ଯୁଦ୍ଧ ଆଡକୁ ଗତି କରୁଛି ବିଶ୍ୱ । ଗୋଟିଏ ପଟେ ଆମେରିକା, ବ୍ରିଟେନ୍, ଫ୍ରାନ୍ସ ପରି ଦେଶ ଏବଂ ଅନ୍ୟପଟେ ଏକାକୀ ରୁଷିଆ ।

ବର୍ତ୍ତମାନ ୟୁକ୍ରେନ ଓ ରୁଷ ମଧ୍ୟରେ ଉତେଜନା ଧୀରେ ଧୀରେ ସାରା ବିଶ୍ୱକୁ ଯୁଦ୍ଧ ଆଶଙ୍କା ମଧ୍ୟକୁ ଠେଲି ଦେଇଛି। ଚିନ୍ତାର ବିଷୟ ହେଉଛିକି, ଏହି ବିବାଦରେ ବିଶ୍ୱର ବଡ ବଡ ଶକ୍ତି ନିଜର ପକ୍ଷଭୁକ୍ତ ହୋଇଛନ୍ତି। ଗୋଟିଏ ପଟେ ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନୀ ଭଳି ଶକ୍ତିଶାଳୀ ରାଷ୍ଟ୍ର ଅନ୍ୟପଟେ ରୁଷିଆ ଓ ଚୀନ ଭଳି ଶକ୍ତି। ଗତକାଲି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଘୋଷଣା କରିବା ପରେ ଏହି ବିବାଦ ବର୍ତ୍ତମାନ ବହୁତ ଆଗକୁ ବଢିଯାଇଛି। ପୁଟିନ ଘୋଷଣା କରିଥିଲେକି, ୟୁକ୍ରେନରୁ ବିଚ୍ଛିନ୍ନ ହୋଇଥିବା ଦୁଇଟି ଅଞ୍ଚଳକୁ ସ୍ୱାଧିନ ଦେଶ ଭାବରେ ରୁଷିଆ ମାନ୍ୟତା ଦେଉଛି। ଏହି ଘଟଣା ପରେ ଆମେରିକା, ଜର୍ମାନୀ ଓ ଫ୍ରାନ୍ସ କହିଛନ୍ତିକି, ରୁଷିଆକୁ ଜବାବ ଦିଆଯିବ। ସେପଟେ ଏହି ଦୁଇଟି ସ୍ୱାଧିନ ଅଞ୍ଚଳକୁ ରୁଷିଆ ସେନା ପଠାଇବା ପାଇଁ ନିଷ୍ପତ୍ତି ନେଇଛି, ଫଳରେ ବର୍ତ୍ତମାନ ଏକପ୍ରକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

ବର୍ତ୍ତମାନ ବିଶ୍ୱ ଯୁଦ୍ଧ ମୁହାଁ ହେଉଛି। ଗୋଟିଏ ପଟେ ଆମେରିକା, ବ୍ରିଟେନ, ଫ୍ରାନ୍ସ ଭଳି ଦେଶ ଏବଂ ଅନ୍ୟପଟେ ଏକା ରୁଷିଆ ଅଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଥରେ କହିଥିଲେକି, ସେ ଛୋଟ ଥିବା ସମୟରେ ଲେନିନଗାର୍ଡ ସଡ଼କରୁ ଗୋଟିଏ ଶିକ୍ଷା ପାଇଥିଲେଯେ ଯଦି ଲଢ଼େଇ ହେବ, ତେବେ ପ୍ରଥମ ମୁଥ ସେ ମାରିବେ। ଶତ୍ରୁ ବଡ଼ ହେଉ କି ଛୋଟ। ଜିତିବାର ଏହା ହିଁ ସବୁଠାରୁ ବଡ କୌଶଳ। ପିଲାବେଳର ଲଢ଼େଇକୁ ନେଇ ଏପରି ଆଭିମୁଖ୍ୟ ରଖିଥିବା ପୁଟିନ୍ ଆଜି ସାରା ବିଶ୍ୱକୁ ଯୁଦ୍ଧ ଆଡକୁ ଧୀରେ ଧୀରେ ଟାଣି ନେଇଛନ୍ତି।

ୟୁକ୍ରେନର ଦୁଇଟି ଅଞ୍ଚଳକୁ ସ୍ୱାଧୀନ ରାଷ୍ଟ୍ର ଭାବରେ ରୁଷିଆ ରାଷ୍ଟ୍ରପତି ପୁଟିନ ଘୋଷଣା କରିଛନ୍ତି। ଏପରିକି ପୂର୍ବ ଯୁକ୍ରେନର ସେହି ଦୁଇ ଅଞ୍ଚଳରେ ରୁଷ ସେନା ମୁତୟନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ୟ୍ରୁକ୍ରେନ୍-ରୁଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଆହୁରି ଉତ୍କଟ ହୋଇଛି। ଆମେରିକା ଚେତାଇ ଦେଇଛିକି, ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ ରୁଷ ଉପରେ ଆକ୍ରମଣ କରିପାରେ।

ଯଦି ଯୁଦ୍ଧ ହୁଏ, ତେବେ ଏହା କେବଳ ୟୁକ୍ରେନ-ରୁଷିଆ ମଧ୍ୟରେ ନୁହେଁ । ଆମେରିକା, ବ୍ରିଟେନ, ଫ୍ରାନ୍ସ ଭଳି ବିଶ୍ୱର ବଡ଼ ବଡ଼ ଶକ୍ତି, ଏହି ଯୁଦ୍ଧରେ ମଧ୍ୟ ସାମିଲ ହେବେ। ଏହା ଫଳରେ ତୃତୀୟ ବିଶ୍ୱଯୁଦ୍ଧ ହେବା ଆଶଙ୍କା କରାଯାଉଛି।

୧୯୪୫ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏପରି ସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପଟେ ରୁଷିଆ ରହିଥିବା ସମୟରେ ଅନ୍ୟପଟେ ୟୁକ୍ରେନକୁ ସମର୍ଥନ କରି ଆମେରିକା ଓ ନାଟୋ ଅନ୍ତର୍ଭୁକ୍ତ ୟୁରୋପୀୟ ଦେଶ ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନଥିବା ସମୟରେ ରୁଷିଆ ସପକ୍ଷରେ ଯାଇପାରେ ବୋଲି ଅନୁମାନ କରାଯାଉଛି।

ଏହାରି ମଧ୍ୟରେ ରୁଷିଆ ସହିତ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିବାକୁ ୟୁକ୍ରେନ ବିଚାର କରୁଛି। ରୁଷିଆ ନିଜର ସ୍ୱାଧୀନ ଘୋଷଣା କରିଥିବା ୟୁକ୍ରେନର ଦୁଇଟି ଅଞ୍ଚଳରେ ଆମେରିକା କଟକଣା ଲଗାଇଛି। ରୁଷିଆ ସହିତ ମଧ୍ୟ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ଚିନ୍ତା କରୁଛି। ସୋମବାର ଦିନ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। କହିଛନ୍ତିକି ୟୁକ୍ରେନରୁ ଅଲଗା ହୋଇଯାଇଥିବା ଦୁଇଟି ଅଞ୍ଚଳ ‘ଲୁହାନସ୍କ’ ଓ ‘ଡୋନେସ୍କ’କୁ ଦୁଇଟି ସ୍ୱାଧୀନ ଦେଶ ଭାବରେ ବିବେଚନା କରୁଛି ରୁଷିଆ।

ଏହି ଘଟଣା ପରେ ସାରା ବିଶ୍ୱରେ ନିଆଁ ଲାଗିଯାଇଛି। ଏହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତିକି ଆମେରିକା ସମେତ ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ ଭଳି ଦେଶ। ଏଥିପାଇଁ ରୁଷିଆକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ଏହି ଦୁଇ ଅଞ୍ଚଳକୁ ରୁଷିଆ ସୈନ୍ୟ ପଠାଇବ ବୋଲି ଘୋଷଣା କରିଛି। ଯଦି ଋଷିଆ ଏଭଳି କରେ ତେବେ ଯୁଦ୍ଧର ଆଶଙ୍କା ଆହୁରି ବଢିଯିବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ରୁଷିଆ ସମର୍ଥନରେ ଚୀନ ବାହାରିଲେ, ଏହି ବିବାଦ ବର୍ତ୍ତମାନ ବଡ଼ ଆକାର ଧାରଣ କରିପାରେ ବୋଲି ଅନୁମାନ କରାଯାଉଛି।

ଏହି ଘଟଣାରେ ଭାରତ କହିଛିକି, ଉଭୟ ପକ୍ଷ ମଧ୍ୟରେ ସଂଯମତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। କୁଟନୀତି ମାଧ୍ୟମରେ ସମାଧାନର ରାସ୍ତା ବାହାରିବ ବୋଲି ଭାରତ ଆଶା ପ୍ରକାଶ କରିଛି। ଗୋଟିଏ ପଟେ ରୁଷିଆର ବନ୍ଧୁ ରାଷ୍ଟ୍ର, ଅନ୍ୟପଟେ ଆମେରିକା ଓ ୟୁରୋପୀୟ ଦେଶ ସହ ଭାରତର ଭଲ ସମ୍ପର୍କ ରହିଛି। ଯଦି ଯୁଦ୍ଧ ହେବ ତେବେ ଭାରତ, ଦୋଛକିରେ ପଡ଼ିଯିବ ବୋଲି ଆଶଙ୍କା ସୃଷ୍ଟି କରାଯାଇଛି।

odia sambada
Comments (0)
Add Comment