ଦେଖନ୍ତୁ ଭିଡ଼ିଓ : ଦ୍ରୁତଗତିରେ ଯାଉଥିବା ଟ୍ରକ ସାମ୍ନାକୁ ଦୌଡ଼ି ଆସିଲା ପିଲାଟି,ଆଉ ତାପରେ ପିଲାଟିକୁ ବଞ୍ଚାଇବା ପାଇଁ ଗୁଳି ପରି ଦ୍ରୁତ ଗତିରେ ଆସିଲେ ଦେବଦୂତ |

ସାରା ଦୁନିଆରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଯାହା ହେଲେବି ହୋଇ ରହୁଛି। ଏହି ଦୁର୍ଘଟଣାରେ କେତେ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଇଥାଏ। ପ୍ରତ୍ୟେକ ଦେଶର ସରକାର ଦୁର୍ଘଟଣା ନହେବାପାଇଁ ରୋଡ଼ ନିୟମ ଲାଗି କରୁଛନ୍ତି, ଏହାପରେ ମଧ୍ୟ ଅବହେଳା ଯୋଗୁଁ ଆକ୍ସିଡେଣ୍ଟ ହୋଇଯାଉଛି। ଆଜିର ଖବରରେ ଆମେ ଆପଣଙ୍କୁ କହିବୁ କେମିତି ଏକ ଛୋଟ ପିଲାଟିର ଜୀବନ ଅଳ୍ପକେ ବର୍ତ୍ତି ଯାଉଛି।

ପିଲାଙ୍କ ମନ ବହୁତ ଚଞ୍ଚଳ ହୋଇଥାଏ ଓ ସେମାନେ ଆସୁଥିବା ବିପଦକୁ ଜାଣି ପାରନ୍ତି ନାହିଁ। ପିଲାଙ୍କୁ ଏପଟ ସେପଟ ଦୌଡ଼ିବା ପସନ୍ଦ ଥାଏ, ଏଥିପାଇଁ ତାଙ୍କର ଧ୍ୟାନ ରଖା ଯାଇଥାଏ। ଏହି ସମୟରେ ଏକ ଭିଡ଼ିଓ ଭାଇରାଲ ହେଉଛି, ଭିଡ଼ିଓରେ ଜଣେ ଛୋଟ ପିଲାଟି ରାସ୍ତା ଉପରକୁ ଟ୍ରକ ସାମ୍ନାକୁ ଚାଲି ଆସୁଛି ଓ ପିଲାଟିକୁ ବଞ୍ଚାଇବା ଲାଗି ଜଣେ ବ୍ୟକ୍ତି ଦେବଦୂତ ସାଜି ଚାଲି ଆସୁଛନ୍ତି।

ଟ୍ରକ ସାମ୍ନାକୁ ଆସିଥିଲା ପିଲାଟି:-

ଭିଡ଼ିଓରେ ଦେଖାଯାଇ ପାରୁଛି ରାସ୍ତାରେ ଗାଡ଼ି ମୋଟର ଚାଲିଛି ଓ କିଛି ଲୋକ ସେଠାରେ ରାସ୍ତା ପାର କରିବାକୁ ଛିଡ଼ା ହୋଇଛନ୍ତି ଓ ସ୍କୁଟି ମଧ୍ୟ ଛିଡ଼ା ହୋଇଛି। ଏହି ସମୟରେ ଏକ ଛୋଟ ପିଲା ରାସ୍ତାକୁ ଦୌଡ଼ି ଆସୁଛି ଓ ଅଚାନକ ଏକ ଟ୍ରକ ତାଙ୍କ ସାମ୍ନାକୁ ଚାଲି ଆସୁଛି।

ବ୍ୟକ୍ତି ଜଣକ ବଞ୍ଚାଇଲେ ଜୀବନ:-

ପିଲାଟି ରାସ୍ତା ଉପରକୁ ଚାଲି ଆସିଥିଲା ଓ ଏହା ଦେଖି ଜଣେ ବ୍ୟକ୍ତି ସୁପର ହିରୋ ସାଜି ବିଜୁଳି ଗତିରେ ଦୌଡ଼ି ଯାଇ ପିଲାଟିକୁ ଟ୍ରକ ସାମ୍ନାରୁ ଟାଣି ଆଣିଥିଲେ। ପିଲାଟିର ଜୀବନ ଶେଷରେ ବଞ୍ଚି ଯାଇଥିଲା।

ଲୋକମାନେ ପ୍ରଶଂସା କଲେ:

ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି। ଏହି ଭିଡ଼ିଓ କେଉଁଠାର ର ଜଣାନାହିଁ। କିନ୍ତୁ ଭିଡ଼ିଓ ଦେଖିବାପରେ ଲୋକମାନେ ବ୍ୟକ୍ତିଙ୍କ ବହୁତ ପ୍ରଶଂସା କରୁଛନ୍ତି। ତାଙ୍କର କହିବା ହେଲା ସଠିକ ସମୟରେ ସେ ନିଷ୍ପତ୍ତି ନେଇଛନ୍ତି। ଆଜି ସେ ନଥାନ୍ତେ ତ ପିଲାଟିର କଣ ଯେ ହୋଇଥାନ୍ତା।

ଦେଖନ୍ତୁ ଭିଡ଼ିଓ:-

ଏହି ଘଟଣାରୁ ଆପଣ ମଧ୍ୟ ଶିକ୍ଷା ନିଅନ୍ତୁ। ନିଜ ପିଲାଙ୍କ ଉପରେ ସର୍ବଦା ନଜର ରଖନ୍ତୁ। ଭିଡ଼ ଜାଗା ଓ ଘରୁ ବାହାରୁ ସେମାନଙ୍କୁ ଛାଡ଼ନ୍ତୁ ନାହିଁ।

odia sambada
Comments (0)
Add Comment