ପ୍ରାଇଭେଟ ଗାଡ଼ିକୁ ଆଉ ଦେବାକୁ ପଡିବ ନାହିଁ ଟୋଲ ଟ୍ୟାକ୍ସ, ସରକାରଙ୍କ ଦ୍ଵାରା ନିଆଗଲା ଏହି ନିଷ୍ପତ୍ତି

ଚାରି ଚକିଆ ଯାନ ଗୁଡ଼ିକ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। ଏମପି ସରକାର ଚାରି ଚକିଆ ଯାନ ମାନଙ୍କ ପାଇଁ ଏକ ଅଫର ଆଣିଛନ୍ତି। ଏବେ ମଧ୍ୟପ୍ରଦେଶର 17ଟି ମୁଖ୍ୟ ରାସ୍ତାରେ ଯିବାପାଇଁ ପ୍ରାଇଭେଟ ଯାନ ଗୁଡ଼ିକୁ ଟୋଲ ଟ୍ୟାକ୍ସ ଦେବାକୁ ପଡ଼ିବନାହିଁ। ଏହି ନୂଆ ଫଇସଲା ଦ୍ୱାରା ଚାଳକଙ୍କ ବହୁତ ଟଙ୍କା ବଞ୍ଚିଯିବ।

କିଛିଲୋକ ଏମିତି ଅଛନ୍ତି ଯିଏକି କାର କିଣି ଏହାକୁ ରାସ୍ତାରେ ଚଳାଇ ଟୋଲ ଟ୍ୟାକ୍ସ ଦେବାକୁ ଅସମର୍ଥ। ତେଣୁ ଏହି ନୂଆ ନିୟମ ଅନୁସାରେ ସେମାନେ ମଧ୍ୟ କାର କିଣିପାରିବେ ଓ ଟୋଲ ଟ୍ୟାକ୍ସ ଦେବେନାହିଁ।

ଏହି ରାସ୍ତାରେ ଲାଗିବନାହିଁ ଟୋଲ ଟ୍ୟାକ୍ସ:-

ଏମପି କ୍ୟାବିନେଟରେ ବୈଠକ ହେବାପରେ ଏହି ରାସ୍ତା ଗୁଡ଼ିକରେ ଟ୍ୟାକ୍ସ ଲାଗିବନାହିଁ। ପନ୍ନା-ଅଜୟଗଡ଼ ରୋଡ଼, ମୋହନପୁରା-ବେହୁଟ ମୋଉ, ଅଷ୍ଟା-କନୌଦ, ମହୁଆ-ଚୁବାହୀ, ଶାଜପୁର-ଦୁପଡ଼ା-ପିଲବାସ ନଲଖେଡ଼ା ମାର୍ଗ, ପରସନା-ମହୁଆ-ବରଖା, କଟନୀ ବିଜୟାରାଘବଗଡ଼-ବରହୀ, ହରଦୁଆ ଚକଘାଟ ମାର୍ଗ, ତିଲବାରୀ-ଗୋଟେଗାଓଁ ମାର୍ଗ, ଉଜେନ-ମକ୍ସ୍କି, ମୁରାର-ଚିତୌରା, ରିବା ସେମାରିଆ, ଡ଼ବରା- ଭିତବାର-ହରସୀ ମାର୍ଗ, ଖିଟକିଆ ବିଣାଗଞ୍ଜ, ବଦନାବର ଥାଣ୍ଡଳା ଓ ନସରୁଲ୍ଲାଗଞ୍ଜ-ଖାତେଗାଓଁ ମାର୍ଗ ଇତ୍ୟାଦି।

ଏପ୍ରିଲ 1 ତାରିଖରୁ ମିଳିବ ଛାଡ଼:-

ମଧ୍ୟପ୍ରଦେଶର ଏହି 17ଟି ରାସ୍ତାରେ ଟୋଲ ଟ୍ୟାକ୍ସ ଛାଡ଼ ଏପ୍ରିଲ 1 ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଟ୍ୟାକ୍ସ ଛାଡ଼ କରିବା ନିଷ୍ପତ୍ତି ସେଠାରର ଶିବରାଜ ସରକାରଙ୍କର ଅଟେ। ଫେବ୍ରୁଆରୀ 18 ତାରିଖରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବ୍ୟବସାୟିକ ବାହାନରୁ ଆଦାୟ କରାଯିବ ରୋଡ଼ ଟ୍ୟାକ୍ସ:-

କୁହାଯାଉଛି ବ୍ୟବସାୟିକ ବାହାନ ଉପରେ ଏହି ଟ୍ୟାକ୍ସ ହଟିବନାହିଁ। ପୂର୍ବ ପରି ଏହି ବାହାନ ମାନଙ୍କ ଉପରୁ ରୋଡ଼ ଟ୍ୟାକ୍ସ ଆଦାୟ କରାଯିବ। ସେହିପରି ଶିବରାଜ କ୍ୟାବିନେଟ ବୈଠକରେ ପ୍ରଫେସନାଲ ଏକଜାମିନେସନ ବୋର୍ଡ଼ (PEB) ନାମ ବଦଳାଇ କର୍ମଚାରୀ ଚୟନ ବୋର୍ଡ଼ କରିଦିଆଯାଇଛି। ଏହାବ୍ୟତୀତ ନର୍ମଦା ଏକ୍ସପ୍ରେସ ୱେ କୁ ବନାଇବା ପାଇଁ ସିଦ୍ଧାନ୍ତିକ ନିଷ୍ପତ୍ତି ନିଆଯାଇଛି।

ଏହି କାରଣରୁ ମିଳିଛି ଟ୍ୟାକ୍ସରେ ଛାଡ଼:-

ଲୋକ ନିର୍ମାଣ ବିଭାଗ ଏମପିରେ ମୋଟ 200 ରୋଡ଼ର ସର୍ଭେ କରିଛନ୍ତି। ଏଥିରୁ ଏହା ଜଣାପଡୁଛି କି, ଟୋଲ ଟ୍ୟାକ୍ସରେ 80 ପ୍ରତିଶତ ବାଣିଜିକ ବାହାନରୁ ଆସିଛି। ସେହିପରି ପ୍ରାଇଭେଟ ବାହାନ ଗୁଡ଼ିକରୁ 20 ପ୍ରତିଶତ ଟଙ୍କା ମିଳୁଥିଲା ଓ ଏଥିରେ କେତେକ ଅସୁବିଧାର ସାମ୍ନା କରିବାକୁ ମଧ୍ୟ ପଡ଼ୁଥିଲା।

ଏହାପରେ ଏହି ସର୍ଭେ ରିପୋର୍ଟ ସିଏମକୁ ଦେଖାଗଲା। ଏହାପରେ ସରକାରଙ୍କୁ ପ୍ରସ୍ତାବ ଦିଆଗଲା କି ପ୍ରାଇଭେଟ ଯାନ ମାନଙ୍କ ଉପରେ ରୋଡ଼ ଟ୍ୟାକ୍ସ ଦିଆଯିବା କଥା, ଏହାପରେ ସିଏମ ଶିବରାଜ ଏହାକୁ ମଞ୍ଜୁରୀ ଦେଇଥିଲେ। ଏଥିରେ ସାଧାରଣ ଲୋକଙ୍କୁ ଗାଡ଼ି ଚଳାଇବା ବହୁତ ସହଜ ହେବ।

odia sambada
Comments (0)
Add Comment