ଏହି ସମୟରେ ତାଙ୍କର ମସ୍କୋ ଗସ୍ତ ସତରେ ଭାରି ରୋମାଞ୍ଚକର ସମୟ ବୋଲି ଇମ୍ରାନ ଋଷୀୟ ଅଧିକାରୀଙ୍କୁ କହୁଥିବାର ଶୁଣିବାକୁ ମିଳିଥିଲା। ଏହି ସମୟର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଇମ୍ରାନଙ୍କର ଏପରି ମନ୍ତବ୍ୟ ବର୍ତ୍ତମାନ ସାରା ବିଶ୍ୱବାସୀଙ୍କୁ କଷ୍ଟ ଦେଇଛି।

ଋଷ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଆଲୋଚନା କରିବାକୁ ବୁଧବାର ଇମ୍ରାନ ଖାନ ଋଷ ଗସ୍ତ କରିଛନ୍ତି। ଗତ ଦୁଇ ଦଶନ୍ଧି ମଧ୍ୟରେ କୌଣସି ପାକିସ୍ତାନର ପ୍ରଧାନମନ୍ତ୍ରୀ ଋଷ ଗସ୍ତ କରିବାରେ ଏହା ପ୍ରଥମ ଘଟଣା ଅଟେ। ଆଜି ଇମ୍ରାନ ଖାନ ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ଆଲୋଚନା କରିବେ। ଏଥିରେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ, ସହଯୋଗ ଏବଂ ଶକ୍ତି କ୍ଷେତ୍ରରେ ସହଭାଗିତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛି।

odia sambada
Comments (0)
Add Comment